ଲାହୋର ଉପରେ ଭାରତର ବଡ଼ ଆକ୍ରମଣ; F-16, JF-17 ସହିତ AWCR ଧ୍ବଂସ

ପଞ୍ଜାବ, ରାଜସ୍ଥାନ ଏବଂ ଜମ୍ମୁରେ ପାକିସ୍ତାନର ଡ୍ରୋନ ଆକ୍ରମଣର ଭାରତ ଏକ ଅତ୍ୟନ୍ତ ଘାତକ ଏବଂ ଉପଯୁକ୍ତ ଜବାବ ଦେଇଛି। ସୂତ୍ର ଅନୁସାରେ, ଲାହୋର ଏବଂ ଇସଲାମାବାଦ ଭାରତୀୟ କ୍ଷେପଣାସ୍ତ୍ରର ଶିକାର ହୋଇଛି। ଅପରେସନ ସିନ୍ଦୂର ଅଧୀନରେ, ଭାରତ ପାକିସ୍ତାନର ଦୁଇଟି ସହର ଉପରେ ସବୁଠାରୁ ଶକ୍ତିଶାଳୀ ଆକ୍ରମଣ କରିଛି। ଭାରତ ଏବେ ପାକିସ୍ତାନର ଉତ୍ତେଜନାମୂଳକ କାର୍ଯ୍ୟର ଉଚିତ ଜବାବ ଦେଉଛି। ଜମ୍ମୁରେ ସାଧାରଣ ନାଗରିକ ଅଞ୍ଚଳକୁ ଟାର୍ଗେଟ କରିବାକୁ ପାକିସ୍ତାନ ପକ୍ଷରୁ ପ୍ରୟାସ କରାଯାଇଥିଲା। ପାକିସ୍ତାନର ଡ୍ରୋନ୍ ଆକ୍ରମଣ ପରେ, ଭାରତ ମଧ୍ୟ କଡ଼ା ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତ ପକ୍ଷରୁ ପାକିସ୍ତାନ ଆଡ଼କୁ ଅନେକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି। କୁହାଯାଉଛି ଯେ ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ପାକିସ୍ତାନରେ ବ୍ୟାପକ ଧ୍ୱଂସ ଘଟାଇଛି। କୁହାଯାଉଛି ଯେ ଲାହୋର ଏବଂ ଇସଲାମାବାଦ ମଧ୍ୟ ଭାରତର ଟାର୍ଗେଟରେ ଅଛନ୍ତି।
କରାଚି, ଲାହୋର, ଇସଲାମାବାଦରେ ଗର୍ଜୁଛି ଭାରତର ମିଶାଇଲ:
* ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ପାକିସ୍ତାନରେ ପ୍ରବଳ କ୍ଷୟକ୍ଷତି ହୋଇଥିବା ଖବର ଆସିଛି।
* ଭାରତ ଲାହୋର ଏବଂ ଇସଲାମାବାଦ ସମେତ ଅନେକ ସହର ଉପରେ ମିଶାଇଲ ମାଡ଼ କରିଛି।
* ପାକିସ୍ତାନର ପଞ୍ଜାବ ସ୍ଥିତ ବାୟୁ ସତର୍କତା ନିୟନ୍ତ୍ରଣ ପ୍ରଣାଳୀ (AWCR) ନଷ୍ଟ ହୋଇଯାଇଛି।
* ପାକିସ୍ତାନ ବିରୋଧରେ ଭାରତର ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନରେ ଭାରୀ କ୍ଷତି ହୋଇଥିବା ରିପୋର୍ଟ ଆସିଛି।
* ପୂର୍ବରୁ, ପାକିସ୍ତାନ ଦ୍ୱାରା ଭାରତ ଉପରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଧ୍ୟମରେ କରାଯାଇଥିବା ଆକ୍ରମଣକୁ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥା ପଣ୍ଡ କରିଥିଲା।
କାଶ୍ମୀର ଏଲ୍ଓସିରେ ପରିସ୍ଥିତି ସଂଗୀନ:
କାଶ୍ମୀରର ନିୟନ୍ତ୍ରଣ ରେଖାରେ ପରିସ୍ଥିତି ବହୁତ ଉତ୍ତେଜନାପୂର୍ଣ୍ଣ। କାଶ୍ମୀରର ଶ୍ରୀନଗରରୁ ଜାତୀୟ ଗଣମାଧ୍ୟମର ସୂଚନା ମୂତାବକ ଅନୁଯାୟୀ, ସମଗ୍ର ସହର ଅନ୍ଧାରରେ ରହିଛି। କୁପୱାଡା, ଉରି ଏବଂ ବାରମୁଲ୍ଲାରେ ପାକିସ୍ତାନ ପକ୍ଷରୁ ନିରନ୍ତର ଗୁଳିମାଡ଼ ଚାଲିଛି। ଭାରତୀୟ ସେନା ଏହାର ଉଚିତ ଜବାବ ଦେଉଛି। ନିୟନ୍ତ୍ରଣ ରେଖା ପାଖରେ ଥିବା ସମସ୍ତ ସହର ଏବଂ ଅଞ୍ଚଳରେ, ଲୋକଙ୍କୁ ନିରାପଦ ସ୍ଥାନ ଏବଂ ବଙ୍କରକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି।