March 7, 2026

କାଜୁ ତୋଟାରୁ ଯୁବକଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର

2c9286ec-d5e9-4248-9df1-9caa21d427c9
Share

ଆସିକା ୮/୫- ଆସିକା ଥାନା ସିଦ୍ଧିନଇ ଅଧିନ ମହାରାଜପୁର କାଜୁ ତୋଟାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର। ଏ ନେଇ ମୃତକଙ୍କ ପିତା ଆସିକା ଥାନାରେ ଏକ ଲିଖିତ ଅଭିଯୋଗ ପରେ ଥାନା ପକ୍ଷରୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି। ପ୍ରକାଶଥାଉକି ଆସିକା ବ୍ଳକ ଅଧିନ ମହାରାଜପୁର ଗ୍ରାମର ପି.ସୋମନାଥ ପାତ୍ରଙ୍କ ବଡ ପୁଅ ପି.ପ୍ରହଲ୍ଲାଦ ପାତ୍ର (୪୨) ସନ୍ଧ୍ୟା ୫ ଘଣ୍ଟ ସମୟରେ ଗାଁ ନିକଟରେ ଥିବା ଏକ କାଜୁ ତୋଟାର କାଜୁ ଗଛରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ସମ୍ପର୍କରେ ମୃତ ପ୍ରହଲ୍ଲାଦଙ୍କର ପିତା ଗ୍ରାମବାସୀଙ୍କ ଠାରୁ ଖବର ପାଇ ଗ୍ରାମବାସୀଙ୍କସହ ଉକ୍ତ କାଜୁ ତୋଟାରେ ପହଁଞ୍ଚିଥିଲେ। ପହଁଞ୍ଚିଦେଖିଲା ବେଳକୁ ପ୍ରହଲ୍ଲାଦ ଦୁଇଟି ଗାମୁଛା ଦ୍ୱାରା କାଜୁ ଗଛରେ ଝୁଲନ୍ତା ଅବସ୍ଥାରେ ରହିଛି l ସଙ୍ଗେ ସଙ୍ଗେ ପରିବାର ପକ୍ଷରୁ ଆସିକା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି l

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ