ମୁଖ୍ୟମନ୍ତ୍ରୀ ଘୋଷଣା ମୁକ୍ତା ଯୋଜନାରେ ଗଞ୍ଜାମ ଏନ. ଏ. ସି. ରେ ଖର୍ଚ୍ଚ ଏକ କୋଟି 90ଲକ୍ଷ,
ଗଞ୍ଜାମ –ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ଏନ. ଏ. ସି ରେ ମୁକ୍ତା ଯୋଜନାରେ ଏକ କୋଟି 90 ଲକ୍ଷ ଟଙ୍କା ବିନିମୟରେ ସହରର 12 ଟି ୱାର୍ଡ ର ଉର୍ନତିକରଣ ହେବ l ଏ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ କଂଫେରେନ୍ସ ମାଧ୍ୟମରେ ଅନୁମୋଦନ କରିଛନ୍ତି । ମୁକ୍ତା ଯୋଜନା ମାଧ୍ୟମରେ ରାସ୍ତା ଘାଟ ନିର୍ମାଣ,ଚଲାପଥ,ଉଦ୍ୟାନ, ଓପେନ ଜିମ, ପୋଖରୀ ପୂର୍ଣଉଦ୍ଧାର ଭଳି ବିଭିନ୍ନ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା ।ପାଖାପାଖି ପ୍ରାୟ ସମସ୍ତ ପ୍ରସ୍ତାବକୁ ଅନୁମୋଦନ ମିଳିଛି ବୋଲି ସ୍ପଷ୍ଟ କରିଛନ୍ତି ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିନାଶ ମିଶ୍ର ।ବିଭିନ୍ନ ପ୍ରକଳ୍ପ ମଧ୍ୟରୁ ବରପଲ୍ଲୀ,ଖଣ୍ଡେଶ୍ୱର ଓ ନାଉଡି ବନ୍ଧ ପ୍ରତ୍ୟକ ପାଇଁ ୧୦ଲକ୍ଷ,ବ୍ରାହ୍ମଣ ଢାମଣା ସାହି, ସାମନ୍ତରା ସାହି,ପୁଇଁତୋଳା ବଡ ସାହି,ପୋତାଗଡ,ଦାମୋଦରପୁର ବସ ଷ୍ଟପ ଏବଂ ଗୌଡ଼ ସାହି ରାମିୟା ବନ୍ଧ,ଅକଟା ବନ୍ଧ ଚଲାପଥ ପାଇଁ ମୋଟ ୬୬ଲକ୍ଷ,ସାମନ୍ତରା ସାହି,ଗୌଡ଼ ସାହି,ପୁଇଁତୋଳା ବଡ ସାହି,ପୋତାଗଡ ଉଦ୍ୟାନ ନିମନ୍ତେ ୬୦ଲକ୍ଷ,ବରିଷ୍ଠ ନାଗରିକ ଓ ଦାସ ସାହି ନିମନ୍ତେ ଶିଶୁ ଖେଳ କେନ୍ଦ୍ରରେ ୨୦ଲକ୍ଷ,ଏବଂ ମାଛ ମାର୍କେଟ,ଚୌଧରୀ ସାହି ରେ ୧୪ ଲକ୍ଷ ବ୍ୟୟ ରେ ନିର୍ମିତ ହେବ ଖୋଲା ବ୍ୟାୟାମ କେନ୍ଦ୍ର । ଗଞ୍ଜାମ ବ୍ଲକ ସଭା ଗୃହ ଠାରେ ଏନଏସି ଇଓ ଅବିନାଶ ମିଶ୍ର, ଉପନଗରପାଳ ସୁରେନ୍ଦ୍ର ବାରିକି, ଗଞ୍ଜାମ ବରିଷ୍ଟ ନାଗରିକ ,ଏସ. ଏସ. ଜି ମହିଳା ମାନେ,ମୁକ୍ତା ଯୋଜନା ଅଧିକାରୀ ଚିନ୍ମୟ ପୃଷ୍ଟି, ସୁମିତ ବେହେରା, ଭାଗ୍ୟଶ୍ରୀ ନାୟକ, ସିଓ ସ୍ୱପ୍ନା ରାଣୀ ମହାପାତ୍ର, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା, ମହିଳା କନିଷ୍ଠ ଯନ୍ତ୍ରୀ ବିଷ୍ଣୁ ପ୍ରିୟା ସାବତ ଙ୍କ ସମେତ କାଉନ୍ସିଲର ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଭିଡ଼ିଓ କନଫରେନ୍ସ ସମୟରେ ଉପସ୍ଥିତ ଥିଲେ l ଏନେଇ ଗଂଜାମ ସହର ବାସୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି l