March 9, 2026

ଗ୍ୟାସ ପରେ ମହଙ୍ଗା ହେଲା ଖାଇବା ତେଲ; ଦୁଇ ଦିନରେ ଲିଟର ପିଛା ବଢ଼ିଲାଣି ୫ରୁ ୧୦ଟଙ୍କା

IMG-20260309-WA0094
Share

 

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହୋଇଛି । ଭାରତରେ ସିଧାସଳଖ ଯୁଦ୍ଧର ପ୍ରଭାବ । ଏଲପିଜି ପରେ ବୃଦ୍ଧି ପାଇଛି ଖାଇବା ତେଲ ରିଫାଇନ୍ ଓ ପାମୋଲିନ୍ ଦର । ଗତ ସପ୍ତାହରେ ରିଫାଇନ୍ ତେଲ ଲିଟର ୧୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୧୭୦ ଟଙ୍କାରେ ପହଞ୍ଚିଛି ।

 

 

ଯୁଦ୍ଧର ପ୍ରଭାବ ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି । ଗତ ଦୁଇ ମାସ ହେଲା ଦର ଧିରେ ଧିରେ ବଢ଼ୁଥିବେଳେ ଯୁଦ୍ଧ ପ୍ରଭାବରେ ଦର ଉପରମୁହାଁ ହୋଇଛି । ରିଫାଇନ୍, ପାମୋଲିନ୍ ତେଲ ଦର ଲିଟର ପିଛା ୫ରୁ ୧୦ଟଙ୍କା ବଢ଼ିଯାଇଛି । ଆମଦାନୀ ସ୍ୱାଭାବିକ ନହେଲେ ଆଗକୁ ତେଲ ଦର ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।

 

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହୋଇଛି । ଭାରତରେ ସିଧାସଳଖ ଯୁଦ୍ଧର ପ୍ରଭାବ । ଏଲପିଜି ପରେ ବୃଦ୍ଧି ପାଇଛି ଖାଇବା ତେଲ ରିଫାଇନ୍ ଓ ପାମୋଲିନ୍ ଦର । ଗତ ସପ୍ତାହରେ ରିଫାଇନ୍ ତେଲ ଲିଟର ୧୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୧୭୦ ଟଙ୍କାରେ ପହଞ୍ଚିଛି । ହୋଲସେଲ୍‌ରେ ରିଫାଇନ୍ ତେଲ ୩ରୁ ୪ଟଙ୍କା ବଢ଼ିଥିବା ବେଳେ ପାମୋଲିନ୍ ତେଲ ୨ରୁ ୩ଟଙ୍ଗା ବଢ଼ିଛି । ଖୁଚୁରାରେ ରିଫାଇନ୍ ଲିଟର ପିଛା ୮ରୁ ୧୦ ଟଙ୍କା ବଢ଼ିଥିବା ବେଳେ ପାମୋଲିନ୍ ୫ରୁ ୬ ଟଙ୍କା ବଢ଼ିଛି ।

 

ବଜାରରେ ରିଫାଇନ୍ ତେଲର ୩୦ରୁ ୪୦ ପ୍ରତିଶତ ଅଭାବ ଦର ବୃଦ୍ଧି ପଛର ମୁଖ୍ୟ କାରଣ ବୋଲି କୁହାଯାଉଛି । ରିଫାଇନ୍ ତେଲ ମାଲେସିଆ, ସିଙ୍ଗାପୁର ଆଦିରୁ ଆସୁଥିବା ବେଳେ ପାମୋଲିନ୍‌ ତେଲ ଇଣ୍ଡୋନେସିଆରୁ ଆସିଥାଏ । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଆମଦାନୀ ପ୍ରଭାବିତ ହୋଇଛି । ଓଡ଼ିଶା ବଜାରରେ ଦୈନିକ ୧୦୦୦ରୁ ୧୨୦୦ ଟନ୍ ରିଫାଇନ୍ ଓ ପାମୋଲିନ୍ ତେଲର ଆବଶ୍ୟକତା ରହିଛି । ବର୍ତ୍ତମାନ ୧୫ଦିନ ପାଇଁ ଓଡ଼ିଶାରେ ମହଜୁଦ ଅଛି । ଅନ୍ୟପଟେ ଦର ବଢ଼ିବା ଭୟରେ ଚାହିଦା ବୃଦ୍ଧି ପାଇଛି ।

 

ଖାଇବା ତେଲ ଦର ବୃଦ୍ଧିର ପ୍ରଭାବ ହାଣ୍ତିଶାଳ ଠାରୁ ଆରମ୍ଭ କରି ହୋଟେଲ, ରେଷ୍ଟୁରାଷ୍ଟ ବ୍ୟବସାୟୀଙ୍କ ଉପରେ ପଡ଼ିଛି । ସିଧାସଳଖ ଲୋକଙ୍କ ପକେଟକୁ ପ୍ରଭାବିତ କରିଛି ତେଲ ଦର ବୃଦ୍ଧି । ଗତ ଦୁଇ ମାସ ମଧ୍ୟରେ ଖାଇବା ତେଲ ଦର ଲିଟର ପିଛା ପ୍ରାୟ ୨୫ ଟଙ୍କା ବଢ଼ିଛି ।