March 10, 2026

ନାକଟିଗୁଡା ପଞ୍ଚାୟତରେ ପାନୀୟ ଜଳ ସମସ୍ୟା..

IMG-20260309-WA0064
Share

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ନବରଙ୍ଗପୁର ଜିଲ୍ଲା, ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ନାକଟିଗୁଡା ପଞ୍ଚାୟତ ଅଧିନସ୍ଥ ମିଞ୍ଜା ଗ୍ରାମ ଠାରେ ମେଗା ୱାଟର ପ୍ରୋଜେକଟ ମାଧ୍ୟମରେ ଲୋକଙ୍କ ଜଳ ସଙ୍କଟ ଦୂର କରିବା ପାଇଁ ଦୀର୍ଘ ଦିନରୁ ଅଭରହେଡ଼ ଟେଙ୍କ ତିଆରି ହୋଇଥିବା ବେଳେ, ସେଠାରୁ ସମଗ୍ର ପଞ୍ଚାୟତ ଅଧୀନରେ ଥିବା ସମସ୍ତ ଗ୍ରାମର ପ୍ରତି ଘରକୁ ଜଳ ଯୋଗାଣ ନିମନ୍ତେ ଜି. ଭି. ପି. ଆର ନାମକ ବେସରକାରୀ ସଂସ୍ଥା କାର୍ଯ୍ୟ ହାତକୁ ନେଇଥିବା ବେଳେ, ବର୍ତ୍ତମାନ ପର୍ଯ୍ୟନ୍ତ ପଞ୍ଚାୟତର ନାକଟିଗୁଡା, ଟାପାକାରିଆଗୁଡା, ମିଞ୍ଜା, ଆଶ୍ରମଗୁଡା ଓ ବନ୍ଧଗୁଡା ପ୍ରଭୃତି ଗ୍ରାମ ଗୁଡିକରେ ସମସ୍ତ ଘରକୁ ପାଇପ ବିଛା ସରି ଜଳ ଯୋଗାଣ ଆରମ୍ଭ ହୋଇସାରିଥିବାବେଳେ, ଏହି ଜଳ ଯୋଗାଣ ନାମକୁ ମାତ୍ର। କାରଣ, ଜଳ ଯୋଗାଣ ନିମନ୍ତେ ପଣ୍ଡିକୋଟ ପଞ୍ଚାୟତ ଅଧିନସ୍ଥ ପେଟୁଗୁଡା ଡବ୍ଲୁ. ଟି. ପି ଠାରୁ ମିଞ୍ଜା ସ୍ଥିତ ଅଭରହେଡ଼ ଟେଙ୍କ ପର୍ଯ୍ୟନ୍ତ ଆସିଥିବା ମୁଖ୍ୟ ପାଇପ ଲାଇନଟି ସ୍ଥାନେ ସ୍ଥାନେ ଫାଟିଯାଇ ହଜାର ହଜାର ଲିଟର ପାଣି ବାହାରିଯାଇ କୃତ୍ରିମ ନଦୀର ଭ୍ରମ ସୃଷ୍ଟି କରୁଥିବାବେଳେ, ଏଥିଯୋଗୁଁ ସ୍ଥାନୀୟ ଓଭରହେଡ଼ ଟେଙ୍କଟି ସମ୍ପୂର୍ଣ ରୂପେ ଜଳ ଯୋଗାଣର ସମୟ ସୀମା ମଧ୍ୟରେ ଜଳପୁର୍ଣ ହୋଇପାରୁନାହିଁ। ଏଥିଯୋଗୁଁ ଉପରୋକ୍ତ ଗ୍ରାମ ଗୁଡିକରେ ଜଳ ଯୋଗାଣ ସମ୍ପୂର୍ଣ ବାଧାପ୍ରାପ୍ତ ହେଉଅଛି। ଏନେଇ ସ୍ଥାନୀୟ ଗ୍ରାମ ବାସି ଉପରୋକ୍ତ ସଂସ୍ଥାର ଉଚ୍ଚକର୍ତୃପକ୍ଷଙ୍କୁ କେତେଥର ଜଣାଇବା ସତ୍ତ୍ୱେ, କର୍ତୃପକ୍ଷ ଏହି ଗୁରୁତ୍ତର ସମସ୍ୟାକୁ ଗମ୍ଭୀରତାର ସହ ଗ୍ରହଣ କରୁଥିବା ମନେହେଉନାହିଁ। ବର୍ତ୍ତମାନ ଗ୍ରୀଷ୍ମ ଋତୁ ପ୍ରାରମ୍ଭ ଅବସ୍ଥାରେ ଥିବାବେଳେ, ଆଗକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ନଦୀ, ବନ୍ଧ ଗୁଡିକ ଓ ନଳକୂପ ଗୁଡିକ ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଶୁଖିଯିବାର ସମ୍ଭାବନାକୁ ନେଇ ତଥା ବିଭାଗୀୟ କର୍ତୃପକ୍ଷଙ୍କ ଅବହେଳା ଯୋଗୁଁ ପାଇପ ଫାଟି ପ୍ରାୟ ଦୁଇ ମାସରୁ ଉର୍ଦ୍ଧ ହେବ ଜଳ ଯୋଗାଣରେ ବାଧା ପ୍ରାପ୍ତ ହେଉଥିବାକୁ ନେଇ ସମସ୍ତ ଗ୍ରାମବାସି ଚିନ୍ତିତ ଥିବାବେଳେ,ଏହି ପଞ୍ଚାୟତର ବେତଝରଣ, ଗଡିଆଗୁଡା, ଝାଡ଼କୁସୁମୀ, ନୀଳାଦ୍ରିଗୁଡା ଓ ଦିଶାରିଗୁଡା ଆଦି ଗ୍ରାମ ଗୁଡିକୁ ବର୍ତ୍ତମାନ ପର୍ଯ୍ୟନ୍ତ ଜଳ ଯୋଗାଣ ପାଇଁ ପାଇପ ବିଛାଯାଇ ନାହିଁ।ତେଣୁ ଏନେଇ ସମଗ୍ର ପଞ୍ଚାୟତବାସି ଚିନ୍ତିତ ଥିବାବେଳେ, ବର୍ତ୍ତମାନ ଗଣମାଧ୍ୟମ ଜରିଆରେ ବିଭାଗୀୟ କର୍ତୃପକ୍ଷଙ୍କୁ ଏହି ସମସ୍ୟାର ଅତିଶୀଘ୍ର ସମାଧାନ ପାଇଁ ଅନୁରୋଧ ଜଣାଇଛନ୍ତି।