May 10, 2026

ଓଡ଼ିଶା ପକ୍ଷ ପାଳନ ଅବସରରେ “ଆସ ବହିଟିଏ କିଣିବା” କାର୍ଯ୍ୟକ୍ରମ ଅନୁଷ୍ଠିତ..

IMG-20250409-WA0049
Share

ପାରଳାଖେମୁଣ୍ଡି,ତା ୦୯.୦୪.୨୦୨୫

 

ଓଡ଼ିଶା ପକ୍ଷ ପାଳନ ଉପଲକ୍ଷେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆସ ବହିଟିଏ କିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଉପସ୍ଥିତ ଥିଲେ।

ଓଡ଼ିଆ ପକ୍ଷ ପାଳନର ଅବସରରେ ପ୍ରତ୍ୟେକ ନାଗରିକ ଓ ବ୍ୟକ୍ତି ବିଶେଷଙ୍କୁ ଅନୁରୋଧ କରିବା ସହ ଆଗ୍ରହ ପ୍ରକାଶ କରିଥିଲେ ” ଆସ ବହିଟିଏ କିଣିବା ” ଆମ ମାତୃଭାଷା ଆମ ସ୍ବାଭିମାନକୁ ବଳବତ୍ତର ରଖି ଓଡ଼ିଆ କବି, କବୟିତ୍ରୀ , ପ୍ରାବନ୍ଧିକ,ଲେଖକ ଙ୍କୁ ଉତ୍ସାହିତ କରିବା ଓଡ଼ିଆ ରେ ନୂତନ ସୃଷ୍ଟିର ଆବିଷ୍କାର ସହ ନୂତନ ପାଠକ ପାଠିକା ନିର୍ମାଣ କରି ସମାଜକୁ ଦିଗଦର୍ଶନ ପ୍ରଦାନ କରିବାରେ ସହାୟକ ହେବା । ଏଥି ନିମନ୍ତେ ଆପଣମାନଙ୍କ ପାଇଁ ଜିଲ୍ଲପାଳଙ୍କ କାର୍ଯ୍ୟଳୟ ପରିସର ମଧ୍ୟରେ ପୁସ୍ତକ କିଣିବା ପାଇଁ ବ୍ୟବସ୍ଥା କରାଯାଇଅଛି ।

ଗଜପତି ରୁ ଲମ୍ବୋଦର ସାହୁ ଙ୍କ ରିପୋର୍ଟ