July 1, 2024

ଉମରକୋଟ ବାବା ବୈଦ୍ୟନାଥ ମନ୍ଦିର ଠାରେ ପ୍ରଭୁ ଶ୍ରୀ ଚନ୍ଦ୍ର ଶେଖର ଙ୍କ ସହ ମାତା ପାର୍ବତୀଙ୍କ ନିର୍ଭନ୍ଦ ଓ ଗନ୍ଧସଣ କାର୍ଯ୍ୟକ୍ରମ ଅନୁଷ୍ଠିତ……

Share

ଉମରକୋଟ(ଏମ୍.ଦିନା°ଶୁ ଆଚାରୀ) ଆସନ୍ତା କାଲି ଉମରକୋଟ,ଗୁଲିପାଟଣା ସ୍ଥିତ ବାବା ବୈଦନାଥ ମନ୍ଦିରରେ ଠାରେ ପ୍ରଭୁ ଶ୍ରୀ ଚଦ୍ର ଶେଖର ଓ ମାତା ପାର୍ବତୀ ଙ୍କ ବାହାଘର ଅନୁଷ୍ଠିତ ହେବ। ଏହି ବିବାହ କାର୍ଯ୍ୟକ୍ରମ ରେ ମନ୍ଦିର କମିଟି ତରଫରୁ ବର ଶ୍ରୀ ଚନ୍ଦ୍ରଶେଖରଙ୍କ ପିତା,ମାତା ଭାବେ ଉମରକୋଟ ଭାଲୁଗୁଡା ସାହି ନିବାସୀ
ଶ୍ରୀ ରାମଚଦ୍ର ପଣ୍ଡା ଙ୍କୁ ଓ ଶ୍ରୀମତୀ ରଶ୍ମିତା ପଣ୍ଡା ଙ୍କୁ ଓ ମାତା ପାର୍ବତୀ ଙ୍କ ପିତା, ମାତା ରୂପେ ଶ୍ରୀ ପ୍ରଶାନ୍ତ କୁମାର ଦାସ, ଶ୍ରୀମତୀ ସୁଜ୍ଞାନୀ ଦାସ ଙ୍କୁ ମନ୍ଦିର କମିଟି ତରଫରୁ ଚୟନ କରାଯାଇଥିଲା।ଏହି ପରିପ୍ରେକ୍ଷିରେ ଆଜି ଅପରାହ୍ନରେ ଭାଲୁଗୁଡା ବରଙ୍କ ବାସଭବନରୁ ପ୍ରଭୁ ଶ୍ରୀ ଶିବଙ୍କୁ ପୂଜାର୍ଚ୍ଚନା କରିବା ପରେ ବରଙ୍କ ପିତା, ମାତା ଙ୍କ ସହ ବନ୍ଧୁ ବାନ୍ଧବ,ଜ୍ଞାତି,କୁଟୁମ୍ବ ଙ୍କ ସହ ବାଜା, ବାଜଣା ସହ ଝିଅ ମାତା ପାର୍ବତୀ ଙ୍କ ବାପା,ମାଙ୍କ ଝରିଗାଁ ରୋଡ଼ ସ୍ଥିତ ବାସଭବନକୁ ପହଞ୍ଚିଥିଲେ। ସେଠାରେ ସମସ୍ତ କାର୍ଯ୍ୟ ବୈଦିକ ରୀତି ନୀତି ଅନୁସାରେ ନିର୍ବନ୍ଧ କାର୍ଯ୍ୟକ୍ରମଟି ଉଭୟ ଙ୍କ ପିତା ମାତା ଓ ଜ୍ଞାତି କଟୁମ୍ବ, ବନ୍ଧୁ ପରିବାରଙ୍କ ଉପସ୍ଥିତରେ ସମାପନ କରାଯାଇଥିଲା।ଏହା ପରେ ଉପସ୍ଥିତ ସମସ୍ତ ପରିବାର ନିମନ୍ତେ କନ୍ୟା ଘର ତରଫରୁ ଭୋଜିର ଆୟୋଜନ କରାଯାଇଥିଲା। ଏହାପରେ ବରଘର ଲୋକେ ଘରକୁ ଆସି ପ୍ରଭୁ ଶ୍ରୀ ଚନ୍ଦ୍ରଶେଖରଙ୍କୁ ଗନ୍ଧସଣ କରିବା ନିମନ୍ତେ ମାଁ ମଙ୍ଗଳା ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଭସ୍କେଲ ନଦୀରୁ ପାଣି ଆଣି ପ୍ରଭୁ ଶିବଙ୍କୁ ରୀତିନୀତି ଅନୁସାରେ ହଳଦୀ,ଚନ୍ଦନ, ସୁଗନ୍ଧ ଜଳରେ ସ୍ନାନ କରାଯାଇ ଗନ୍ଧସଣ କରାଯାଇଥିଲା।ସେହିପରି କନ୍ୟାଙ୍କ ଘରେ ମାତା ପାର୍ବତୀଙ୍କୁ ଗନ୍ଧସଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହାପରେ ଆସନ୍ତା କାଲି ସନ୍ଧ୍ୟାରେ ବର ଘର ଲୋକେ ବାଜା ବାଜଣା ସହ ବିରାଟ ପଟୁଆର ସହ ଗୁଳିପାଟଣା ସ୍ଥିତ ବାବା ବୈଦନାଥ ମଦିର ପହଂଚିବା ପରେ ବିବାହ କାର୍ଯ୍ୟ ରଖାଯାଇଛି।ଏହି ବିବାହ କାର୍ଯ୍ୟକ୍ରମ ରେ ଉପସ୍ଥିତ ଉଭୟ ପକ୍ଷଙ୍କୁ ପ୍ରାୟ ଚାରି ହଜାର ଭକ୍ତଙ୍କ ନିମନ୍ତେ ପ୍ରସାଦ ଖାଇବା ବ୍ୟବସ୍ତା କରାଯାଇଥିବା ମାତା ପାର୍ବତୀଙ୍କ ପିତା ଶ୍ରୀ ପ୍ରଶାନ୍ତ କୁମାର ଦାସ ସୂଚନା ଦେଇଛନ୍ତି।ଆଜିର ଏହି କାର୍ଯ୍ୟମରେ କମିଟିର ସଭ୍ୟ ଶ୍ରୀ ବିଷ୍ଣୁ ପଟ୍ଟନାୟକ, ଶ୍ରୀ ନାଗେଶ କୁମାର ପଟ୍ଟନାୟକ,ଟୁଲୁ ସାହୁ,ଦଶରଥ ଗଣ୍ଡ,ରାମ ନାୟକ,ଯତୀନ ପଣ୍ଡା ସହ ଅନ୍ୟ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ଟି ସମ୍ପର୍ଣ୍ଣ କରାଯାଇଥିଲା।

You may have missed