March 10, 2026

ଚୋରୀ ଘଟଣାରେ ପୋଲିସର ଅବହେଳା ନେଇ ଏସପିଙ୍କ ଦ୍ୱାରସ୍ଥ ହେଲା ସଙ୍ଘ 

IMG-20260309-WA0052
Share

 

ସମ୍ବଲପୁର,୦୯. ୦୩: ସଦର ଥାନା ଅନ୍ତର୍ଗତ ପଡିଆବାହାଲ ଠାରେ ଏକ ଚୋରୀ ଘଟଣାକୁ ନେଇ ପୋଲିସର ଅବହେଳା ନେଇ ଆଜି ଏସପିଙ୍କ ଦ୍ୱାରସ୍ଥ ହୋଇଛି ପଡିଆବାହାଲ ସ୍ଥିତ ମହାଲକ୍ଷ୍ମୀ ବ୍ୟବସାୟୀ ସଙ୍ଘ। ଏସପି ଙ୍କ ଅନୁପସ୍ଥିତରେ ଅତିରିକ୍ତ ଏସପିଙ୍କୁ ଭେଟି ୦୦୭୮/୦୮. ୦୩. ୨୦୨୬ କେଶର ତଦନ୍ତ କରାଯାଇ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦେବାକୁ ସଙ୍ଘ କର୍ମକର୍ତ୍ତା ପୋଲିସ ନିକଟରେ ଦାବି କରଥିଲେ। ଏପରିକି ଆଲୋଚନା କାଳରେ ପଡିଆବାହାଲ ଅଞ୍ଚଳରେ ବିଭିନ୍ନ ସମୟରେ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ସହିତ ବଜାର ମଧ୍ୟରେ ବେନିୟମ ଭାବେ ଖୋଲାଖୋଲି ନିଶା ଦ୍ରବ୍ୟ ବିକ୍ରି ସହିତ ସଟ୍ଟା କାରବାର ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଏପରିକି ବିଭିନ୍ନ ନିଛାଟିଆ ଓ ଜମି ପଡିଆ ମାନଙ୍କରେ ନିଶାଗ୍ରସ୍ତଙ୍କ ଜମାଟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହେବା ସହ ବିଭିନ୍ନ ସମୟରେ ନାନା ଘଟଣା ଦୁର୍ଘଟଣା ବୃଦ୍ଧି ପାଇବା ସହିତ ଚୋରୀ ଡକାୟତି ମଧ୍ୟ ଦିନକୁଦିନ ବଢ଼ିବାରେ ଲାଗିଛି। ଏଭଳି ସମସ୍ୟାକୁ ପ୍ରତିହତ କରିବାକୁ ପଡିଆବାହାଲ ଛକରେ ସିସି କ୍ୟାମେରା ସ୍ଥାପନ, ପୋଲିସ ପହରାକୁ କଡାକଡି କରିବା, ଦୁଇ ପାର୍ଶ୍ୱର ସର୍ଭିସ ଲାଇନ କୁ ଖୋଲି ଦୁର୍ଘଟଣା ହ୍ରାସ କରିବା, ସଦର ଥାନାରେ ଦକ୍ଷ ପୋଲିସ ଅଧିକାରୀଙ୍କୁ ନିଯୁକ୍ତି କରିବା ଭଳି ଦାବି ରଖି ସଂଘର କର୍ମକର୍ତ୍ତା ମାନେ ଅତିରିକ୍ତ ଏସପିଙ୍କ ସହିତ ଆଲୋଚନା କରିଥିବା ସଂଘର ସଭାପତି ବେଣୁଧର ତ୍ରିପାଠୀ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଆନନ୍ଦ କୁମାର ପଣ୍ଡା (ପିଣ୍ଟୁ ) ଯୁଯୁମୁରା ସାଂସଦ ପ୍ରତିନିଧି ପ୍ରମୋଦ କୁମାର ମିଶ୍ର, (ମୁନୁବାବୁ ), ଦେବାନନ୍ଦ ଭୁସାଗର, ବାହାମ ସମିତି ସଭ୍ୟ ପ୍ରଫୁଲ୍ଲ ମଗର,ଦୁର୍ଗାପୂଜା କମିଟି ସଭାପତି ହରିହର ନାୟକ, ଉପସଭାପତି ଶକ୍ତି ପ୍ରସନ୍ନ ବଡ଼ପଣ୍ଡା,ମନୋଜ ଦାଶ, ନନ୍ଦିକେଶ ସାହୁ,ଅଭିଳାଷ ପଣ୍ଡା (ମଣ୍ଟୁ),ସମ୍ବିତ କୁମାର ବେହେରା,ସୁମିତ ନାୟକ,ସୁବୋଧ କୁମାର ବେହେରା, ବିଜୟ କୁମାର ନାୟକ, ଅଶୋକ କୁମାର ପୁରୋହିତ, ସୁରେନ୍ଦ୍ର ସାଏ ବେହେରା, ରାଧାମୋହନ ଷଡ଼ଙ୍ଗୀ,ଝସକେତନ ନାଏକଙ୍କ ଭଳି ପ୍ରମୁଖ କର୍ମକର୍ତ୍ତା ଏହି ସମୟରେ ଉପସ୍ଥିତ ଥିଲେ।ପଡିଆବାହଲର ଶାନ୍ତି ଶୃଙ୍ଖଳା ଅଞ୍ଚଳବାସୀ ପୋଲିସର ସହଯୋଗ କାମନା କରିଛନ୍ତି। ଅନ୍ୟ ପକ୍ଷରେ ସଦର ଥାନା ଅଧିକାରୀ ଅନିତା ପାଟନିଆ କହିଛନ୍ତି ଏଫଆଇଆର ଦାଏର ହେଲା ପରେ ପୋଲିସ ପଦକ୍ଷେପ ନେଇଛି।ପୋଲିସ ବିଭିନ୍ନ କାମରେ ଥିବାବେଳେ ସନ୍ଧ୍ୟାରେ ପଡିଆବାହାଲର ବିଭିନ୍ନ ସିସି କ୍ୟାମେରା ଯାଞ୍ଚ କରିବା ସହିତ ଫୁଟେଜକୁ ଯାଞ୍ଚ କରାଯାଉଛି। ଏଥିରେ ଅବହେଳାର କୌଣସି କାରଣ ନାହିଁ ବରଂ କେହି କେହି ପୋଲିସ ତଦନ୍ତରେ ବିଳମ୍ଭ ଅଭିଯୋଗ ଆଣୁଛନ୍ତି। ପୋଲିସ ନିଜ ରାସ୍ତାରେ ଠିକ ଅଛି ଓ ତଦନ୍ତ କରୁଛି। ଖୁବଶୀଘ୍ର ଚୋର ପୋଲିସ ହାତରେ ପଡିବ କିନ୍ତୁ ଏଥିରେ ଅଞ୍ଚବାସୀଙ୍କ ସହଯୋଗ ମଧ୍ୟ ନିହାତି ଆବଶ୍ୟକ।