August 19, 2026

ପାରଳାଖେମୁଣ୍ଡି ଠାରେ ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ/ହୋଲି ଉତ୍ସବପାଳନ

IMG-20230309-WA0001
Share

 

 

ପାରଳାଖେମୁଣ୍ଡି:୮/୩(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ

ୟୁ. ଟେକ୍. କମ୍ପ୍ୟୁଟର ସେଣ୍ଟର୍ ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ଏବଂ ହୋଲି ଉତ୍ସବ ଅନୁଷ୍ଠିତ ହୋଇସାରିଛି। ନାରୀଙ୍କ ଉନ୍ନତି ଦେଶ ଜାତିର ଉନ୍ନତି ବୋଲି ବକ୍ତା ମାନେ କହିଥିଲେ। ଆଜିର ବିକାଶ ନ୍ମୂଖୀ ଯୁଗରେ ମଧ୍ୟ ନାରୀ ସମ୍ପୁଣ୍ଣ ସୁରକ୍ଷିତ ନୁହେଁ ବୋଲି ବକ୍ତବ୍ୟ ଛଳରେ କହିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ସମ୍ପାଦିକା ତନୁଜା ଶତପଥୀ ବିବରଣୀ ପାଠ କରିଥିଲେ। ସବିତା ପଣ୍ଡିତ ସ୍ଵାଗତ ସମ୍ଭାଷଣ ଦେଇଥିବାବେଳେ, ମୁଖ୍ୟ ଅତିଥି ଡ. ଅଜୟ କୁମାର ତ୍ରିପାଠୀ, ମୁଖ୍ୟବକ୍ତା ସୁଶ୍ରୀ ସୌମ୍ୟl ଗୌଡ଼ DPM ଗଜପତି , ସଭାନେତ୍ରୀ ଡି. ପ୍ରିୟଙ୍କା, କାର୍ଯ୍ୟକାରିଣୀ ସଭାନେତ୍ରୀ କଳ୍ପନା ପଟନାୟକ।ଭାଗବତ ପାଢୀ, ସଂଯୋଜକ ଲୋକନାଥ ମିଶ୍ର ମନ୍ଚା ସୀନ ଥିଲେ। ଏହି ଅବସରରେ ବରିଷ୍ଟ ସାମ୍ବାଦିକ ଭାଗବତ ପାଢ଼ୀଙ୍କୁ ସମ୍ମାନିତ କରାଯାଇଥିଲା ତର୍କ,ନିବନ୍ଧ,ନୃତ୍ୟ, ସାଲାଡ଼ ପ୍ରସ୍ତୁତି, ମୁଢ଼ି ମିକ୍ଚର, ପ୍ରଭୃତି ରେ ବିଜୟ ଲାଭ କରିଥିବା ଛାତ୍ର ଛାତ୍ରୀ ଗୃହିଣୀ ଙ୍କୁ ପୁରର୍ସ୍କୃତ କରାଯାଇଥିଲା।ଏହି ଅବସରରେ ସେବାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏସ୍. ଲକ୍ଷ୍ମୀ ଙ୍କୁ ସମ୍ବାର୍ଥନା ପ୍ରଦାନ କରାଯାଇଥିଲା। ମାନସୀ ପଣ୍ଡା,ପ୍ରଫୁଲ୍ଲ ବେବର୍ତ୍ତା,ଶରତ ପ୍ରଧାନ,ଗୁରୁ କୈଳାସ ଚନ୍ଦ୍ର ପଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବର୍ଷା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।