ଗଜପତି:- ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଅସ୍ମିତା ଲିଗ୍ ସ୍ପୋର୍ଟସ ଇଭେଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ
ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଗାରାବନ୍ଧ ଗ୍ରାମ ସ୍ଥିତ ସରକାରୀ ଏସ ଭି ଟି: ଉଚ୍ଚ ବିଦ୍ୟାଳୟର ଖେଳ ପଡିଆ ଠାରେ ଝିଅ ଏବଂ ମହିଳା’ଙ୍କ ମଧ୍ୟରେ ମହିଳା ଅସ୍ମିତାକୁ ନେଇ ଏକ କ୍ରୀଡ଼ା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ମହିଳା ମାନଙ୍କ ଅସ୍ମିତାକୁ ନେଇ ସେମାନଙ୍କ ଅଂଶଗ୍ରହଣ ଏବଂ ସଶକ୍ତିକରଣ’କୁ ପ୍ରୋତ୍ସାହିତ କରିବା ପାଇଁ ମାଇଁ ଭାରତ ଗଜପତି ମେରା ଯୁବ ଭାରତ ସହଯୋଗରେ ଅସ୍ମିତା ଲିଗ୍ ସ୍ପୋର୍ଟସ୍ ଇଭେଣ୍ଟ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା ।
ଏହି କ୍ରୀଡା ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଝିଅ ଓ ଯୁବତୀ ମାନଙ୍କ ମଧ୍ୟରେ ମୁଖ୍ୟତଃ ୧୩ ବର୍ଷ ବୟସରୁ କମ୍ , ୧୩ ରୁ ୧୮ ବର୍ଷ ବୟସ ମଧ୍ୟରେ ଏବଂ ୧୮ ବର୍ଷରୁ ଅଧିକ ବୟସର ଏଭଳି ବିଭିନ୍ନ ବୟସ ବର୍ଗ ପାଇଁ ୧୦୦ ମିଟର , ୨୦୦ ମିଟର ଏବଂ ୪୦୦ ମିଟର ଦୌଡ଼ ପ୍ରତିଯୋଗିତା ଆଯ଼ୋଜନ କରା ଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବି: ଗଙ୍ଗାଧର , ଶାରୀରିକ କ୍ରୀଡା ଶିକ୍ଷକ ଶ୍ରୀ ଅଭିନ୍ନ ବାସୁଦେବ ମିଶ୍ର , ଜାତୀୟ ଖୋ-ଖୋ ଖେଳାଳି ଯମୁନା ଜାନି ଏବଂ ଭଦ୍ରି ଶବର ପ୍ରମୁଖ ମଞ୍ଚାସିନ ଥିଲେ ।
ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିବା ଜାତୀଯ଼ ଖୋ-ଖୋ ଖେଳାଳି ଜମୁନା ଜାନି ଏବଂ ଭଦ୍ର ସାବରା କ୍ରୀଡା ପ୍ରତିଯୋଗିତାରେ ଥିବା ଅଂଶଗ୍ରହଣକାରୀ ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଝିଅ ଓ ଯୁବତୀ ମାନଙ୍କୁ କ୍ରୀଡା ଏବଂ ଶାରୀରିକ କ୍ରୀଡା କ୍ଷେତ୍ରରେ ନିଷ୍ଠା ଓ ଅଭ୍ୟାସ ବଳରେ ଜଣେ ଭଲ ଖେଳାଳି ହୋଇ ନିଜର ପ୍ରତିଭାକୁ ପ୍ରଦର୍ଶିତ କରି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ସକ୍ରିୟ ଭାବରେ ଜଡିତ ହେବାକୁ ପ୍ରେରଣା ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ମହିଳାମାନଙ୍କ ଶକ୍ତି , ଆତ୍ମବିଶ୍ୱାସ ଏବଂ ଦୃଢ଼ ସଂକଳ୍ପକୁ ପାଳନ କରାଯିବା ସହ ଯୁବ ପିଢ଼ିକୁ ଅଧିକ ସଶକ୍ତ କରିବାରେ କ୍ରୀଡ଼ାର ଗୁରୁତ୍ୱ ଉପରେ ଆଲୋକପାତ କରା ଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଆଯ଼ୋଜକମାନେ ସମସ୍ତ ଅତିଥି , ଅଂଶଗ୍ରହଣକାରୀ ଏବଂ ସ୍ୱେଚ୍ଛାସେବୀ ମାନଙ୍କୁ କୃତଜ୍ଞତା ଜଣାଇଥିଲେ ।
——————————————–
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
——————————————–
