March 12, 2026

ମଡେଲ ଡିଗ୍ରୀ କଲେଜ ଠାରେ ଜି୨୦ଭାରତର ସେମିନାର

IMG-20230409-WA0010
Share

 

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସ୍ଥିତ ମଡେଲ ଡିଗ୍ରୀ କଲେଜ ଠାରେ ଜି୨୦ଭାରତ ଉପରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି । ମଡେଲ ଡିଗ୍ରୀ କଲେଜର ଅଧ୍ୟକ୍ଷ ଦେବାଶିଷ ମହାନ୍ତିଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଏହି ସେମିନାରରେ କିସ ୟୁନିଭରସିଟିର କୂଳପତି ସସ୍ମିତା ସାମନ୍ତ ମୁଖ୍ୟ ଅତିଥିଭାବରେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ କିସର ନିଦ୍ଦେଶକ ଜୟନ୍ତ କୁମାର ପରିଡା,କିସ ୟୁନିଭରସିଟିର ପ୍ରଫେସର ଅନିତାପତି ,ପ୍ରଫେସର ପ୍ରଦତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଜି୨୦ର ଲକ୍ଷ ,ଉଦ୍ଦେଶ୍ୟ ଉପରେ ଜ୍ଞାପନ କରିବାସହ ନିଜର ସ୍ୱପ୍ନ କିଭଳି ବାସ୍ତବ ସ୍ୱପ୍ନରେ ପରିଣତ ହେବ, ସମାଜରେ ନିଜସ୍ୱ ଉଦ୍ୟମରେ ଆଗକୁ ଯାଇ ପାରିବ ସେନେଇ ଆଲୋକପାତ କରିଥିଲେ । ବିଶେଷକରି ସବୁଥାଇବି କିଛି ନଥିଲା ପରି ପର ଉପରେ ନିର୍ଭରଶୀଳ ନହୋଇ କିଭଳି ଆଗକୁ ଯାଇ ପାରିବେ ଏବଂ ସମାଜର ପରିବେଶ ସହିତ ଖାପ ଖୁଆଇ ଚଳିବେ ସେନେଇ ଆଲୋଚନା କରାଯାଇଥିଲା । ଗ୍ରାମାଂଚଳରୁ ଆରମ୍ଭକରି ବିଶ୍ୱ ସ୍ତରରରେ ନିଜର ଛାପ ବଜାଇ ରଖିହେବ ତାହା ଛାତ୍ର/ଛାତ୍ରୀ ମାନଙ୍କୁ ଅବଗତ କରିଥିଲେ । ଏଇ ଅବସରରେ ମାଁ ମାତୃକାର ସେବା ତଥା ସମାଜ ପାଇଁ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରିଥିବା ମହାନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା । ସେମାନେ ହେଲେ ସମ୍ବଲପରୀ ପାଟବସ୍ତ୍ର ବାନ୍ଧଶିଳ୍ପୀ ପଦ୍ମଶ୍ରୀ ଚତୁର୍ଭୁଜ ମେହେର,କୋଭିଡଯୋଦ୍ଧା ତଥା ଯୁବ ସମାଜସେବୀ ନାରାୟଣ ଲୁହା,ପରିବେଶ ବିତ ତଥା ପକ୍ଷୀ ପ୍ରେମୀ ଜୋତିରାଦିତ୍ୟ ପିନାକୀ ପଣ୍ଡା,ସମାଜ ସଂସ୍କାରକ ତଥା ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ପ୍ରମୁଖ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର,ଉପଢୋକନ ଦେଇ ପୁରସ୍କୃତ କରାଯାଇଥିଲା । ଏଥିରେ ମଡେଲ ଡିଗ୍ରୀ କଲେଜର ଛାତ୍ର ଛାତ୍ରୀଙ୍କ ସମେତ ସାହାରଟ୍ରଷ୍ଟ ହାଇସ୍କୁଲ, ପଜ୍ଞାଭାରତୀ ହାଇସ୍କୁଲ,କୋଶଳ ଆବାସିକ ହାଇସ୍କୁଲ,ସାଇକୃପା ହାଇସ୍କୁଲର ଛାତ୍ର/ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ।

You may have missed