ମଧୁପୁର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟକ୍ରମ ଅନୁଷ୍ଠିତ
ମଧୁପୁର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ମାହାଙ୍ଗା_କଟକ ଜିଲ୍ଲା ୯୮ ଗୋଟି ବିଦ୍ୟାଳୟ କୁ ୫ଟି ର ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ର କାର୍ଯ୍ୟକ୍ରମ କୁ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି।ସେହିପରି ମାହାଙ୍ଗା ବ୍ଲକ ମଧୁପୁର ଗ୍ରାମ ପଞ୍ଚାୟତ ରେ ଅବସ୍ତିତ ମଧୁପୁର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ୫ଟି ଦ୍ଵାରା ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ସହିତ ବିଦ୍ୟାଳୟ ର ପୁରାତନ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ।ବିଦ୍ୟାଳୟ ର ସୁନ୍ଦର ପରିବେଶ ସହିତ ସ୍ମାର୍ଟ କ୍ଲାସ ରୁମ୍,ସୁନ୍ଦର ଗୃହ,ଲାଇବ୍ରେରୀ,କମ୍ପ୍ୟୁଟର ରୁମ୍ ସହିତ ଇଣ୍ଟରନେଟ ର ବେବସ୍ତା କରାଯାଇଛି।ବିଦ୍ୟାଳୟ ରେ ପଢୁଥିବା ଛାତ୍ର ଛାତ୍ରୀ ମାନେ କମ୍ପ୍ୟୁଟର ମାଧ୍ୟମ ରେ ଶିକ୍ଷା ଲାଭ କରିପାରିବେ ବୋଲି ଆନନ୍ଦ ଅନୁଭବ କରିଛନ୍ତି।ଆଜି ର କାର୍ଯ୍ୟକ୍ରମ ରେ ସମାଜ ସେବୀ ପ୍ରଶାନ୍ତ ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ମଧୁପୁର ଗ୍ରାମପଞ୍ଚାୟତ ସରପଞ୍ଚ ରବୀନ୍ଦ୍ର ବାଗ୍,୩୯ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ରିୟାଯୁଲ ହୋଦା,ପୂର୍ବତନ ସରପଂଚ ସଂଧ୍ୟାରାଣୀ ମହାନ୍ତି,ମିହିର ପାତ୍ର, ସତ୍ୟଜିତ୍ ଦାସ୍,ବିକାଶ କାନୁନଗୋ,ଦିଗାମ୍ବର ପ୍ରଧାନ ଅବସର ପ୍ରାପ୍ତ ଶିକ୍ଷା ବିତ୍ ସତ୍ୟନାରାୟଣ ମହାନ୍ତି,ଧନେଶ୍ଵର ପ୍ରଧାନ,ବାମଦେବ ସ୍ୱାଇଁ ଯୋଗଦେଇଥିଲେ। ରବୀନ୍ଦ୍ର ବେହେରା,ଅନିମା ମହାନ୍ତି,କିଶୋର ଆଚାର୍ଯ୍ୟ ଙ୍କ ସହିତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ,କର୍ମଚାରୀ ଙ୍କ ସହିତ ପଞ୍ଚାୟତ ର ବହୁ ବୁଦ୍ଧି ଯିବି ଯୋଗ ଦେଇ ଅନୁଷ୍ଠିତ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହିତ ମାହାଙ୍ଗା ର ଲୋକ ପ୍ରିୟ ବିଧାୟକ ପ୍ରତାପ ଜେନା ଙ୍କୁ କୃତଜ୍ଞତା ଜଣାଇ ଅଛନ୍ତି।