March 12, 2025

ରେମୁଣା ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୧୦୯ ତମ ଜୟନ୍ତୀ ପାଳିତ

Share

 

ବାଲେଶ୍ଵର: ଭୁତପୂର୍ଵ ମୁଖ୍ୟମନ୍ତ୍ରୀ,ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୯ ତମ ଜୟନ୍ତୀ ସାରା ରାଜ୍ୟରେ ଆଜି ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ରେମୁଣା ବିଜେଡି ପକ୍ଷରୁ ଅନୁରୂପ କାର୍ଯ୍ୟକ୍ରମ ଦିବସ ବ୍ୟାପି ଅନୁଷ୍ଠିତ ହୋଇଯାଇଛି। ସକାଳେ ଦୁର୍ଗାଦେବୀ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ, ରେମୁଣା ହସ୍ପିଟାଲରେ ରୋଗୀ ମାନଙ୍କୁ ଫଳ ବଣ୍ଟନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ରେମୁଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀ ବିଦ୍ୟାସ୍ମିତା ମହାଳିକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସନ୍ଧ୍ୟାରେ ଏକ ଆଲୋଚନା ଚକ୍ର ଏବଂ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଭାଜପା ସରକାର ଦ୍ୱାରା ମାର୍ଚ୍ଚ ୫ ପଞ୍ଚାୟତିରାଜ ଦିବସ କୁ ବାତିଲ କରିବା ଏବଂ ଛୁଟି କୁ କ୍ୟାନ୍ସଲ କରି ଲୋକଙ୍କ ମନରୁ ବିଜୁବାବୁ ଙ୍କୁ ହଟାଇବା ମନୋବୃତିକୁ ଏହି ସଭାରେ ତୀବ୍ର ବିରୋଧ କରାଯାଇଥିଲା। ବ୍ଲକ ସଭାପତି ମନୋରଞ୍ଜନ ରାଉତ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅତିଥି ଭାବେ ରେମୁଣା ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ,ଜିଲ୍ଲା ପରିଷଦ ର ପୂର୍ବତନ ସଭାପତି ଉମିଲତା ଦାସ, ଯୁବ ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ଛାତ୍ର ସଭାପତି ସିମନ ଦାସ ମହାପାତ୍ର, ଜିଲ୍ଲା ପରିଷଦ ସଦସ୍ୟା ବନ୍ଦିତା ନାୟକ, କବିତା ପାଣି, ସମିତି ସଭ୍ୟ ଗିରିଶ ଦଳାଇ, ସରପଞ୍ଚ ପ୍ରଣତି ଜେନା,କମଳ ଲୋଚନ ପଣ୍ଡା, ମୁକୁନ୍ଦ ଭାରତୀ,କେଦାର ସାହୁ,ଦୟାନିଧି ମହାପାତ୍ର,ରାମ ଚନ୍ଦ୍ର ଦାସ, ତାପଶ ପାଣିଗ୍ରାହୀ, ହିମାଂଶୁ ଦାସ, ଲକ୍ଷ୍ମୀଧର ସ୍ୱାଇଁ, ଅଜୟ ମହାଳିକ, ପ୍ରମୁଖ ଉପସ୍ଥିତ ରହି ବିଜୁବାବୁଙ୍କ ସ୍ମୃତିଚାରଣ କରିଥିଲେ।