May 10, 2026

ପେନକୋଡ଼ GS /PP ର ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି ..

IMG-20250309-WA0005
Share

ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପୁରୀ ସର୍ବୋଦୟ ନଗର ସ୍ଥିତ Pencode GS /PP ଜିଲ୍ଲାର ସମସ୍ତ କର୍ମଚାରୀ, ଅଧିକାରୀ ଏବଂ କିନ୍ନର ଓ ସ୍ବେଛାସେବୀ ମାନଙ୍କୁ ନେଇ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମକୁ ପେନକୋଡ଼ ର ପ୍ରୋଜେକ୍ଟ ମ୍ୟାନେଜେର କେ ଲକ୍ଷ୍ମୀ ସକିଲାଙ୍କ ଅଧକ୍ଷତାରେ ମୁଖ୍ୟଅତିଥିଭାବେ ପୁରୀଜିଲ୍ଲା ପାରମ୍ପରିକ ମତ୍ସ୍ୟଜୀବୀ ସଂଘର ସଭାପତି ତଥା ପୂର୍ବତନ କାଉଁସିଲର ବାବୁଲା ପ୍ରସାଦ,ସମ୍ମାନିତ ଅତିଥିଭାବେ ପୁରୀଜିଲ୍ଲା କିନ୍ନର ସଂଘର ମା ଦେବକୀ ମା ଯୋଗଦେଇ ବର୍ତମାନ ନାରୀ ଅବଳା ନୁହେଁ ଦୁର୍ବଳା ନୁହେଁ, ସରକାର ବର୍ତମାନ ପୁରୁଷ ଓ ମହିଳାଙ୍କୁ ସମାନ ଅଧିକାର ଦେଇଛନ୍ତି l ସେହିଭଳି ମହିଳାମାନେ ssg ଗ୍ରୁପ କରି ଟଙ୍କା ଆଣି ନିଜ ସ୍ୱାମୀକୁ ବ୍ୟବସାୟ ରେ ସହଯୋଗ କରିବା ସହିତ ନିଜେ କିଛି କରି ସ୍ୱାବଲମ୍ବୀ ହେଈ ପାରୁଛନ୍ତି l ଶେଷରେ କୋଣାର୍କରୁ ଆସିଥିବା ଭାନୁମତି କାଣ୍ଡି ନିଜର ଅଭିଜ୍ଞତା କହିବା ସହିତ ତାଙ୍କର ଚଳିବା ପାଇଁ କେହି ସାହାଯ୍ୟ କରୁନଥିବା ବେଳେ ପେନକୋଡ଼ ତାଙ୍କ ରୋଗ ଭଲକରିବା ସହିତ ବଞ୍ଚିବାର ସାହାରା ହୋଇଛି କହିଥିଲେ l ଏହି କାର୍ଯ୍ୟକ୍ରମ କୁ ବିକାଶ ନାୟକଙ୍କ ସହିତ ଜିଲ୍ଲା କାର୍ଯ୍ୟାଳୟ ର ସମସ୍ତ ସଦସ୍ୟ ସଦସ୍ୟା ପରିଚାଳନା କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ