March 10, 2026

୫T ସଚିବଙ୍କ ଗୁଣୁପୁର ଗସ୍ତ ଅନେକ ଆଶା ଓ ନୂଆ ସମ୍ଭାବନା ଦେଇ ଫେରିଲେ ସଚିବ

IMG-20230609-WA0046
Share

୫T ସଚିବଙ୍କ ଗୁଣୁପୁର ଗସ୍ତ
ଅନେକ ଆଶା ଓ ନୂଆ ସମ୍ଭାବନା ଦେଇ ଫେରିଲେ ସଚିବ


ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ୫T ସଚିବ ଆଜି ଗୁଣପୁର ଗସ୍ତ କରି ଅନେକ ନୂଆ ଆଶା ଓ ବିକାଶର ପ୍ରତିଶ୍ରୁତି ଦେଇ ଭୁବନେଶ୍ୱର ଫେରିଯାଇଛନ୍ତି । ପ୍ରଥମେ ଶେଫାଳି ପାହାଡ଼ ପରିଦର୍ଶନ କରିବା ସହ ରାମେଶ୍ୱର ମନ୍ଦିରର ଉନ୍ନତି କରଣ ନିମନ୍ତେ ପରିଚାଳନା କମିଟି ସହିତ ଆଲୋଚନା କରିଥିଲେ l ଗୁଣପୁର ଇଣ୍ଡୋର ଷ୍ଟାଡିୟମ ନିକଟରେ ଆୟୋଜିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇ ମିଶନ ଶକ୍ତି ଓ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ l ଗୁଣପୁର ଅଞ୍ଚଳର ସମସ୍ତ କଲେଜ ୫ଟି ଅଧୀନରେ ଥିବା ପ୍ରକାଶ କରିଥିଲେ । ସେଫଳି ପାହାଡ଼ର ଉନ୍ନତି ନିମନ୍ତେ ଡିପିଆର ପ୍ରସ୍ତୁତ କରି ପଠାଇଲେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କରାଯିବ ଓ ୬ ମାସ ମଧ୍ୟରେ କାର୍ଯ୍ୟ ସାରିବାକୁ ପ୍ରତିଶ୍ରୁତି ଦେଇଥିଲେ । ସେଫାଳି ପାହାଡ଼ ରାସ୍ତା ପାଇଁ ସ୍ୱତନ୍ତ୍ର ଅନୁଦାନ ଦିଆଯିବ ବୋଲି କହିଥିଲେ । ବ୍ରହ୍ମପୁର ଠାରୁ ଜୟପୁର ପର୍ଯ୍ୟନ୍ତ ଚାରିଥାକିଆ ରାସ୍ତା ବିଜୁ ଏକ୍ସପ୍ରେସ ସଡ଼କ ଯୋଜନାକୁ ୧୨୦୦କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ଘୋଷଣା କରିଥିଲେ । ପରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ମlନ ଗ୍ରହଣ କରିଥିଲେ l
୫ଟି ସଚିବଙ୍କ ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଆର.ଭିନୀଲ କ୍ରିଷ୍ଣl, ରାୟଗଡ ଜିଲ୍ଲାପାଳ ସ୍ୱାଧା ଦେବ ସିଂ, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଉପଜିଲ୍ଲାପାଳ ଗୁଣୁପୁର, ପ୍ରଶାସନିକ ଅଧିକାରୀଙ୍କ ସମେତ ବିଜୁ ଜନତା ଦଳର ଅନେକ ନେତା, କର୍ମୀମାନେ ଯୋଗ ଦେଇଥିଲେ ।