June 10, 2025

ଭିଜିଲାନ୍ସ ଜାଲରେ ଧର୍ମଗଡ଼ର ଆଇ ଏ ଏସ ଉପ ଜିଲ୍ଲାପାଳ  ଧୀମାନ ଚକମା …

Share

 

କଳାହାଣ୍ଡି(ଚନ୍ଦ୍ର ଶେଖର ପାଳ)କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ଅଫିସର ବାବୁ ମାନେ ଲାଞ୍ଚ କାରନାମା ଘଟଣା ବାରମ୍ବାର

ସାମ୍ନାକୁ ଆସୁଛି।ଯେତେ ବେଳେ ସତ୍ ସାମ୍ନା କୁ ଆସେ ତେବେ ସେହି ମରଦ ପଣିଆ ଘୃଣାରେ ପରିଣତ ହୋଇଯାଏ।

ଅସତ୍ୟ ରେ ଯେଉଁ ସମ୍ପତ୍ତି ଠାବ ହୁଏ ତାହା ଉଚିତ କାମରେ ଆସି ନ ଥାଏ।ଲକ୍ଷ ଲକ୍ଷ ଟଙ୍କା ଅଏସ ଆରାମ ପାଇଁ ଉପାର୍ଜନ କରିବା, ଅନ୍ୟର କାମ ପାଇଁ ଲାଞ୍ଚ ନେବା ନିୟମ ଉଲ୍ଲଙ୍ଗନ କରୁଥିବା ଭଳି

ଘଟଣା ଆଜି ଧର୍ମଗଡ ଉପଖଣ୍ଡ

ସ୍ତରର ଆଇ ଏ ଏସ ଉପ-ଜିଲ୍ଲlପାଳ ଙ୍କ କାରନାମା ଦେଖାଯାଇଛି।

୨୦୨୧ ରେ କରିଥିଲେ ଆଇଏଏସ ଅଫିସର ମାତ୍ର ଚାରି ବର୍ଷରେ

ବନିଗଲେ କୋଟି କୋଟି ଟଙ୍କାର ମାଲିକ।ବାପା ତାଙ୍କର ଶିକ୍ଷକ,ସ୍ତ୍ରୀ ଡାକ୍ତର ହେଲେ ତ୍ରିପୁରା ରୁ ଆସି କରିଦେଲେ ଏମିତି କାରନାମା ଯେ

ଘରେ ରଖିଥିଲେ ଖାଲି ପାଞ୍ଚ ଶହ ଟଙ୍କିଆ ନୋଟ।ଅଫିସର ହେବ ତ ଏମିତି ସତରେ ଟଙ୍କା ରଖିବାକୁ ଜାଗା ନ ଥିବ।ବିଛଣା,ସୋଫା, ଆଲମାରୀ ରେ କେହି ଭାବି ନ ଥିବେ ପାଞ୍ଚ ଶହ ଟଙ୍କିଆ ନୋଟ ବଣ୍ଡଲ ରହିଛି ବୋଲି କିନ୍ତୁ ବାବୁ ଙ୍କ ସମୟ ନଥିବାରୁ ସେ ବ୍ୟାଙ୍କରେ ପଇସା ରଖି ପାରୁନଥିଲେ।

କିନ୍ତୁ ବର୍ତ୍ତମାନ ଦଇବ ତାଙ୍କୁ ସାଥ ଦେଇ ନ ଥିଲା।

ଯାହା ଫଳରେ ସେ ଏତେ କମ ଦିନରେ ଏତେ ପରିମାଣ ର ଟଙ୍କା ଆଦାୟ ହୋଇଥିଲା ଯେ ଭିଜିଲାନ୍ସ

ତାଜୁବ ହୋଇଯାଇଛି।

ଏଭଳି ସରକାରୀ ବାବୁ ଜଣକ ଲାଞ୍ଚ କାରବାର ଏହି ଅଞ୍ଚଳ ରେ ପ୍ରଥମ ଥର ବୋଲି ଜନସାଧାରଣ ମାନେ ଆଲୋଚନା କରୁଛନ୍ତି।

ନା ଯେମିତି କାମ ସେମିତି ଚକମା ଦେବାରେ ସେ ଧୁରନ୍ଧର।

ବାବୁ ଜଣକ ଜୟପାଟଣା ବ୍ଲକ ର ଏକ କ୍ରସର ମାଲିକଙ୍କ ଠାରୁ ବେଆଇନ କାର୍ଯ୍ୟ ପାଇଁ ୨୦ ଲକ୍ଷ ଫାଇନ ଦେବାକୁ କହିଥିଲେ ତେଣୁ ଉକ୍ତ ମାଲିକ ୧୦ ଲକ୍ଷ ଟଙ୍କା ଧରି ଧର୍ମଗଡ ସରକାରୀ ବାବୁ ଙ୍କ ବାସଭବନ କୁ ଟଙ୍କା ଦେବାକୁ ଯାଇଥିଲେ। ସେହି ସମୟରେ ପୁର୍ବରୁ ଛକି ରହିଥିବା ଭିଜିଲାନ୍ସ ତାଙ୍କୁ ରଙ୍ଗ ବୋଳା ଯାଇଥିବା ଟଙ୍କା ଆଇ ଏ ଏସ ଅଫିସର ନେବା ସମୟରେ ଧରା ପଡିଥିଲେ।