March 11, 2026

ମୁଖ୍ୟମନ୍ତ୍ରୀ ଗଜପତି ଜିଲ୍ଲାରେ ମଠ ମନ୍ଦିର ଚର୍ଚ୍ଚ ନିର୍ମାଣ କାର୍ଯ୍ୟ କରିବା ନିମନ୍ତେ ୧୮ କୋଟି ୪୫ଲକ୍ଷ ଟଙ୍କା ଅନୁଦାନ ଦେଲେ

2ae54ec3-1bd2-4368-991f-d0a9ce3796b5
Share

——ଗଜପତି ଜିଲ୍ଲାର ସାତଟି ବ୍ଲକ ଏବଂ ଦୁଇଟି ସହରାଞ୍ଚଳରେ ମଠ ମନ୍ଦିର ଚର୍ଚ୍ଚ ନିର୍ମାଣ ପାଇଁ ରାଜ୍ୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ୧୮ କୋଟି ୪୫ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି।ଗତ କିଛି ଦିନ ପୂର୍ବେ ଗଜପତି ଜିଲ୍ଲାକୁ ୫-ଟି ସଚିବ ଭି. କେ. ପଣ୍ଡିଆନ ଗସ୍ତ କରି ଲୋକଙ୍କ ସହ ମିଶି ଲୋକଙ୍କ ଅଭାବ ଅସୁବିଧା ବୁଝି ଯାଇଥିଲେ।ଲୋକଙ୍କ ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରାଇ ଅଞ୍ଚଳ ର ସାମୁହିକ ବିକାଶ ନିମନ୍ତେ ପ୍ରଥମ ଦଫାରେ ୧୮ କୋଟି ୪୫ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି।ସେଥି ମଧ୍ୟରୁ ଗଜପତି ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀ ର ଚାରୋଟି ବ୍ଲକ ନିମନ୍ତେ ୧୨କୋଟି ୫୪ଲକ୍ଷ ଟଙ୍କା ଅନୁଦାନ ଆସିଥିବା ଗଜପତି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ପ୍ରକାଶ କରିଛନ୍ତି।ମୋହନା ନିର୍ବାଚନ ମଣ୍ଡଳୀ ର ରାୟଗଡ ବ୍ଲକ କୁ ୨ କୋଟି ୩୫ଲକ୍ଷ, ନୂଆଗଡ଼ ବ୍ଲକ କୁ ୨କୋଟି ୭୯ ଲକ୍ଷ, ଆର. ଉଦୟଗିରି ବ୍ଲକ କୁ ୨କୋଟି ୯୫ ଲକ୍ଷ ସହ ମୋହନା ବ୍ଲକକୁ ୪ କୋଟି ୩୫ଲକ୍ଷ ଅନୁଦାନ ଆସିଥିବା ପ୍ରକାଶ କରିଛନ୍ତି।ଆଜି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ମୋହନା ବ୍ଲକର ହରଭଙ୍ଗୀ ଜଳ ସେଚନ ପ୍ରକଳ୍ପ ନିକଟ ବିଶ୍ରାମଗାର ଠାରେ ଏକ ବ୍ଲକ ସ୍ତରୀୟ କର୍ମୀ ସମ୍ମିଳନୀରେ ଘୋଷଣା କରିଥିଲେ।ଏହି ସମ୍ମିଳନୀରେ ମୋହନା ବ୍ଲକର ଶତାଧିକ କର୍ମୀ, ସରପଞ୍ଚ, ସମିତି ସଭ୍ୟ, ମହିଳା ସଭାପତି, ଅନ୍ୟାନ୍ୟ ସଂଗଠନ ର କର୍ମ କର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।ଏହି କର୍ମୀ ସମ୍ମିଳନୀ ଆରମ୍ଭ ପୂର୍ବରୁ ବହାନଗା ଟ୍ରେନ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା ସହ ଆହତ ଙ୍କ ଆସୁ ଆରୋଗ୍ୟ କାମନା କରିଥିଲେ।ଏହି ସମ୍ମିଳନୀରେ ବ୍ଲକ ଅଧକ୍ଷ ତଥା ବ୍ଲକ ବିଜେଡି ସଭାପତି ରଞ୍ଜୀବ ଶବର ଅଧକ୍ଷତା କରିଥିବା ବେଳେ ବିଜେଡି ବ୍ଲକ ବରିଷ୍ଠ ନେତା ପ୍ରକାଶ ନାୟକ ସ୍ୱାଗତ ଭାଷଣ ଦେଇଥିଲେ।ଏହି ଆର୍ଥିକ ସହାୟତା ପାଇଥିବାରୁ ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ଏବଂ ବ୍ଲକ ସଭାପତି ରଞ୍ଜୀବ ଶବର ମୁଖ୍ୟମନ୍ତ୍ରୀ ଏବଂ୫-ଟି ସଚିବ ପଣ୍ଡିଆନ ଙ୍କୁ ସୁବେଛା ଜଣାଇଥିଲେ।ଏହି କର୍ମୀ ସମ୍ମିଳନୀରେ ଉପାଧକ୍ଷ ବାଲ୍ମୀନା ଅଧିକାରୀ, ସାଂସଦ ପ୍ରତିନିଧି ଭାସ୍କର୍ ସାହୁ,ମହିଳା ସଭାନେତ୍ରୀ ଝୁମୁରି ବିର, ସମେତ ଯୁବ, ମହିଳା ଙ୍କ ସମେତ ବହୁ ଅନୁଷ୍ଠାନର କର୍ମକର୍ତା କର୍ମୀ ସମ୍ମିଳନୀରେ ଉପସ୍ଥିତ ରହି ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ରଣ କୌଶଳ ପ୍ରସ୍ତୁତ କରିଥିଲେ।