March 7, 2026

ବାଇକ ସହିତ କାର ଧକ୍ଲା ଜଣେ ଗୁରୁତର,ବାଇକ ରେ ଗୋ ମାଂସ ଚାଲାଣ ଅଭିଯୋଗ ..

IMG-20250609-WA0093
Share

 

ମୟୂରଭଞ୍ଜ(ବିଭୂତି ରାଉତ)ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ପୋଲିସ ଆଜି ପୁଣି ଗୋ ମାଂସ ସହିତ ଏକ ବାଇକକୁ ଜବତ କରିଛି l ସୂଚନା ଅନୁଯାୟୀ, ଆଜି ବାରିପଦାରୁ ଅମର୍ଦା ଆଡକୁ ଦ୍ରୁତ ଗତିରେ ଯାଉଥିବା ଏକ ବାଇକ(OD-01J-4412) ଉକ୍ତ ଫାଣ୍ଡି ଅଧୀନ କଲଣି ଛକ ନିକଟରେ ବିପରୀତ ଆଡୁ ଆସୁଥିବା ଏକ କାରକୁ ଧକ୍କା ଦେଇଥିଲା l ବାଇକ ଚଲାଉଥିବା ବ୍ୟକ୍ତି ଷ୍ଟେସନ ଅମର୍ଦା ଅଞ୍ଚର ବ୍ୟକ୍ତି ଆସିକ ରେହମାନ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଜଣେ ହବିବି ରେହମାନ ସାମାନ୍ୟ ଆହତ ହୋଇଛନ୍ତି l ତେବେ ଉଭୟଙ୍କୁ ବାରମାଇଲ ସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି l ତେବେ ଉଭୟଙ୍କ ନିକଟରୁ ଚାରି କେଜି ମାଂସ ଜବତ କରାଯାଇଛି ଯାହା ଗୋ ମାଂସ ବୋଲି ସନ୍ଦେହ କରାଯାଉଛି l ଘଟଣାସ୍ଥଳରେ ଚିତ୍ରଡା ଫାଣ୍ଡି ଅଧିକାରୀ ଭୀମସେନ ମଲ୍ଲିକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଏବଂ ଜବତ ହୋଇଥିବା ମାଂସକୁ ଭେଟନାରୀ ଲ୍ୟାବକୁ ପଠାଯାଇ ଟେଷ୍ଟ କରିବା ପରେ ଏହା ଗୋ ମାଂସ କି ନୁହେଁ ଜଣାପଡିବ ବୋଲି କହିଛନ୍ତି ଫାଣ୍ଡି ଅଧିକାରୀ ମଲ୍ଲିକ l ଅପରପକ୍ଷରେ ସ୍ଥାନୀୟ ଲୋକେ କହିଛନ୍ତି ଯେ ବାରମ୍ବାର ଗୋ ମାଂସ ଚାଲାଣ ହେଉଥିଲେ ମଧ୍ୟ ସ୍ଥାନୀୟ ମୋରଡା ପୋଲିସ ଜାଣିନପାରିବା କୁ ନେଇ ବିଭିନ୍ନ ମହଲରେ ବିଭିନ୍ନ କଥା ହେଉଛି । ତେବେ ଏନେଇ କଣ କହୁଛନ୍ତି ବରିଷ୍ଠ ସାମ୍ବାଦିକ ଘାସିରାମ ବେହେରା ଓ ସ୍ଥାନୀୟ ବାସିନ୍ଦା ଘଟଣା ସ୍ଥଳକୁ ଗଲେ ଜାଣିପାରିବେ।