July 1, 2024

“ଉପାନ୍ତ ଖବର” ରେ ଖବର ପ୍ରସାରଣ ପରେ ସାହାଯ୍ୟ ସହଯୋଗ ପାଇଁ ଅଣ୍ଟା ଭିଡିଛନ୍ତି ସ୍ଵେଚ୍ଛାସେବୀ କୃପାସିନ୍ଧୁ…

Share

ରାଜସୁନାଖଳା(ସୁଶାନ୍ତ କୁମାର ପ୍ରଧାନ) ରାଜସୁନାଖଳା ନିକଟସ୍ଥ କାସନ୍ଦା ପଞ୍ଚାୟତର ମଧୁପୁରୁ ସାହିର ଭରତ ଦାସ ଆଜକୁ ଦୁଇ ବର୍ଷ ଚାରି ମାସ ହେଲାଣି ବୃକକ ରୋଗରେ ପଡି ଜୀବନସହ ସଂଗ୍ରାମ କରୁଛନ୍ତି। ଡାକ୍ତର କହିଛନ୍ତି ତାଙ୍କ ଦୁଇଟି ଯାକ ବୃକକ ନଷ୍ଟ ହୋଇଯାଇଛି।ଧାର ଉଦ୍ଧାର କରି ସେ ଏବେ ଭୁବନେଶ୍ୱର ଯାଇ ଡାଇଲସିସ କରୁଛନ୍ତି ନିଜର ଥିବା ବିଜୁ ସ୍ବାସ୍ଥ୍ୟ କାର୍ଡରେ।କିନ୍ତୁ ମେଡ଼ିସିନ ମାସକୁ କୋଡିଏ ହଜାର ଟଙ୍କାର କିଣିବାକୁ ପଡୁଛି।ଡାକ୍ତର କହୁଛନ୍ତି ଦୁଇଟି ବୃକକ ପ୍ରତିରୋପଣ କରିବାକୁ।୧୦ ରୁ ୧୨।ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କିନ୍ତୁ ଆର୍ଥିକ ଅନାଟନରେ ଗତି କରୁଛନ୍ତି ସେ। ଏତେ ପଇସା କୋଉଠୁ ଆଣିବେ ଚିନ୍ତାରେ ପରିବାର,ଦିନେ ଖାଇଲେ ଦୁଇ ଦିନ ଉପବାସରେ ରହୁଛନ୍ତି। ସରକାରୀ ସ୍ତରରେ ବହୁ ଯୋଜନା ଥିଲେ ମଧ୍ୟ୍ୟ ସେ ସେଥିରୁ ବଞ୍ଚିତ ଗାଁ ଛକରେ ସେ ଝାଲମୁଡି ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି।ଘରେ ସ୍ତ୍ରୀ ଓ ଦୁଇ ଛୁଆ।ଗାଁ ରୁ ଓ ବନ୍ଧୁ ବାନ୍ଧବ ଠାରୁ ଯାହା କିଛି ପଇସା ସାହାଯ୍ୟ ମାଗି ସେ ଡାକ୍ତର
ଦେଖାଉଛନ୍ତି।କିନ୍ତୁ ଭରତ ଦୁଃଖ ଭରା କଣ୍ଠରେ ସାହାଯ୍ୟ ପାଇଁ ସହୃଦୟ ବ୍ୟକ୍ତିମାନଙ୍କୁ ନିବେଦନ କରିଥିଲେ।ଏହି ଖବରଟି “ଉପାନ୍ତ ଖବର” ରେ ପ୍ରସାରିତ ହୋଇଥିଲା। ଖବର ପ୍ରସାରଣ ପରେ ସେହି କାସନ୍ଦା ଗ୍ରାମର ସ୍ଵେଚ୍ଛାସେବୀ କୃପାସିନ୍ଧୁ ସାମନ୍ତସିଂହାର ଓ ତାଙ୍କର ସାଥୀମାନେ କିଛି ଆର୍ଥିକ ସହାୟତା କରିବା ସହିତ ନିଜର ଗ୍ରାମ ଏବଂ ପାଖାପାଖି ଥିବା ଗ୍ରାମଗୁଡ଼ିକରୁ ଭରତଙ୍କ ପାଇଁ ଆର୍ଥିକ ସହାୟତା ମାଗୁଛନ୍ତି।ଏହି ମହତ କାର୍ଯ୍ୟପାଇଁ ସ୍ଥାନୀୟ ଅଞ୍ଚଳରେ ସ୍ୱେଚ୍ଛାସେବୀ କୃପାସିନ୍ଧୁ ଓ ସାଥୀମାନଙ୍କ ପାଇଁ ପ୍ରଶଂସା ର ସୁଅ ଛୁଟିଛି।

You may have missed