ନୂଆଗଡ ବ୍ଲକଅନ୍ତର୍ଗତଆଦିବାସୀଅଧ୍ୟୁଷିତ ଅଞ୍ଚଳରେ ଥିବା ବି.ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ରୋଗି ହନ୍ତସନ୍ତ
ପାରଳାଖେମୁଣ୍ଡି:୯/୩(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ରୋଗି ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି ସୂଚନା ମୁତାବକ ଏହି ସ୍ୱାସ୍ଥ୍ୟ କେନ୍ଦ୍ରଟି ଗଜପତି ଜିଲ୍ଲାର ଦୁର୍ଗମ ତଥା ଆଦିବାସୀ ଅଧ୍ୟୁଷିତ ନୂଆଗଡ଼ ବ୍ଲକର ଜନସାଧରଣଙ୍କ ସାହା ଭରଷା ବଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଟେ । ନୂଆଗଡ଼ ଗ୍ରାମ ବ୍ଲକର ସଦର ମହକୁମା ହୋଇଥିଲେ ହେଁ ଏଠାରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ ନ କରାଯାଇ ଉଭୟ ରୋଗୀ ଓ ସ୍ୱାସ୍ଥ୍ୟ କେନ୍ଦ୍ରରର କର୍ମଚାରୀଙ୍କ ଗମନାଗମନ ସୁବିଧା ଲାଗି ଖଜୁରୀପଦା ଠାରେ ସ୍ଥାପନ କରାଯାଇଛି। ଖଜୁରୀପଦା ଗ୍ରାମ ବ୍ଲକର ମୁଖ୍ୟ ଛକ ଏବଂ ଜାତୀୟ ରାଜପଥ ୩୨୬-ଏ ଅନ୍ତର୍ଗତରେ ରହିଛି । ଉଭୟଙ୍କ ସୁବିଧା ନିମନ୍ତେ ଖଜୁରୀପଦା ଠାରେ ରହିଥିଲେ ମଧ୍ୟ କର୍ମଚାରୀମାନଙ୍କ ମନମୁଖୀ କାରବାର ଯୋଗୁଁ ରୋଗୀ ହନ୍ତସନ୍ତ ହେବାସହ ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଟି ସଦା ସର୍ବଦା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଏହି ସ୍ବାସ୍ଥ୍ୟ କେନ୍ଦ୍ରକୁ ଡାକ୍ତରଙ୍କ ସମେତ ସ୍ୱାସ୍ଥ୍ୟ କର୍ମୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ଠିକ ସମୟରେ ଆସୁନଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉ ଥିବା ଅଭିଯୋଗ ହେଉଛି। ୨୪ଘଣ୍ଟା ମଧ୍ୟରେ ସକାଳ ୮ଘଣ୍ଟା ଠାରୁ ୨ଘଣ୍ଟା, ଅପରାହ୍ନ ୨ଘଣ୍ଟା ଠାରୁ ରାତ୍ର ୧୦ଘଣ୍ଟା ଏବଂ ରାତ୍ର ୧୦ଘଣ୍ଟା ଠାରୁ ସକାଳ ୮ଘଣ୍ଟା ସମୟ ପର୍ଯ୍ୟନ୍ତ ୩ଟି ସିଫ୍ଟରେ ରୁଟିନ ଅନୁଯାୟୀ ଡାକ୍ତର ଓ କର୍ମଚାରୀ ଆସିବା କଥା ନେଇ ସୂଚନା ଫଳକରେ ଲେଖା ଯାଉଛି । ହେଲେ ଏଠାରେ ସୂଚନା ଫଳକରେ ନାମ ଏବଂ ସମୟ ଲେଖା ଥିଲେ ମଧ୍ୟ କିଏ କେତେବେଳେ ଆସୁଛି ତାର କୌଣସି ନିର୍ଦ୍ଧିଷ୍ଟ ରହୁନାହିଁ । ପୂର୍ବ ଦିନର ଡାକ୍ତର ଏବଂ ଷ୍ଟାଫମାନଙ୍କ ନାମ ସକାଳ ପ୍ରାୟ ସାଢେ଼ ୯ ଘଣ୍ଟା ସମୟ ପର୍ଯ୍ୟନ୍ତ ସୂଚନା ଫଳକରେ ରହୁଛି।ସକାଳ ୮ଘଣ୍ଟା ସମୟରୁ ଷ୍ଟାଫ ଅଦଳ ବଦଳ ସମୟ ଥିଲେ ମଧ୍ୟ ସାଢେ଼ ୯ ଘଣ୍ଟା ସମୟ ପର୍ଯ୍ୟନ୍ତ ଆଟେଣ୍ଡେଣ୍ଟ ଏବଂ ସିକ୍ୟୁରିଟଗାର୍ଡ କୁ ଛାଡ଼ିଦେଲେ ଡାକ୍ତର ଏବଂ କର୍ମଚାରୀଙ୍କ ଦେଖାମିଳୁନି।ଡାକ୍ତର ସମେତ ସ୍ୱାସ୍ଥ୍ୟ କର୍ମୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ସଠିକ ସମୟରେ ଆସୁନଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। କେବେ କେବେ ପୂର୍ବ ଦିନର ସୂଚନା ଫଳକ ଦେଖି ଏ ସମ୍ପର୍କରେ ପଚାରିଲେ ଆଟେଣ୍ଡେଣ୍ଟ ଜଣକ ଷ୍ଟାଫ ସୂଚନା ଫଳକରେ ନାମଗୁଡିକୁ ବଦଳାଇ ଥାଏ। ଫାର୍ମାସିଷ୍ଟ ଜଣକ ନିରାମୟ ଔଷଧ ବିତରଣ କେନ୍ଦ୍ରରେ ଦୈନିକ ଉପସ୍ଥିତ ରହିବା କଥା କିନ୍ତୁ ଠିକ ସମୟରେ ଫାର୍ମାସିଷ୍ଟ ଙ୍କ ଅନୁପସ୍ଥିତ ଯୋଗୁ ଆଟେଣ୍ଡେଣ୍ଟ ଔଷଧ ବିତରଣ କରୁଥିବା ଦେଖିବାକୁ ମିଳୁଛି। ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଉପରେ ନୂଆଗଡ ବ୍ଲକର ୧୯ ଟି ପଞ୍ଚାୟତର ୫୦ହଜାର ରୁ ଉର୍ଦ୍ଧ ଜନସାଧାରଣ ନିର୍ଭର କରନ୍ତି। ଦୈନନ୍ଦିନ ଏଠାରେ କାର୍ଯ୍ୟରତ ଡାକ୍ତରଙ୍କ ଠାରୁ ଆରମ୍ଭ କରି ଫାର୍ମାସିଷ୍ଟ, ସ୍ୱାସ୍ଥ୍ୟ କର୍ମଚାରୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ରୁଟିନ ଅନୁଯାୟୀ ସଠିକ ସମୟରେ ଉପସ୍ଥିତ ରହୁନ ଥିବାରୁ । ପ୍ରାୟ ୧୫କିମି ଦୂରରେ ଥିବା ଆର୍.ଉଦୟଗିରି ବ୍ଲକ ସଦର ଠାରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ୪୫କିମି
ଦୂରତାରେଥିବା ଜିଲ୍ଲା ସଦର ମହକୁମା ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି ।ଯହାକି ସମୟ ଅପଚୟ ସହ ଅଯଥା ଖର୍ଚ୍ଚ ସାଙ୍ଗକୁ ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁମୁଖରେ ପଡୁଥିବାର ବହୁ ନଜିର ରହିଛି । ଏପରି ଦୂରାବସ୍ଥା ଯୋଗୁଁ ଏଠାରେ ରହୁଥିବା ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀମାନେ ଡାକ୍ତର ଓ କର୍ମଚାରୀଙ୍କୁ ଖୋଜୁଥିବା ବେଳେ ଏମାନେ ବିଳମ୍ବରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ନେଇ ରୋଗୀ ଏବଂ ସଂପର୍କୀୟ ମାନେ ଅଭିଯୋଗ କରିଆସୁଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥବାରୁ ଏ ଅଞ୍ଚଳରେଦିନକୁ ଦିନ ଜନଅସନ୍ତୋଷ ବୃଦ୍ଧି ପାଇବା ରେ ଲାଗିଛି। ସୂଚନା ଅନୁଯାୟୀ ଏଠାରେ ୧୨ ଜଣ ସ୍ଥାୟୀ ନିଯୁକ୍ତି ଡାକ୍ତର ରହିବା କଥା କିନ୍ତୁ ଏଠାରେ ୬ଜଣ କଟ୍ରାକଚୁଆଲ ଡାକ୍ତର ଅଛନ୍ତି। ଏଠାରେ ଗାଇନିକ, ମେଡ଼ିସିନ, ପେଡିଆଟିକ, ସର୍ଜରୀ, କିମ୍ବା ଡେଣ୍ଟାଲ ଡାକ୍ତର ଗୋଟିଏ ମଧ୍ୟ ନାହାନ୍ତି। କାମଚଳା ନିମନ୍ତେ କେବଳ ଅଛନ୍ତି ଠିକା ଡାକ୍ତର। ଫାର୍ମାସିଷ୍ଟ ଏକ ଜଣ, ଷ୍ଟାଫ ନର୍ସ ୨ଜଣ ଅଛନ୍ତି। ବିଭିନ୍ନ ସମୟରେ ଏହିଭଳି ଅଭିଯୋଗ କରିଥିଲେ ମଧ୍ୟ ସ୍ବାସ୍ଥ୍ୟ କର୍ମଚାରୀ ମାନେ ମନମୁଖୀ କାର୍ଯ୍ୟ କରୁଥିବା ବିଭିନ୍ନ ମହଲରେ ଘୋର ନିନ୍ଦା କରୁଥିବା ଜଣା ପଡ଼ିଛି।
ଅନ୍ୟପକ୍ଷରେ ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଶେଷ କରି ଗ୍ରାମାଞ୍ଚଳରେ ରହିଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି । ଏହାସହ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ବିଭିନ୍ନ ନିୟମାବଳୀ ପ୍ରଣୟନ କରିଛନ୍ତି । ହେଲେ ରାଜ୍ୟ ସରକାରଙ୍କ ଏଭଳି ମହତ୍ୱ ଉଦ୍ଦେଶ୍ୟକୁ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀ ଏବଂ ଡାକ୍ତରଙ୍କ ଖାମଖିଆଲି ନିତୀ ଯୋଗୁଁ ସଫଳ ରୂପାୟନ ହୋଇପାରୁ ନଥିବାର ବିଭିନ୍ନ ମହଲରେ ଆଲୋଚନା ହେଉଛି । ଏବିଷୟରେ ଖଜୁରୀପଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଦାଇତ୍ପରେ ଥିବା ଆର୍.ଉଦୟଗିରି ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରିଣୀ ନିବେଦିତା ପଣ୍ଡା ଏଭଳି ଲୋକଙ୍କ ସ୍ୱାସ୍ଥ୍ୟ ସେବାରେ ବ୍ୟାଘାତ ସୃଷ୍ଟି ନ ହବ ଚେଷ୍ଟା କରିବୁ କହିଛନ୍ତି।