ଧର୍ମପତ୍ନୀଙ୍କ ସହ ପ୍ରଥମଥର ପାଇଁ ମିଳିତ ଭାବେ ରକ୍ତଦାନ କଲେ ଯୁବ ସାମ୍ବାଦିକ ସରୋଜ

ବେଲଗୁଣ୍ଠା, ୦୮/୦୪,ଆଜି ବେଲଗୁଣ୍ଠା ସମ୍ବାଦ ଆମ ଓଡ଼ିଶା ,ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମିଳିତ ଆନୁକୂଲ୍ୟରେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚାଲିଥିବା ସ୍ଵେଚ୍ଛାକୃତ ରକ୍ତଦାନ ଶିବିରରେ ବେଲଗୁଣ୍ଠାର ସାମ୍ବାଦିକ ସରୋଜ କୁମାର ଶତପଥି (34) ନିଜ ସହଧର୍ମିଣୀ ମୀନାକ୍ଷି ଶତପଥି (28)ଙ୍କ ସହ ମିଳିତ ଭାବେ ରକ୍ତଦାନ କରିଛନ୍ତି I ଏହା ପୂର୍ବରୁ ସରୋଜ 34 ଥର ରକ୍ତଦାନ କରିଥିବା ବେଳେ ମୀନାକ୍ଷି ପ୍ରଥମ ଥର ପାଇଁ ରକ୍ତଦାନ କରିଥିଲେ Iକିନ୍ତୁ ଏହି ଦମ୍ପତ୍ତି ମିଳିତ ଭାବେ ଆଜି ପ୍ରଥମ ଥର ପାଇଁ ରକ୍ତଦାନ କରିଥିବା ଯୋଗୁଁ ଉଭୟ ଖୁସି ଅନୁଭବ କରିବା ସହ ଆମେ ରକ୍ତ ଦେଇ ଲୋକଙ୍କ ଜୀବନ ବଞ୍ଚାଇ ପାରୁଥିବାରୁ ନିଜକୁ ଗର୍ବିତ ମନେ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି I
ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ