ଯୁବତୀ ଙ୍କ ଅଶ୍ଳିଳ ଭିଡିଓ କରି ଯୁବକ ଗିରଫ..

କୋରାପୁଟ(ଗୁପ୍ତେଶ୍ୱର ରଥ) ଇନଷ୍ଟଗ୍ରାମ୍ ରେ ଫେକ୍ ଆଇଡି ମାଧ୍ୟମ ରେ ଜଣେ ଯୁବତୀଙ୍କୁ ଅଶ୍ଳିଳ ଭିଡ଼ିଓ ଓ ମେସେଜ ପଠାଇବା ଅଭିଯୋଗରେ କୋରାପୁଟ ସାଇବର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।ଯୁବକ ଜଣକ କୋରାପୁଟ ଜିଲ୍ଲାର ବୋଇପାରିଗୁଡ଼ା ଗ୍ରାମର ଉମାଶଙ୍କର ନାହକ (୩୫) ବୋଲି ଜଣାପଡିଛି। ସାଇବର୍ ଥାନା ଅଧିକାରୀ ଭବାନୀ ଶଙ୍କର ପ୍ରଧାନ ଙ୍କ ଠାରୁ ମିଳିଥିବା ସୁଚନା ଅନୁଯାୟୀ ଉମାଶଙ୍କର ନାହକ ବୋଇପାରୀଗୁଡ଼ା ସ୍ଥିତ ଏକ
ସ୍ୱେଚ୍ଛାସେବୀ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଯୁବକ ଜଣଙ୍କ ବିବାହ ପାଇଁ ପ୍ରସ୍ତାବ ଦେଈ ଥିଲେ କିନ୍ତୁ ଯୁବତୀ ଜଣକ ମନା କରିଦେଇଥିଲେ।ଉମାଶଙ୍କର ଙ୍କ ଫୋନ୍ କୁ ବ୍ଲକ କରିଦେଇଥିଲା ଯାହା ଫଳରେ ଉମାଶଙ୍କର ପ୍ରତିଶୋଧ ପରାୟଣ ହୋଇ ଯୁବତୀଙ୍କ ସହ କିଛି ଅନ୍ତରଙ୍ଗ ମୁହୂର୍ତ୍ତ ର ଭିଡିଓ ଓ ମେସେଜ ଯୁବତୀଙ୍କ ପାଖକୁ ଓ ତାଙ୍କର ସାଙ୍ଗ ମାନଙ୍କ ପାଖ କୁ ଫେକ ଆଇଡି ସାହାଯ୍ୟରେ ପଠାଇ ଥିଲେ।ଏହି ବିଷୟ ଯୁବତୀ ଜଣକ କୋରାପୁଟ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯାହା ଫଳରେ କୋରାପୁଟ ଏସ ପି ସାହେବ ଙ୍କ ନିର୍ଦ୍ଦେଶ କ୍ରମେ ଯୁବକଙ୍କ ମୋବାଇଲ କୁ ଟ୍ରାକ କରି ଅଭିଯୁକ୍ତ ଉମାଶଙ୍କର କୁ ବୋଇପାରିଗୁଡ଼ା ତାଙ୍କ ଘରୁ ଗିରଫ କରିଛି।ଇନଭେଷ୍ଟିଗେସନ ରୁ ଯୁବକ ଜଣକ କହିଛନ୍ତି ଯେ ତାଙ୍କ ସହିତ ସମ୍ପର୍କ କାଟି ଅନ୍ୟ ପିଲାଙ୍କ ସହିତ ସମ୍ପର୍କ ରଖି ଥିବାରୁ ଅଭିଯୁକ୍ତ ଏହି ପରି କରିଛନ୍ତି।