March 12, 2025

ମଦ୍ରାସାରେ ନୂତନ କମ୍ପ୍ୟୁଟର ଶ୍ରେଣୀ ଗୃହ ଉଦଘାଟିତ

Share

 

ବାଲେଶ୍ଵର(ଶେଖ୍ ନଜିମ୍): ପରିଖି ପଞ୍ଚାୟତ ଅନ୍ତର୍ଗତ ପନ୍ତା ସ୍ଥିତ ଅହେଲେ ସୁନ୍ନତ୍ ଗରିବ ନୱାଜ୍ ମଦ୍ରାସାରେ ନୂତନ କମ୍ପ୍ୟୁଟର ଶ୍ରେଣୀ ଗୃହ ମାର୍ଚ୍ଚ ୯ ତାରିଖ ରବିବାର ଉଦଘାଟିତ ହୋଇଯାଇଛି। ଗୀତାଞ୍ଜଳି ପିସ୍ ଫାଉଣ୍ଡେସନ ର ଅଧ୍ୟକ୍ଷା ଏସ୍ ଗୀତାଞ୍ଜଳି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହ ଶ୍ରେଣୀ ଗୃହର ଉନ୍ନତିକରଣ ପାଇଁ ସହାୟତା ରାଶି ପ୍ରଦାନ କରିଛନ୍ତି । ପୂର୍ବରୁ ଫାଉଣ୍ଡେସନ ପକ୍ଷରୁ ଏହି ମଦ୍ରାସାରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଟି କମ୍ପ୍ୟୁଟର ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ରବିବାର ପୁର୍ବାହ୍ନରେ ଉକ୍ତ ମଦ୍ରାସାରେ ଆୟୋଜିତ କାର୍ଯ୍ୟକ୍ରମରେ ଫାଉଣ୍ଡେସନ ର ଅଧ୍ୟକ୍ଷା ଏସ ଗୀତାଞ୍ଜଳି ଯୋଗଦେଇ ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ସହ ଆଧୁନିକ ଯୁଗରେ କେବଳ‌ ପାଠ ନୁହେଁ ବରଂ ପାଠ ସହ କମ୍ପ୍ୟୁଟର ଶିକ୍ଷା ନିହାତି ଦରକାର ବୋଲି ସେ କହିଥିଲେ। ଏଥିସହ ଛାତ୍ରଛାତ୍ରୀମାନେ ପାଠ ପଢ଼ି ବଡ଼ ମଣିଷ ସହ ଜଣେ ଜଣେ ଭଲ ମଣିଷ ହେବା ପାଇଁ ସେ ଆହ୍ବାନ ଦେଇଥିଲେ । ପିସ୍ ଫାଉଣ୍ଡେସନର ସଂପାଦିକା ଏସ୍ ଲକ୍ଷ୍ମୀ, ଶିକ୍ଷକ ଅବଦୁଲ ଦୟାନ ଅଲି ଖାନ୍, କମିଟିର ସଭାପତି ଶେଖ ହବିବ୍, ଉପସଭାପତି ଶେଖ ନାଜରୁଲ , ସଂପାଦକ ରାହେମତ ଅଲି ଖାନ୍ , ଉପ ସଂପାଦକ ଅବୁ ବକର ଅଲ୍ଲି , ସଲାମାତ୍ ଅଲି ଖାନ୍ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ହମିଦ ରାଜା ଖାନ୍ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ଏବଂ ସ୍ଥାନୀୟ ଅଞ୍ଚଳର ବ୍ୟକ୍ତି ବିଶେଷ ପ୍ରମୁଖ ଫାଉଣ୍ଡେସନ ର ଏଭଳି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ।