March 13, 2025

ସଙ୍ଗଶ୍ରୀ ଫାଉଂଡେସନ ତରଫରୁ ମାର୍ଚ୍ଚ 8 ମହିଳା ଦିବସ ଉପଲକ୍ଷେ ପ୍ରସ୍ତୁତି 

Share

 

ପୁରୀ,

. ପୁରୀ ର ଏକ ଅଗ୍ରଣୀ ନାରୀ ଜାଗରଣ ଭିତ୍ତିକ ଅନୁଷ୍ଠାନ ସଙ୍ଗଶ୍ରୀ ଫାଉଂଡେସନ, ମାର୍ଚ୍ଚ *8 ରେ ପାଳିତ ହେବାକୁ ଥିବା ଆନ୍ତର୍ଜାତିକ ମହିଳା ଦିବସ ଅତି ଆଡମ୍ବର ସହକାରେ ପାଳନ କରିବା ପାଇଁ ନିଷ୍ପତ୍ତି ନେୟୀଛି ! ଏହି କ୍ରମରେ ଆଜି ନାରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ବଡଦାଣ୍ଡସ୍ଥ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ଆୟୋଜିତ ହୋଇଯାଇଛି ! ଅନୁଷ୍ଠାନ ର ସଭାନେତ୍ରୀ ଶ୍ରୀମତୀ ସବିତା ମିଶ୍ର, ନିର୍ଦେଶିକା ଅରୁଣିମା ନନ୍ଦ ଙ୍କ ପୌରହିତ୍ୟ ରେ ଅତିଥି ଯୁବ ନାରୀନେତ୍ରୀ ରୋଜାଲିନ ନାୟକ, ଶିକ୍ଷୟିତ୍ରୀ ପ୍ରଗତି ତ୍ରିପାଠୀ, ରିଙ୍କି ବାରିକ,ସମ୍ପାଦିକା ପୂର୍ଣ୍ଣିମା ବେହେରା ମହାପ୍ରଭୁ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପ୍ରତିଯୋଗିତା ର ପର୍ବକୁ ଉଦ୍ଘାଟନ କରିଥିଲେ ! ପ୍ରତିଯୋଗିତା ଗୁଡିକ ମଧ୍ୟରେ ଝୋଟି, ଏକକ ଅଭିନୟ, ବକ୍ତୃତା ପ୍ରତିଯୋଗିତା, ମିସ ସୁଶ୍ରୀ, ଝୋଟି ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ! ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ମାନଙ୍କୁ ମାର୍ଚ୍ଚ 8 ରେ ମଞ୍ଚରେ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯିବ ! ଲଲାଟେନ୍ଦୁ ମିଶ୍ର, ଲକ୍ଷ୍ମୀପ୍ରିୟା ଦେ ଓ ସନ୍ତୋଷ ବାରିକ ମଞ୍ଚ ପରିଚାଳନା କରିଥିଲେ !ବୁଦ୍ଧିମତୀ, ଲିପିକା ମିଶ୍ର,ଅନିତା, ଉଷାରଣୀ, ବନ୍ଦନା, ଝାନଷି, ମମତା ମିଶ୍ର ଓ ମଧୁସ୍ମିତା ଇତ୍ୟାଦି କାର୍ଯ୍ୟକର୍ତା ମାନେ ଉପସ୍ଥିତ ରହି ସହାୟତା କରିଥିଲେ !ପ୍ରଗତି ତ୍ରିପାଠୀ, ରାମକୃଷ୍ଣ ମହାପାତ୍ର, ସନ୍ତୋଷ ବାରିକ, ମାମାଲି ମିଶ୍ର, ଟି. ଏନ, ସଂଗୀତା, ଲକ୍ଷ୍ମୀପ୍ରିୟା ଦେ, ଓ ପ୍ରମିଳା ସିଂ ବିଚାରିକା ଭାବେ ଯୋଗ ଦେୟିଥିଲେ !

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ