November 16, 2024

ନବରଙ୍ଗପୁର ମହାବିଦ୍ୟାଳୟ ରେ ଏନ ସି ସି ଉଚ୍ଚ ସ୍ତରୀୟ ତାଲିମ ଟ୍ରାକ ଉଦଘାଟିତ

Share

ନବରଙ୍ଗପୁର ମହାବିଦ୍ୟାଳୟ ରେ ଏନ ସି ସି ଉଚ୍ଚ ସ୍ତରୀୟ ତାଲିମ ଟ୍ରାକ ଉଦଘାଟିତ

 

 

*ଜିଲ୍ଲା ର ପ୍ରଥମ ଏନ୍ ସି ସି ଟ୍ରାକ ଜିଲ୍ଲା ବାସୀଙ୍କୁ ସମର୍ପିତ

 

(ନବରଙ୍ଗପୁର ରୁ ଏମ୍ ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ )

 

ଏନ୍ ସି ସି ର 13 ବାଟାଲିୟନ – ଓଡ଼ିଶା ଶାଖା ତରଫରୁ ନବରଙ୍ଗପୁର ମହାବିଦ୍ୟାଳୟ ରେ ନବ ନିର୍ମିତ ତାଲିମ୍ ଟ୍ରାକ କୁ ଆନୁଷ୍ଠାନିକ ଭାବେ ନବରଙ୍ଗପୁର ର ମାନ୍ୟବର ବିଧାୟକ ତଥା ପୂର୍ବତନ ଛାତ୍ର ଶ୍ରୀଯୁକ୍ତ ସଦାଶିବ ପ୍ରଧାନୀ ଙ୍କ କର କମଳରେ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବ ରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ଭାସ୍କର ନାଥ ବିଶ୍ବାଳ, ଏନ୍ ସି ସି ଅଧିକାରୀ ଶ୍ରୀ ଉଜ୍ଜ୍ୱଳ କୁମାର ମହାନନ୍ଦିଆ ଏଵଂ 13 ବାଟାଲିୟନ ର ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ଟ୍ରାକ ଟି ହେବା ଦ୍ଵାରା ଜିଲ୍ଲା ରେ ଥିବା ମହାବିଦ୍ୟାଳୟ ଗୁଡ଼ିକର ଏନ୍ ସି ସି ଛାତ୍ର ଛାତ୍ରୀ ମାନେ ଉତ୍ତମ ପ୍ରଶିକ୍ଷଣ ସୁବିଧାରେ ପାଇପାରିବେ ବୋଲି ମାନ୍ୟବର ବିଧାୟକ କହିଥିଲେ। ଭବିଷ୍ୟତରେ ଜିଲ୍ଲା ଏନ୍ ସି ସି ର ତଥା ମହାବିଦ୍ୟାଳୟ କ୍ରୀଡାର ବିକାଶ ପାଇଁ ଆବଶ୍ୟକୀୟ ସହଯୋଗ ଦେବାର ପ୍ରତିଶ୍ରୁତି ଦେଇଥିଲେ। ଅତୀତରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅନେକ ଛାତ୍ର ଛାତ୍ରୀ ଏନ୍ ସି ସି ଥିବାରୁ ଅନେକ ବୃତ୍ତି ପାଇପାରିଛନ୍ତି ବୋଲି ଅଧ୍ୟକ୍ଷ ପ୍ରକାଶ କରିଥିଲେ। ଏହାପରେ ମହାବିଦ୍ୟାଳୟରେ ଚାଲିଥିବା ମାସିକିଆ ନିଃଶୁକ୍ଳ ଫୁଟବଲ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ବିଧାୟକ ଯୋଗ ଦେଇ ଉଭୟ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ଫୁଟବଲ୍ ଖେଳର ଉପାଦେୟତା ସଂପର୍କରେ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ। ଏହିପରି ଏକ ନିଆରା କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ଶ୍ରୀ ପ୍ରଧାନୀ ଉଭୟ ଅଧ୍ୟକ୍ଷ ଓ ପ୍ରଶିକ୍ଷକ ଶ୍ରୀ ଅଶୋକ ପାତ୍ରଙ୍କର ଭୂୟସୀ ପ୍ରଶଂସା କରିଥିଲେ। ଶରୀର ଓ ମନର ଏକାଗ୍ରତା ପାଇଁ କ୍ରୀଡା ଏକ ଉତ୍କୃଷ୍ଠ ମାଧ୍ୟମ ବୋଲି ଅଧ୍ୟକ୍ଷ ପ୍ରକାଶ କରିଥିଲେ। ଏହି କର୍ଯ୍ୟକ୍ରମରେ ଜିଲ୍ଲା ର ପ୍ରାୟ ୨୦ ରୁ ଅଧିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରୁ ପ୍ରାୟ ୬୦ ଜଣ ଛାତ୍ର ଛାତ୍ରୀ ପ୍ରଶିକ୍ଷଣ ପାଇଁ ଯୋଗ ଦେଇଥିଲେ। ଗଣିତ ବିଭାଗ ର ମୁଖ୍ୟ ପ୍ରାଧ୍ୟାପକ ଡଃ ନୀଳାଚଳ ମିଶ୍ର,ଜିଲ୍ଲା ଯୁବ ରେଡକ୍ରସ ସମ୍ପାଦକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା, ପୂର୍ବତନ ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀ ଶମ୍ଭୁ ପ୍ରସାଦ ହୋତ୍ତା ଙ୍କ ସହ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଯୋଗ ଦେଇଥିଲେ। କ୍ରୀଡା ର ବିକାଶ ପାଇଁ ଆଗାମୀ ଦିନରେ ଅନେକ କାର୍ଯ୍ୟ କରିବା ପାଇଁ ଯୋଜନା ରହିଥିବା କଥା ଅଧ୍ୟକ୍ଷ ପ୍ରକାଶ କରିଥିଲେ।