March 11, 2026

ଟି-୨୦ବିଶ୍ବକପ୍ ଫାଇନାଲ ଜିତି ଇତିହାସ ରଚିଲା ଭାରତ, ଏଭଳି କରିବାରେ ହେଲା ବିଶ୍ବର ପ୍ରଥମ ଦେଶ

IMG-20260309-WA0007
Share

 

ଭାରତ ପ୍ରଥମେ ବ୍ୟାଟିଂ କରି ୨୫୫ ରନ୍ କରିଥିଲା। ଟିମ୍ ଇଣ୍ଡିଆ ପାଇଁ ସଞ୍ଜୁ ସାମସନ୍, ଅଭିଷେକ ଶର୍ମା ଏବଂ ଇଶାନ କିଶାନ ଅର୍ଦ୍ଧଶତକ ହାସଲ କରିଥିଲେ

 

୨୦୨୬ ଟି-୨୦ବିଶ୍ୱକପ ଫାଇନାଲ୍ ଜିତି ଭାରତ ବିଶ୍ବ ବିଜୟୀ ହୋଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୨୫୫ ରନ୍ କରିଥିଲା। ଟିମ୍ ଇଣ୍ଡିଆ ପାଇଁ ସଞ୍ଜୁ ସାମସନ୍, ଅଭିଷେକ ଶର୍ମା ଏବଂ ଇଶାନ କିଶାନ ଅର୍ଦ୍ଧଶତକ ହାସଲ କରିଥିଲେ। ସାମସନ୍ ଦଳ ପାଇଁ ସର୍ବାଧିକ ୮୯ ରନ୍ କରିଥିଲେ। ପ୍ରକାଶ ଯେ, ଏହା ଟି-୨୦ ବିଶ୍ୱକପ୍ ଇତିହାସରେ ଭାରତର ଦ୍ୱିତୀୟ ସର୍ବାଧିକ ସ୍କୋର ଏବଂ ଟି-୨୦ ବିଶ୍ୱକପ୍ ଫାଇନାଲରେ ସର୍ବାଧିକ ସ୍କୋର। ଭାରତ ଟି-୨୦ ବିଶ୍ୱକପ୍ରେ ତିନି ଥର ୨୫୦କିମ୍ବା ତା’ଠାରୁ ଅଧିକ ସ୍କୋର କରିବାରେ ବିଶ୍ୱର ପ୍ରଥମ ଦେଶ ହୋଇଛି।

 

ଏ ପର୍ଯ୍ୟନ୍ତ ବିଶ୍ବରେ କେବଳ ୫ଥର ଗୋଟିଏ ଦଳ ଗୋଟିଏ ଇନିଂସରେ ୨୫୦କିମ୍ବା ତା’ଠାରୁ ଅଧିକ ସ୍କୋର କରିଛି। ଟିମ୍ ଇଣ୍ଡିଆ ଏହି ୫ ଥର ମଧ୍ୟରୁ ୩ଥର ଏହି ସଫଳତା ପାଇଛି। ଭାରତ ବିଶ୍ୱର ପ୍ରଥମ ଦେଶ ଯିଏ ଟି-୨୦ ବିଶ୍ୱକପ୍ ମ୍ୟାଚ୍ରେ ତିନୋଟି ପୃଥକ ଥର ୨୫୦+ ସ୍କୋର କରିଛି। ଟିମ୍ ଇଣ୍ଡିଆର ଏହି ସଫଳତା ମଧ୍ୟ ସ୍ୱତନ୍ତ୍ର କାରଣ ଭାରତୀୟ ଦଳ ଗୋଟିଏ ବିଶ୍ୱକପ୍ରେ ତିନି ଥର ୨୫୦କିମ୍ବା ତା’ଠାରୁ ଅଧିକ ସ୍କୋର କରିଛି।

 

ଟି-୨୦ ବିଶ୍ୱକପରେ ସର୍ବାଧିକ ସ୍କୋର

 

୨୬୦ ରନ୍ – ଶ୍ରୀଲଙ୍କା (ବନାମ କେନିଆ)

 

୨୫୬ ରନ୍ – ଭାରତ (ବନାମ ଜିମ୍ବାୱେ)

 

୨୫୫ ରନ୍ – ଭାରତ (ବନାମ ନ୍ୟୁଜିଲାଣ୍ଡ)

 

୨୫୪ରନ୍ – ୱେଷ୍ଟଇଣ୍ଡିଜ୍ (ବନାମ ଜିମ୍ବାୱେ)

 

୨୫୩ରନ୍ – ଭାରତ (ବନାମ ଇଂଲଣ୍ଡ)

 

ଭାରତ ଫାଇନାଲରେ ୨୫୫ରନ କରିଥିଲା, ଯାହା ଟି-୨୦ ବିଶ୍ୱକପ ଫାଇନାଲ ଇତିହାସରେ ସର୍ବାଧିକ ସ୍କୋର । ଏହା ପୂର୍ବରୁ ସର୍ବାଧିକ ବଡ଼ ସ୍କୋର ୧୭୬ରନ୍ ଥିଲା । ଯାହା ଟିମ୍ ଇଣ୍ଡିଆ ୨୦୨୪ବିଶ୍ବକପ ଫାଇନାଲରେ ମଧ୍ୟ କରିଥିଲା । ଏବେ ଟିମ୍ ଇଣ୍ଡିଆ ନିଜ ରେକର୍ଡ଼କୁ ଭାଙ୍ଗି ୨୫୫ରନ୍ କରିଛି ।