March 11, 2026

ଚାନ୍ଦିଲି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ ଶତପଥିଙ୍କୁ “ଗୌରବଶ୍ରୀ” ସଂମ୍ମାନ

IMG-20260309-WA0006
Share

ଚାନ୍ଦିଲି / ୮-୦୩-୨0୨୬/ଜୟପୁର ପୂଜ୍ୟପୂଜା ସଂସଦ ର ତ୍ରିଂଶତିତମ ବାର୍ଷିକ ଉତ୍ସବ ରେ ଅନୁଷ୍ଠାନ ତରଫରୁ ଚାନ୍ଦିଲି ଉଚ୍ଚ ବିଦ୍ୟାଳୟ ର ଗଣିତ ଶିକ୍ଷକ ଶ୍ରୀମାନ ସନ୍ତୋଷ କୁମାର ଶତପଥୀ ଙ୍କୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ତଥା ସୀମାନ୍ତ ଅଞ୍ଚଳ ନିଜର ବିଦ୍ୟାଳୟରେ,ବିଜ୍ଞାନ ପ୍ରଦର୍ଶନୀ କ୍ଷେତ୍ରରେ ରାଜ୍ୟ, ଜୋନାଲ, ଜାତୀୟ ତଥା ଶିଶୁ ଜାତୀୟ ବିଜ୍ଞାନ କଂଗ୍ରେସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୌରବଶ୍ରୀ ସମ୍ମାନ ରେ ସମ୍ମାନିତ କରାଯାଇଛି l ପ୍ରକାଶ ଥାଉକି ଜୟପୁର ପୂଜ୍ୟପୂଜା ସଂସଦ କୋରାପୁଟ ଜିଲ୍ଲା ର ଏକ ସୁନାମଧନ୍ୟ ଅନୁଷ୍ଠାନ, ଯାହା ଜିଲ୍ଲାର ଶିକ୍ଷା, ଶିକ୍ଷ୍ୟାତନ, ସଂସ୍କୃତି, କ୍ରୀଡା, ବିଜ୍ଞlନ, ସାମ୍ବାଦିକତା ଇତ୍ୟାଦି କ୍ଷେତ୍ରରେ ଉଲ୍ଲେଖନୀୟ ବ୍ୟକ୍ତି ବିଶେଷଙ୍କୁ ଚୟନ କରି ବ୍ୟକ୍ତି ବିଶେଷଙ୍କୁ ତଥା ବିଭିନ୍ନ ଅନୁଷ୍ଠାନ ରୁ ଦଶମ ବାର୍ଷିକ ବୋର୍ଡ ପରୀକ୍ଷl ରେ ସାହିତ୍ୟ ରେ ଉଚ୍ଚ କୋଟିର ପ୍ରଦର୍ଶନ କରିଥିବା ଏବଂ ଶିକ୍ଷl ସମ୍ଭନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଙ୍କୁ ପ୍ରତି ବର୍ଷ ବାର୍ଷିକ ଉତ୍ସବ ରେ ସମ୍ମାନିତ କରିଥାଏ l ଆଜିର ସମାରୋହ ଜିଲ୍ଲା ଶିକ୍ଷା ଓ ପ୍ରତିଷ୍ଠାନ, ଜୟପୁରରେ,ପୂଜ୍ୟ ପୂଜା ସଂସଦ ଅନୁଷ୍ଠାନର ସଭାପତି ଶ୍ରୀ ଉଦୟ ଶଙ୍କର ଜlନୀ,(ଆକାଶ ବାଣୀ, ଜୟପୁର ), ଉପ-ସଭାପତି ଶ୍ରୀ ତପନ କିରଣ ତ୍ରିପାଠୀ,ବରିଷ୍ଠ ଶିକ୍ଷକ, ଶ୍ରୀ ଗୌର ଚନ୍ଦ୍ର ତ୍ରିପାଠୀ, ସେବାନିବୃତ୍ତ କାର୍ଯ୍ୟ ନିଷ୍ପାଦକ ଆକାଶବାଣୀ ଜୟପୁର ,ଶ୍ରୀମତୀ ଦମୟନ୍ତୀ ବୈକାର, ଉଦଘୋଷିକା,ଆକାଶବାଣୀ, ଜୟପୁର,ସମ୍ପାଦକ ଶ୍ରୀ ବୈରାଗୀ ଚରଣ ସାହୁ, ଡ଼. ରୁପଚନ୍ଦ୍ର ସୋରେନ, ଅଧକ୍ଷ୍ୟ ଜିଲ୍ଲା ଶିକ୍ଷl ଓ ପ୍ରଶିକ୍ଷଣ, ଜୟପୁର ପ୍ରମୁଖ ଉପସ୍ଥିତ ରହି ଶ୍ରୀ ସନ୍ତୋଷ କୁମାର ଶତପଥୀ ଙ୍କୁ ବିଜ୍ଞାନ କ୍ଷେତ୍ରରେ ସମ୍ମାନିତ କରିଛନ୍ତି l ଏଥିପାଇଁ ଏ ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ, ତାଙ୍କ ପ୍ରେରଣାରେ ଉଦବୁଦ୍ଧ ହୋଇଥିବା ଅନେକ ଛାତ୍ରଛାତ୍ରୀ, ଶିକ୍ଷlବିତ୍, ବିଶେଷ କରି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆର ଦିବାକର ରାଓ, ବାଲ୍ୟ ନାୟକ, ତଥା ସମସ୍ତ ସହକର୍ମୀ ତାଙ୍କୁ ଶୁଭେଚ୍ଛା ଜଣାଇବାସହ ତାଙ୍କର ଉତ୍ତୋରୋତ୍ତର ଉନ୍ନତି କାମନା କରିଛନ୍ତି l