ପାକିସ୍ତାନର ୮ଟି ମିଶାଇଲକୁ ଧ୍ବଂସ କଲା ଭାରତର ‘ସୁଦର୍ଶନ ଚକ୍ର

Share

 

 

 

ଅପରେସନ ସିନ୍ଦୂର ପରେ ପାକିସ୍ତାନ ଡରରେ ଛାନିଆ। ପାକିସ୍ତାନ ଜମ୍ମୁ-କାଶ୍ମୀରର ସାମ୍ବା, କୁପୱାଡା, ବାରମୁଲ୍ଲା ଏବଂ ପଞ୍ଜାବର ପଠାନକୋଟକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଛି। ପାକିସ୍ତାନ ଏହି ସହରଗୁଡ଼ିକ ଉପରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, ଯାହାକୁ ଭାରତୀୟ ସେନା ସମ୍ପୂର୍ଣ୍ଣ ଭାବରେ ବିଫଳ କରିଛି। ପାକିସ୍ତାନ ପକ୍ଷରୁ ସାମ୍ବା, ଆରଏସ ପୁରା, ଆର୍ନିଆ ଏବଂ ସତୱାରୀ ସେକ୍ଟରରେ ୮ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଭାରତ ତାର ସୁରକ୍ଷା ବ୍ୟବସ୍ଥା S-400 ବାୟୁ ପ୍ରତିରକ୍ଷା ପ୍ରଣାଳୀ ବ୍ୟବହାର କରି ସମସ୍ତ ପାକିସ୍ତାନୀ ଡ୍ରୋନ ଏବଂ କ୍ଷେପଣାସ୍ତ୍ରକୁ ଆକାଶ ମାର୍ଗରେ ଖସାଇ ଦେଇଛି। ତଥାପି, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ଅମୃତସରରୁ ଜମ୍ମୁ ପର୍ଯ୍ୟନ୍ତ ବ୍ଲାକଆଉଟ୍ ଜାରି କରାଯାଇଛି।

 

ଜମ୍ମୁ ଡିଭିଜନର ସାମ୍ବାରେ ସମ୍ପୂର୍ଣ୍ଣ ବିଦ୍ୟୁତ୍ କାଟ ହୋଇଛି। ସାଇରନର ଶବ୍ଦ ନିରନ୍ତର ଶୁଣାଯାଉଛି। ଜମ୍ମୁରେ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ଜାରି କରାଯାଇଛି। ପଞ୍ଜାବର ଅମୃତସର ଏବଂ ପଠାନକୋଟରେ ମଧ୍ୟ ବ୍ଲାକଆଉଟ୍ ହୋଇଛି। ଜମ୍ମୁ-କାଶ୍ମୀରର କୁପୱାଡା ଏବଂ ବାରମୁଲ୍ଲା ଜିଲ୍ଲାରେ ପାକିସ୍ତାନ ପ୍ରବଳ ଗୁଳିମାଡ଼ କରୁଛି, ଭାରତୀୟ ସେନା ଏହି ଆକ୍ରମଣର ଉଚିତ ଜବାବ ଦେଉଛି। ଏହାରି ଭିତରେ, ରାଜସ୍ଥାନର ଜୈସଲମେରରେ ଏକ ପାକିସ୍ତାନୀ ଡ୍ରୋନକୁ ନଷ୍ଟ କରାଯାଇଛି। ଜୈସଲମେର ଆକାଶରେ ଡୋନ୍‌ ଓ ମିଶାଇଲ ଆଲୋକ ଦେଖିବାକୁ ମିଳୁଛି।

 

ସୂଚନାଥାଉକି ଏହା ପୂର୍ବରୁ ପାକିସ୍ତାନ ଗତକାଲି ରାତିରେ ଭାରତର ୧୫ଟି ସହରରେ ଥିବା ସାମରିକ ଘାଟି ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଏହି ଆକ୍ରମଣକୁ ମଧ୍ୟ ଭାରତର S-400 ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ପଣ୍ଡ କରାଯାଇଥିଲା। ଭାରତ ପ୍ରତିଶୋଧ ନେବା ପାଇଁ ଲାହୋରରେ ପାକିସ୍ତାନର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଡ୍ରୋନ ବ୍ୟବହାର କରି ଧ୍ୱଂସ କରିଥିଲା। ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ସୂଚନା ଦେଇଥିଲା। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି ଯେ ପାକିସ୍ତାନୀ ମନ୍ତ୍ରୀମାନଙ୍କର ଆତଙ୍କବାଦୀଙ୍କ ସହ ସମ୍ପର୍କ ଅଛି। ଆମେ ପାକିସ୍ତାନର ପ୍ରତ୍ୟେକ ଆକ୍ରମଣର ଜବାବ ଦେବାକୁ ପ୍ରସ୍ତୁତ।