June 10, 2025

ରୋଟାରୀ କ୍ଲବର ୧୦ ଜଣ ହେଲେ ନୂଆ ସଦସ୍ୟତା 

Share

ଖୋର୍ଦ୍ଧା –(ପ୍ରିୟଙ୍କା ମହାପାତ୍ର)ସ୍ଥାନୀୟ ରୋଟାରୀ ଭବନ ପରିସରରେ ନୂଆ ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମରେ ରୋଟାରୀ ଓ ରୋଟ୍ରାକ୍ଟ ଭାବେ ୧୦ ଜଣ ନୂଆ ସଦସ୍ୟ ହୋଇଛନ୍ତି। ମୁଖ୍ୟ ଅତିଥି ଭାବେ ରୋଟାରୀ ଗଭରନର ଇନ୍ଦ୍ରଜିତ ସାହୁ ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ମହାପାତ୍ର ,ରୋଟାରୀ ସଭାପତି ରୁଦ୍ରନାଥ ଦତ୍ତ, ସମ୍ପାଦକ ସଞ୍ଜୟ ବର୍ମନ ନୂଆ ସଭ୍ୟଙ୍କୁ ଶପଥ ପାଠ କରାଇଥିଲେ।ଏଥିରେ ୟୁଟ୍ୟୁବର ତଥା ଇଂଜିନିଅର ଶୁଭମ ଜ୍ୟୋତି ସ୍ମୃତିଶ୍ରୀ ପରିଜା, ଅଧ୍ୟାପକ ସୁବୋଧ ଜଗଦେଵ, ଶାରଳା ପଟ୍ଟନାୟକ, ଉମାଶାଙ୍କର ପ୍ରସାଦ ରୋଟାରୀ ସଦସ୍ୟ ହୋଇଥିବା ବେଳେ ଶାଶ୍ୱତ ମହାନ୍ତି,ସୌମ୍ୟ ରଞ୍ଜନ ବେହେରା,, ନିଶାନ୍ତ ମହାନ୍ତି, ସୂର୍ଯ୍ୟ ମୁଦୁଲି, ରୋଟ୍ରାକ୍ଟ ସଭ୍ୟ ହୋଇଥିଲେ। ରୋଟାରୀୟନ ଦେବୀ ପ୍ରସାଦ ମଜୁନଦାର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପୂର୍ବତନ ସଭାପତି ଶୌର୍ଯ୍ୟ ରଞ୍ଜନ ମହାନ୍ତି, ଡା ଅମୀୟ ଜେନାମଣି, ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି,ସୁଚିସ୍ମିତା ପରିଜା ତାପସ ବୋଷ, ଲୋକେଶ ନାୟକ, ଦେବି ପ୍ରସାଦ ଦାସ ,ଚିନ୍ମୟୀ ଦାସ, ମୋନାଲି ମହାପାତ୍ର ପ୍ରମୁଖ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଅଗାମୀ ବର୍ଷ ପାଇଁ ରୋଟାରୀ ସଭାପତି ଭାବେ ସୁକାନ୍ତ ନାୟକ ଏବଂ ରୋଟ୍ରାକ୍ଟ ସଭାପତି ଭାବେ ସମ୍ବିତ ବେହାରଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ଖୋର୍ଦ୍ଧା ରୋଟାରୀ କ୍ଲବକୁ ରାଜ୍ୟରେ ଏକ ଅଗ୍ରଣୀ କ୍ଲବ ଭାବେ ଗଢିତୋଳିବା ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଗଭରନର ଇନ୍ଦ୍ରଜିତ ମହାନ୍ତି ପ୍ରତିଶୃତି ଦେଇଥିଲେ।