March 10, 2026

ଭୁବେନେଶ୍ବର ସ୍ଥିତ ହୋଟେଲ କେଶରୀ ଠାରେ “ତୃତୀୟ ଲିଙ୍ଗୀ କଲ୍ୟାଣ ବୋର୍ଡ” ବୈଠକ ଅନୁଷ୍ଠିତ ..

IMG-20250609-WA0006
Share

 

ପାରଳାଖେମୁଣ୍ଡି(ଗରୁଡ ଧ୍ଵଜ ଚୌଧୁରୀ)ଭୁବନେଶ୍ଵର ସ୍ଥିତ ହୋଟେଲ କେଶରୀ ଠାରେ ଓଡିଶା ର “ତୃତୀୟ ଲିଙ୍ଗୀ କଲ୍ୟାଣ ବୋର୍ଡ” ପାଇଁ ଏକ ବୈଠକ ଅନୁଷ୍ଠିତ ହେଇଥିଲା।ଉକ୍ତ ବୈଠକ ରେ ଓଡ଼ିଶାର ସବୁ ଜିଲ୍ଲାର ତୃତୀୟ ଲିଙ୍ଗୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ଗଜପତି ଜିଲ୍ଲାର ତୃତୀୟଲିଙ୍ଗୀ ସଙ୍ଗର ସମ୍ପାଦିକା ଜସ୍ମିନ୍ ଶେଖ୍ ଏବଂ ସଦସ୍ୟ ଲିନୁ ସୁବୁଦ୍ଧି ଏହି କାର୍ଯ୍ୟକ୍ରମ ରେ ସଦସ୍ୟ ଭାବେ ଯୋଗ ଦେଇଥିଲେ।ଓଡ଼ିଶା ସରକାର ତରଫରୁ ତୃତୀୟଲିଙ୍ଗୀ ମାନଙ୍କ ପାଇଁ “ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ” ଗଠନ ପାଇଁ ନିଷ୍ପତ୍ତି ନେଇଛନ୍ତି।ଏହି ବୋର୍ଡ ରେ ତୃତିୟଲିଙ୍ଗି ମାନଙ୍କର କଲ୍ୟାଣ, ଉନ୍ନତି ମୂଳକ ପଦକ୍ଷେପ,ସମାଜର ମୁଖ୍ୟସ୍ରୋତକୁ ଆଣିବା ପାଇଁ କର୍ମନିଯୁକ୍ତି,ସ୍ୱାସ୍ଥ୍ୟ,ଶିକ୍ଷା,ମୌଳିକ ଅଧିକାର,ସଚେତନତା ଆଦି ବହୁ ବିଷୟକୁ ନେଇ ଆଲୋଚନା

ହେଇଥିଲା ଏହି ବୈଠକରେ ଗଜପତି ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ତୃତୀୟ ଲିଙ୍ଗୀ ର କର୍ମକର୍ତ୍ତା ସମେତ ସଦସ୍ୟ ମାନେ ଭାଗ ନେଇଥିଲେ।