କୋଟପାଡ଼ରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ
କୋରାପୁଟ ଜ଼ିଲ୍ଲା କୋଟପାଡ଼ ଠାରେ ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ଏବଂ ଆରାଧ୍ୟ୍ୟ ଦେବ ମହା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଆଡପ ମଣ୍ଡପପ୍ରତିଷ୍ଠା ଉତ୍ସବ ମହା ଆଡମ୍ବର ରେ ପାଳିତ ହୋଇଯାଇଛି Iଏହି ଅବସରରେ କୋଳସ ଯାତ୍ରା. ଦୀକ୍ଷା ଗ୍ରହଣ. ଅଙ୍କୁର ରୋପଣ. ଶାଳା ପୂଜନ. ରତ୍ନ ମୁଦ. ବନ ଯୋଗ. ମନ୍ଦିର ପ୍ରତିଷ୍ଠା. ବିଗ୍ରହ ପ୍ରତିଷ୍ଠା. ଦେବ ବିଗ୍ରହ ପ୍ରବେଶ ଓ ପୀଠା ରୁଢ ସହ ପୂଜା ପାଞ୍ଚ ଦିନ ଅନୁଷ୍ଠିତ ହୋଇଯାଇଛି. ଏବଂ ପ୍ରତେକ ଦିନ ସକାଳୁ ସନ୍ଧ୍ୟା ଯାଏ ନାମ ହାଟ ସଂକୀର୍ତନ. ଶ୍ରୀରାମ କଥା ମୃତ ବ୍ୟାଖ୍ୟା ନ ଓ ପ୍ରଵଚନ ଇସ୍କ ନ ଦ୍ୱାରା ଅନୁଷ୍ଠିତ ହୋଇଥିଲା ଏବଂ ସଂସ୍କୃତି କ କାର୍ଯ୍ୟ କ୍ରମ ସହ ସବୁ ଦିନ ବାର ଘଣ୍ଟା ଠାରୁ ରାତ୍ର ନଅ ଘଣ୍ଟା ପର୍ଯନ୍ତ ଭକ୍ତ ଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ର ବ୍ୟବସ୍ଥା ଶ୍ରୀରାମ ମନ୍ଦିର କମିଟି ଦ୍ୱାରା ଆୟୋଜନ ହୋଇଥିଲା.ଶ୍ରୀ ନରେନ୍ଦ୍ର କୁମାର ସ୍ୱାଇଁ ଏବଂ ଧର୍ମ ପତ୍ନୀ ଶ୍ରୀମତୀ ପିଙ୍କି ସ୍ୱାଇଁ ଯଜ୍ଞ ମଣ୍ଡପ ରେ ହୋମ ରେ ବସି ପୂଜା ଵିଧି ହିସାବ ରେ ସମାପନ କରିଥିଲେ ଏହି କାର୍ଯ୍ୟ କ୍ରମ ରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ରୁ ପ୍ରାୟ ପନ୍ଦର ହଜାର ଭକ୍ତ ଙ୍କ ସମାଗମ ଲାଗି ରହି ଥିଲା. ବହୁ ଦିନ ଅପେକ୍ଷା ପରେ ଅଜି କୋଟପାଡ଼ ମାଟିର ସ୍ୱପ୍ନ ପୂରଣ ହୋଇଛି ଵୋଲି ଜନସାଧାର ଣ ଆଲୋଚନା ଜୋର ଧରି ଥିବା ବେଳ ରାମ ଭକ୍ତ ଙ୍କ ମନରେ ବେଶ ଖୁସି ଥିବା ଜଣା ଯାଇଛି. ଅନ୍ୟ ମାନଙ୍କ ମଧ୍ୟ ରେ ଶ୍ରୀ ଗଣେଶ ଚନ୍ଦ୍ର ପଣ୍ଡା. ଶିବ ପଟ୍ଟନାୟକ. ସୁନୀଲ ତ୍ରିପାଠୀ.. ପ୍ରଶାନ୍ତ ବକ୍ସି. ଲଷ୍ମୀ ନାରାୟଣ ବିଶଇ.ଓକିଲ ସଂଘ ର ସଭାପତି ଶ୍ରୀ ମଣି ପ୍ରସାଦ ପଟ୍ଟନାୟକ ଙ୍କ ସମେତ ଶ୍ରୀ ସତ୍ୟ ସାଇ ବାବା ସମିତି ର ସମସ୍ତ ସଭ୍ୟ ସଭ୍ୟା ମାନେ ସହଯୋଗ କରି ଥିବା ର ଜଣା ଯାଇଛି I ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା I