May 10, 2025

ଯୁଦ୍ଧ ସିନ୍ଦୁର ଉପଲକ୍ଷେ ନିଆରା କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ l

Share

ପୁରୀଜିଲ୍ଲା ସଦର ବ୍ଲକ ଅଧିନସ୍ଥ ସାନୁଆ ଗ୍ରାମଠାରେ ୬ଷ୍ଠ ତମ ଭେଟେରାନ କ୍ରିକେଟ ପ୍ରିମିୟର ଲିଗ ଆରମ୍ଭ ହୋଇଯାଇଛି l ଆଜି ଆତଙ୍କବାଦୀ ନିପାତ ଯୁଦ୍ଧ ସିନ୍ଦୁର କୁ ସ୍ୱାଗତ କରାଯାଇ ଭେଟେରାନ କ୍ରିକେଟ ଟିମ ରେ ଥିବା ସାମରିକ କର୍ମଚାରୀ ମାନଙ୍କୁ ଆସୋସିଏସନ ତରଫରୁ ଉତ୍ତରୀୟ ଓ ପୁଷ୍ପଗୁଛ ଦିଆଯାଇ ସମ୍ବୋର୍ଦ୍ଧିତ କରାଯାଇଛି l ଏହି ଟୁର୍ନାମେଣ୍ଟ ରେ ୪୦ବର୍ଷରୁ ଉର୍ଦ୍ଧ ବୟସ ର ୧୮ଟି ପଞ୍ଚାୟତ ର ଖେଳାଳି ଅଂଶଗ୍ରହଣ କରି ଭାଇଚାରା ସୃଷ୍ଟି କରିବା ସହିତ ପରିଣତ ବୟସରେ ସୁସ୍ଥ ଓ ନିରୋଗ ରହିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି l ଅନୁଷ୍ଠାନ ର ସଭାପତି ମନମୋହନ ବେହେରା, ସମ୍ପାଦକ ଅନ୍ତର୍ଯ୍ୟାମୀ ନାୟକଙ୍କ ସହିତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସହଯୋଗରେ ସମ୍ବର୍ଦ୍ଧନା ସହିତ ଆତସବାଜୀ ସହିତ ମିଠା ବଣ୍ଟନ କରାଯାଇଥିଲା l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ