November 25, 2024

ଶାରଳାମନ୍ଦିର ଶୃଙ୍ଖଳାପାଇଁ ଲାଗିଲା ନୁଆ ନିୟମାବଳୀ : ବଢିଲା ଭକ୍ତ ଓ ଯୁବସେବାୟତ ଙ୍କ ଅସନ୍ତୋଷ ! ! !

Share

ଶାରଳାମନ୍ଦିର ଶୃଙ୍ଖଳାପାଇଁ ଲାଗିଲା ନୁଆ ନିୟମାବଳୀ : ବଢିଲା ଭକ୍ତ ଓ ଯୁବସେବାୟତ ଙ୍କ ଅସନ୍ତୋଷ ! ! !
====================
ଝଙ୍କଡ଼ ତା ୮/୭/୨୦୨୩ ପ୍ରସିଦ୍ଧ ଝଙ୍କଡ଼ ଶାରଳାଙ୍କ ମନ୍ଦିରରେ , ଆଇନୀଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ, ଏଥିରେ ସୁଧାର ଆଣିବା ପାଇଁ ଗତ ୪ ତାରିଖ ଅପରାହ୍ନରେ ଶାରଳାମନ୍ଦିର ପ୍ରଶାସନର କାଯ୍ୟର୍ନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତା ରେ କନକପୁର ସ୍ଥିତ ଝଙ୍କଡ଼ ବିଶ୍ରମାଗାର ସଭାଗୃହ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ତିର୍ତ୍ତୋଲ ତହସିଲଦାର ଅମୂଲ୍ୟ କୁମାର ସାହୁ , ଥାନା ଆଇ ଆଇ ସି ଯୁଗଳ କିଶୋର ଦାସ, ମନ୍ଦିରର ବଡ଼ପଣ୍ଡା ଓ ପରିଚ୍ଛା ଙ୍କ ସମେତ, ପଣ୍ଡା ସେବକ ମାନଙ୍କୁ ନେଇ ପୂର୍ବରୁ ଗଠିତ ହୋଇଥିବା ୨୦ ଜଣିଆ କୋର୍ କମିଟିର ପ୍ରତିନିଧି ମାନଙ୍କୁ ନେଇ, ଆଲୋଚନା କରାଯାଇ ୧୮ ଗୋଟି ପ୍ରସ୍ତାବ କୁ ସର୍ବସମ୍ମତି କ୍ରମେ ସ୍ଵୀକୃତି ପ୍ରଦାନ କରାଯାଇଥିଲା । ଏଥିରେ ମାଆଙ୍କ ନୀତିକାନ୍ତି ରେ ସଂସ୍କାର , ଯାତ୍ରୀ ମାନଙ୍କ ସୁରକ୍ଷା, ପୀଠର ପବିତ୍ରତାରକ୍ଷା ଓ ପରିବେଶର ସୁରକ୍ଷା ଉପରେ ଗୁରୁତ୍ବ ଆରୋପ କରାଯାଇଛି । ଏହି ନୂତନ ନିୟମାବଳୀ ର ପ୍ରଣୟନ ଓ ବାସ୍ତବ କ୍ଷେତ୍ରରେ ଏହାର କାର୍ଯ୍ୟକାରିତା ଉପରେ , ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନୂତନ ନିୟମାବଳୀ ଗୁଡ଼ିକ ମଧ୍ୟରେ 1 ରେ ନିର୍ଦ୍ଦିଷ୍ଟ ସମୟ ବ୍ୟତୀତ ମାଆଙ୍କ ବିଗ୍ରହରୁ ଚନ୍ଦନ ଓ ଫୁଲମାଳ ଆଣିବା ନିଷେଧ ହେଲା। 2 ରେ ପୁଜାନିମନ୍ତେ ଠାଆ ହେବା ପରେ ମନ୍ଦିର ମଧ୍ୟକୁ ପ୍ରବେଶ ନିଷେଧ , 3 ରେ ଯାତ୍ରୀ ଓ ସେମାନଙ୍କ ପିଲାମାନଙ୍କୁ ଗର୍ଭଗୃହ କୁ ନେବା ନିଷେଧ,4 ରେ ମଝିଦେଉଳ ଓ ଗର୍ଭଗୃହ କୁ ମୋବାଇଲ୍ ନିଷେଧ, 5 ରେ ବ୍ରତ ହୋଇନଥିବା ଓ ଅବିବାହିତ ସେବକଙ୍କୁ ଗର୍ଭଗୃହ ମଧ୍ୟକୁ ପ୍ରବେଶ ନିଷେଧ, 6 ରେ ମାଆଙ୍କ ବିଗ୍ରହ ଫଟୋ ଉଠାଇବା ଓ ବେଢ଼ା ମଧ୍ୟରେ ମୋବାଇଲ ରେ ଫଟୋ ଉଠାଇଲେ ଜୋରିମାନା ଆଦାୟ, 7 ରେ ପଣ୍ଡା ସେବକ ମାନେ ଭକ୍ତ ଯାତ୍ରୀ ଓ ମନ୍ଦିର କର୍ମଚାରୀ ମାନଙ୍କୁ ଖରାପ ବ୍ୟବହାର କଲେ, ପୋଲିସ କୁ ଲିଖିତ ଅଭିଯୋଗ କରିବାକୁ ପରାମର୍ଶ ଦିଆଗଲା ଓ ବିଜ୍ଞାପନ ମାଧ୍ୟମ ରେ ସାର୍ବଜନୀନ କରିବାର ବ୍ୟବସ୍ଥା ଗ୍ରହଣ କରାଗଲା , 8 ରେ ଯାତ୍ରୀ ମାନଙ୍କୁ ଘରପଚାରି ବିରକ୍ତ କଲେ ଓ ଯୋର ଜୁଲମ କରି ଅର୍ଥ ଆଦାୟକଲେ, ଅଭିଯୋଗ କୁ ଭିତ୍ତିକରି ଦୃଢ଼ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ! 9 ରେ ଭକ୍ତ ଓ ସେବାୟତ ଙ୍କ ପାଇଁ ଅଭିଯୋଗ ବାକ୍ସ ଓ ଅଭିଯୋଗ ପୁସ୍ତକ ର ବ୍ୟବସ୍ଥା କରାଯିବା ସହିତ ଉତ୍ତମ ପ୍ରସ୍ତାବ ରଖାଯିବାକୁ ସ୍ଥିର କରାଗଲା !10 ରେ ଏହି ଅଭିଯୋଗ କୁ ସପ୍ତାହରେ ଥରେ ପ୍ରଶାସନ ଦେଖିବା ପରେ ଆଇନି ଅନୂଜାଇ ପଦକ୍ଷେପ ଗ୍ରହଣ କରିବେ । 11 ରେ ସେବାୟତ ମାନଙ୍କ ଅଭିଯୋଗ ର ଆଶୁସମାଧାନ କରାଯିବ 12 ରେ ପାଳିଆ ମାନଙ୍କ ଦ୍ଵାରା ଭୋଗଦୋକାନ ପାଖରେ ଦକ୍ଷିଣାଆଦାୟ ର ଆଲୋଚନା ମାଧ୍ୟମରେ ସଂଶୋଧନ କରାଯିବ,13 ରେ ଯାତ୍ରୀ ମାନଙ୍କ ଦ୍ଵାରା ପ୍ରଦତ୍ତ ଦାନସାମଗ୍ରୀ ଦ୍ରବ୍ୟ ବା ପଦାର୍ଥ ଯଦି ସେବାୟତ ମାନେ କାର୍ଯ୍ୟାଳୟ ରେ ଦାଖଲ ନକରନ୍ତି, ତେବେ ଆଇନୀଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ , 14 ରେ ମନ୍ଦିର ବେଢ଼ା ମଧ୍ୟରେ ପାନପିକ ଓ ଅଳିଆ ଆବର୍ଜ୍ଜନା ନିର୍ଦ୍ଦିଷ୍ଟ ସ୍ଥାନ ରେ ନପକାଇଲେ ଦଣ୍ଡବିଧି ର ବ୍ୟବସ୍ଥା , 15 ରେ ମନ୍ଦିରର ବେଢ଼ା ମଧ୍ୟରେ ପଲିଥିନ ଓ ଥର୍ମାକୁଲ ମୁକ୍ତ କରିବା ପାଇଁ ପ୍ରଶାସନ କୁ ଦାୟିତ୍ଵ ପ୍ରଦାନ 16 ରେ ତିର୍ତ୍ତୋଲ ତହସିଲଦାର ଙ୍କ ଦ୍ଵାରା ପ୍ରତି ଦୁଇଦିନରେ ସମସ୍ତ ନିୟମ ପାଳନ ସ୍ଥିତି ଅନୁଧ୍ୟାନ ଓ ତଦାରଖ କରି ଉପଜିଲ୍ଲପାଳଙ୍କୁ ତଥ୍ୟ ପ୍ରଦାନ କରିବା, 17 ରେ ଉପଜିଲ୍ଲାାଳଙ୍କଦ୍ଵାରା ନିୟମାବଳୀ ପାଳନ ର ତର୍ଜମା କରାଯିବ , ଓ 18 ରେ ନିୟମ ଖିଲାପ କାରୀ ଙ୍କ ବିରୁଦ୍ଧରେ କଠୋର ଦଣ୍ଡବିଧାନ, ଜୋରିମାନା ଓ ମନ୍ଦିର ଅଟକ ଆଦିର ବ୍ୟବସ୍ଥା । ତେବେ ଏସବୁ କଥାକୁ ଦୃଷ୍ଟିରେ ରଖି , ମାଆଙ୍କର ପ୍ରତିଦିନର ବେଶଫଟୋ କୁ ମନ୍ଦିରଅଫିସ ରୁ ଉଠାଯାଇ ସାର୍ବଜନୀନ କରାଗଲେ ସାରାବିଶ୍ବରେ ମାଆଙ୍କର ଶ୍ରଦ୍ଧାଳୁ ଭକ୍ତମାନେ ମାଆଙ୍କ ଦର୍ଶନ କରିବା ସହିତ ଏହା ମାଧ୍ୟମ ରେ ବହୁଳ ଭାବରେ ପ୍ରଚାର ପ୍ରସାର ମଧ୍ୟ ହୋଇପାରିବ ବୋଲି ଦେଶ ବିଦେଶରେ ଥିବା ବହୁ ଶ୍ରଦ୍ଧାଳୁ ଭକ୍ତ ନିବେଦନ କରିଅଛନ୍ତି , ଅପରପକ୍ଷରେ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କେତେକ କଠୋର ନିଷ୍ପତ୍ତି କୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ସେଥିପାଇଁ କେତେକ ଯୁବସେବାୟତ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି !
ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଓଡିଶା