July 1, 2024

ଗୋଲାମୁଣ୍ଡୁଳାରେ ଅଷ୍ଟ ପ୍ରହର ଅଖଣ୍ଡ ନାମଯଜ୍ଞ..

Share


ବୁଗୁଡା : ତା ୦୯/୦୬/୨୪ : ବୁଗୁଡା ଏନ୍ଏସି ଅନ୍ତର୍ଗତ ଗୋଲାମୁଣ୍ଡୁଳା ଗ୍ରାମରେ ସେଠାକାର ଲୋକନାଥେଶ୍ବର ମନ୍ଦିର ପ୍ରତିଷ୍ଠାର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଅଷ୍ଟ ପ୍ରହର ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ନାମଯଜ୍ଞରେ ଲଛିପୁର , ବାଦୁଆ , ଦଦରାଖୋଲ ଓ ଗୋଲାମୁଣ୍ଡୁଳା ଆଦି ଗ୍ରାମର ନାମ ସଂକୀର୍ତ୍ତିନ ଦଳ ଅଂଶ ଗ୍ରହଣ କରିଥିଲେ । ଏ ଅବସରରେ ଆୟୋଜିତ ହୋମଯଜ୍ଞରେ କର୍ତ୍ତା ଭାବେ ସଞ୍ଜୟ କୁମାର ବିଷୋୟୀ ଓ ନିବେଦିତା ବିଷୋୟୀ ଦାୟିତ୍ବ ନିର୍ବାହ କରିଥିଲେ । ଏହି ନାମଯଜ୍ଞରେ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ଘଟିଥିଲା । ଗୋଲାମୁଣ୍ଡୁଳା ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ଆୟୋଜିତ ନାମଯଜ୍ଞ ଓ ଅନ୍ନଯଜ୍ଞ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା ।

You may have missed