ନବରଙ୍ଗପୁର ଜିଲ୍ଲା ରେ ଟ୍ରାକ୍ଟର ଚାଳିତ ନଅ ଧାଡ଼ିଆ ପୁଷ୍ଟିଶସ୍ୟ ମଞ୍ଜି ଓ ସାର ବୁଣା ଯନ୍ତ୍ରି ର କ୍ଷେତ୍ର ପ୍ରଦର୍ଶନ…….

ନବରଙ୍ଗପୁର:- (ଏମ୍.ଦିନା°ଶୁ ଆଚାରୀ) ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଅଧୀନରେ କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟଠାରେ ପରିଚାଳିତ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପ୍ରକଳ୍ପ “ଓଡିଶାର ଢିପ ଜମିରେ ପୁଷ୍ଟି ଶଷ୍ୟ ଚାଷର ବିକାଶ ” ଅଧ୍ଧରେ ଥିବା ରାଜ୍ୟର ପାଞ୍ଚଗୋଟି ଜିଲ୍ଲା କେନ୍ଦୁଝର, ସୁନ୍ଦରଗଡ଼, ନୂଆପଡା, ନବରଙ୍ଗପୁର ଓ କୋରାପୁଟ ମଧ୍ୟରୁ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଳକ୍ ସ୍ଥିତ ଏକୋରିଗ୍ରାମରେ ଏକ ଟ୍ରାକ୍ଟର ଚାଳିତ ନଅ ଧାଡ଼ିଆ ପୁଷ୍ପାଣସ୍ୟ ମଞ୍ଜି ଓ ସାର ବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକୁ ପାରମ୍ପରିକ ପଦ୍ଧତିରେ ବଳଦ ଟଣା ଲଙ୍ଗଳ ପାହାଯ୍ୟରେ ଧାଡ଼ି ବୁଣା କରିବା ପାଇଁ ଏକର କୁ ୪ ହଳ ବଳଦ ଓ ହାରାହାରି ୧୦ ଜନ ଲୋକ ଲାଗିବା ସହିତ ମଞ୍ଜି ସଠିକ ବ୍ୟବଧାନ ଓ ସଠିକ ପରିମାଣରେ ପଢ଼ି ନଥାଏ କିନ୍ତୁ ଏହି ଟ୍ରାକ୍ଟର ଚାଳିତ ମଞ୍ଜି ଓ ଯାଉ ବୁଣା ଯନ୍ତ୍ର ସାହାଯ୍ୟରେ ଧାଡ଼ି କୁ ଧାଡ଼ି ୨୦-୨୨ ସେମି ଏବଂ ମଞ୍ଜି କୁ ମଞ୍ଜି ୧-୨ ସେମି ବ୍ୟବଧାନରେ ୧ ଘଣ୍ଟାରେ ୧ ଏକର ଜମିରେ ଏକର ପିଛା ୪ କେଜି ମଞ୍ଜି ହିସାବରେ ସଠିକ ଭାବରେ ବୁଣା ଯାଇପାରିବ ଏଠାରେ ଉଲ୍ଲେଖ ଯେ ରାଜ୍ୟ ସରକାରଙ୍କ ଦ୍ବାରା ସାରା ରାଜ୍ୟରେ ଚାଷୀଙ୍କୁ ୩୦୦ ଗୋଟି ଯତ୍ନ ଶୁଖୁଲା ଜମିରେ ଧାଡ଼ି ରେ ଧାନ ମଞ୍ଜି ବୁଣିବା ନିମନ୍ତେ ଉପଲବ୍ଧ କରାଯାଇଛି ଯେଉଁଥିରେ କେବଳ ମଞ୍ଜି ବୁଣା ପ୍ଲେଟ୍ କୁ ବଦଳାଇ ବହୁ ପୁଷ୍ଟିଶଷ୍ୟ ମଞ୍ଜି ଯେପରି ସୁଆଁ, କାଙ୍ଗୁ, ମାଣ୍ଡିଆ, ବିଲ ସୁଆଁ ଇତ୍ୟାଦି ମଧ୍ୟ ବୁଣା ଜାଇ ପାରିବ ଏହି ପଦ୍ଧତି ଦ୍ବାରା ଫସଲର ଅମଳ ବୃଦ୍ଧି ହେବା ସହିତ ଚାଷ କାର୍ଯ୍ୟ ମଧ୍ଯ ଅଳ୍ପ ସମୟରେ, ଅଳ୍ପ ଖର୍ଚରେ, କମ ପରିଶ୍ରମରେ ହୋଇ ପାରିବ। ଏହି କାର୍ଯ୍ୟକ୍ରମରେ ଇକ୍ରିସାଟ୍ କୃଷି ଯାନ୍ତ୍ରିକରଣ ପରାମର୍ଶଦାତା ଡଃ ସଂଗ୍ରାମ କେଶରୀ ସ୍ବାଇଁ ଯୋଗଦେଇ ଚାଷୀଙ୍କୁ ଏହି ଯନ୍ତ୍ରର ବିବରଣୀ ଦେବା ସଙ୍ଗେ ସଙ୍ଗେ ପୁଷ୍ଟିଶଷ୍ୟ ମଞ୍ଜି ଯେପରି ସୁଆଁ ଓ କାଙ୍କୁ ବୁଣା ର ତଦାରଖ ମଧ୍ୟ କରିଥିଲେ।
କାର୍ଯ୍ୟକ୍ରମରେ ଆଞ୍ଚଳିକ ଗବେଷଣା ଓ ପ୍ରଯୁକ୍ତି ବିଦ୍ୟା ପ୍ରସାରଣ ଉପକେନ୍ଦ୍ର, ଉମରକୋଟ ର ବୈଜ୍ଞାନିକ ଡଃ ବିମାନ ରଞ୍ଜନ ବେହେରା, ଐତିହ୍ୟ ଧାନ ଗବେଷଣା କେନ୍ଦ୍ର, ଜୟପୁର ର ବୈଜ୍ଞାନିକ ଶ୍ରୀ ମିହିର ରଞ୍ଜନ ମହାନ୍ତି, ଇକ୍ରିସାଟ୍ ର କ୍ଷେତ୍ର ଅଧିକାରୀ ଶ୍ରୀ ଆଲୋକ ରଞ୍ଜନ ରାଉତ ଓ ଶ୍ରୀ ଉଦିତ ଶଙ୍କର ପାଣିଗ୍ରାହୀ, ବିଶ୍ବବିଦ୍ୟାଳୟର ଗବେଷଣା ସହାୟକ ଇଂ ଋଷିକେଶ ସାହୁ, ଇକ୍ରିସାଟ୍ ର କ୍ଷେତ୍ର ସହାୟକ ଶ୍ରୀ ଦିପକ ରଞ୍ଜନ ଜେନା ଓ ସ୍ଥାନୀୟ ଅଗ୍ରଣୀ ଚାଷୀ ଶ୍ରୀ କ୍ରୁଷ ମାଝୀଙ୍କ ସହ ଅନ୍ୟ ଚାଷୀ ମଧ୍ୟ ଉପସ୍ଥିତ ଥିଲେ ।