ଦୁଇଦିନ ଧରି ଚାଲିଥିବା ଓଡିଶା ଜାପାନ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ l

IMG-20260209-WA0076
Share

 

ଓଡିଶା ଜାପାନ ପାରସ୍ପରିକ ସଦଭାବନା ଓ ଭାଇଚାରା କୁ ସମୃଦ୍ଧ କରେ ସଂସ୍କୃତି ଓ ସାଂସ୍କୃତିକ କାର୍ଯ୍ୟକ୍ରମ।ଏ କ୍ଷେତ୍ରରେ ଭାଷା ଆଦୌ ପ୍ରତବନ୍ଧକ ହୁଏନାହିଁ।ଏହାକୁ ଆଜି ପ୍ରମାଣ କରିଛନ୍ତି ଓଡିଶା ଜାପାନ କଳାକାର ମାନେ।ପ୍ରଥମ ଦିନରେ ତାଳବଣିଆ ପଡିଆରେ ଦୁଇ ଦିନିଆ ଓଡିଶା ଜାପାନ ସାଂସ୍କୃତିକ ମହୋତ୍ସବ।ଏହି ଅବସରରେ ଏସପି ପ୍ରତୀକ ସିଂ ଉପସ୍ଥିତ ରହି କଳାକାର ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ମହୋତ୍ସବକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିବା ସହ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସମ୍ପର୍କ ବୃଦ୍ଧି ରେ ଏହା ସହାୟକ ହେବ ବୋଲି କହିଥିଲେ।ଜାପାନ ଏକ ସାହସୀ ଓ କଠିନ ପରିଶ୍ରମ କରୁଥିବା ଜାତି।ଦିତୀୟ ବିଶ୍ବ ଯୁଦ୍ଧରେ ବ୍ୟାପକ କ୍ଷତି ସହିଥିଲେ ମଧ୍ୟ ସେମାନେ ସଂଘର୍ଷ ରୁ ଆଜି ସଫଳତା ପାଇ ଏକ ବିକଶିତ ରାଷ୍ଟ୍ରର ସୁନାମ ଅର୍ଜନ କରିଛନ୍ତି।ଓଡ଼ିଶା ମଧ୍ୟ ଏକ ଉନ୍ନତ ସଂସ୍କୃତି ସମ୍ପନ୍ନ ରାଜ୍ୟ।ଏହା ସହ କଳାର ଆଦାନ ପ୍ରଦର୍ଶନ ଉଭୟ ଭାରତ ଓ ଜାପାନ ର ସମ୍ପର୍କକୁ ଆହୁରି ମଜବୁତ କରିବ।ଆୟୋଜକ ଶ୍ରୀମନ୍ତ ଦାସ ଓ ତାଙ୍କ ଭାଇ କୁନା ଦାସ ଙ୍କ ସହଯୋଗ ରେ ଜାପାନ ରୁ ଅନେକ ପର୍ଯ୍ୟଟକ ଓ କଳାକାର ଓଡିଶା ବିଶେଷ କରି ପୁରୀ ଆସିଛନ୍ତି।ସେମାନେ ମଧ୍ୟ ରଥଯାତ୍ରା, ଦୀପାବଳି,ହୋଲି ଇତ୍ୟାଦି ଓଡ଼ିଆ ପର୍ବରେ ସାମିଲ ହୋଇ ଆମ ସଂସ୍କୃତି କୁ ଭଲ ପାଇବା ଦେଉଛନ୍ତି।ଏହି ସମ୍ପର୍କ ଆହୁରି ଋଦ୍ଧିମନ୍ତ ହେଉ ବୋଲି ସେ କହିଥିଲେ।ପରେ ଜାପାନ କଳାକାର ମାନେ ସେମାନଙ୍କ ପାରମ୍ପରିକ ଜାପାନୀ ନୃତ୍ୟ ସଂଗୀତ ପରିବେଷଣ କରିଥିଲେ।ବିଶେଷକରି ଜାପାନ କଳାକାର ବଲିଉଡ଼ ସଙ୍ଗୀତ ଓ ନୃତ୍ୟକୁ ନିଖୁଣ ଭାବେ ପରିବେଷଣ କରି ଦର୍ଶକଙ୍କ କରତାଳି ସାଇଁଟିଥିଲେ। ଇଣ୍ଡୋ-ଜାପାଳ ଫ୍ରେଣ୍ଡସିପର ର ସଭାପତି ଶ୍ରୀମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବ ରେ ଜିଲ୍ଲା ବନଖଣ୍ଡ ଅଧିକାରୀ ମଗର ଧନାଜୀ ରାଓସୋ,ଭାରତ ସରକାର ଙ୍କର ପର୍ଯ୍ୟଟନ ବିଭାଗ ଉପ ନିର୍ଦେଶକ ରଶ୍ମି ସୋନିଆ ତୋମୀ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଅତିରିକ୍ତ ଏସପି ସୁଶୀଲ କୁମାର ମିଶ୍ର, ଦେବୀ ପ୍ରସାଦ ପ୍ରତାପ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, ପେଣ୍ଠକଟା ମେରାଇନ ଥାନା ଅଧିକାରୀ ବିକ୍ରମ କେଶରୀ ଜେନା, ଚନ୍ଦନପୁର ଥାନାଧିକାରୀ ଭୁବନ ମୋହନ ସାମନ୍ତରାୟ ପ୍ରମୁଖ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଅବସରରେ ଜିଆରପି ଆଇଆଇସି ସନ୍ତୋଷ କୁମାର ବାହିନୀପତି, ସହକାରୀ ଫାୟାର ଅଫିସର ପ୍ରଭାତ କୁମାର ରାଉତ,ସିବିଚ ଆଉଟପୋଷ୍ଟର ଷ୍ଟେସନ ଅଫିସର ଜିଜ୍ଞାସୁ ବେହେରା ଙ୍କୁ ସେମାନଙ୍କ ଉଲ୍ଲେଖଯୋଗ୍ୟ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।କଳା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଉଦଘୋଷକ ଡା. ବିଶ୍ବନାଥ ମିଶ୍ର ମଞ୍ଚ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ କୁ ଆନ୍ତର୍ଜାତୀୟ

ବାଳୁକା ଶିଳ୍ପୀ ସୁଦାମ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ। ଏହି ପରିପ୍ରେକ୍ଷୀରେ ଶିକ୍ଷା,ପର୍ଯ୍ୟଟନ, ଓଡିଶା ହସ୍ତ ଶିଳ୍ପ,ଓ ଜାପାନୀଜ ଖାଦ୍ୟ ଷ୍ଟଲ ର ମଜ଼ା ନେଇ ଥିଲେ ଉପସ୍ଥିତ ଦର୍ଶକଉଦଯାପିତ ହେଲା ଓଡିଶା ଜାପାନ ଫେଷ୍ଟିଭାଲ l ଭାଷା କୌଣସି ସାଂସ୍କୃତିକ ପ୍ରତିଭା ପ୍ରଦର୍ଶନ ରେ ବାଧକ ନୁହେଁ।ଏହା ପରସ୍ପର କୁ ଯୋଡେ ଓ ଭାଇଚାରା କୁ ମଜବୁତ କରେ।ଦୀର୍ଘ ବର୍ଷ ଧରି ପୁରୀ ରେ ଆୟୋଜିତ ହେଉଥିବା ଓଡିଶା ଜାପାନ ସାଂସ୍କୃତିକ ମହୋତ୍ସବ ବା ଫେଷ୍ଟିଭାଲ ତାହାର ବଡ ଉଦାହରଣ ବୋଲି କହିଛନ୍ତି ସୂଚନା ଓ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ।

ପୁରୀ ତାଳବଣିଆ ପଡିଆ ଠାରେ ଇଣ୍ଡୋ ଜାପାନ ଫ୍ରେଣ୍ଡସିପ ଓ ଚନ୍ଦ୍ରଶେଖର ଏକାଡେମୀ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଦୁଇଦିନିଆ ମହୋତ୍ସବ ଆଜି ଉଦଯାପିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପ ନିର୍ଦ୍ଦେଶକ ଶ୍ରୀ ସେଠୀ ଜାପାନୀ ମାନେ ଏକ ସାହସୀ, ସଂଗ୍ରାମୀ, ପରିଶ୍ରମୀ ଓ ଶିକ୍ଷିତ ଜାତିର ପରିଚୟ ନେଇ ବିଶ୍ବ ରେ ପରିଚିତ।ସେମାନଙ୍କ ସଂସ୍କୃତି ଓ ଶ୍ରେଷ୍ଠ ବୈଷୟିକ ଜ୍ଞାନ ପାଇଁ ସୁଖ୍ୟାତି ରହିଛି।ଭାରତୀୟ ବିଶେଷ କରି ଓଡିଶା ସହ ସେମାନଙ୍କ ସାଂସ୍କୃତିକ ବିନିମୟ ଏକ ସୁନ୍ଦର ଓ ସମ୍ପ୍ରସାରିତ ପଦକ୍ଷେପ।ଯାହା ଦୁଇ ଦେଶର ଭାଇଚାରା ଓ ପର୍ଯ୍ୟଟନ ଶିଳ୍ପ କୁ ସଶକ୍ତ କରିବ ବୋଲି ସେ କହିବା ସହ ସମସ୍ତ କଳାକାର ମାନଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟତମ ଅତିଥି ତାଳବଣିଆ ଥାନା ଆଇଆଇସି ଅଭିନବ ମିଶ୍ର ଓଡିଶା ଓ ଜାପାନ ସଂସ୍କୃତି ର ମିଳନ ଓ ଉପସ୍ଥାପନ ପ୍ରୟାସ ଏକ ଚମତ୍କାର ଉଦ୍ୟମ।ଏହା ଦ୍ଵାରା ଉଭୟ ଦେଶର ସାଂସ୍କୃତିକ ବିବିଧତା ସମ୍ପର୍କରେ ସାଧାରଣ ଲୋକ ଜାଣିବା ସହ ଭାତୃତ୍ବ ଭାବ ବୃଦ୍ଧି ପାଇବ ବୋଲି କହିଥିଲେ।ଇଣ୍ଡୋ ଜାପାନ ଫ୍ରେଣ୍ଡସିପର ସଭାପତି ଶ୍ରୀମନ୍ତ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମାନସ ଦାସ, ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ପରିଚାଳନା କରିଥିଲେ।ପରେ ଓଡିଶା ଓ ଜାପାନ କଳାକାର ଶାଶ୍ବତୀ ଦାଶ,ଶିବସୁନ୍ଦର ମିଶ୍ର,ସ୍କେପକ ଡ୍ୟାନ୍ସ ଗୃପ,କାନନ ମିଜୁନୋ,ଚୋଷୀ ନାକାମୋରା,ନାଚସ୍ବ ମିହାରା, ଏରିକୋ ତୋଷିମା,ଆକିଏଦୋଇ ପ୍ରମୁଖ ଚମତ୍କାର ନୃତ୍ୟ, ସଂଗୀତ ପରିବେଷଣ କରି ଦର୍ଶକ ଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।ଏହି ଅବସରରେ ଓଡ଼ିଶା ଓ ଜାପାନର ୨୩ ଟି ଷ୍ଟଲ ମାଧ୍ୟମରେ ବିଭିନ୍ନ ଖାଦ୍ୟ,ଶିକ୍ଷା, କୃଷି ବିଜ୍ଞାନ ଇତ୍ୟାଦି ପ୍ରଦର୍ଶନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ପୁରୀ ଏସପିଙ୍କ ସହିତ ସିଟି ଡ଼ିଏସପି, ସଦର SDPO ଏବଂ ପୁରୀ ସହର, ପୁରୀ ସଦର ମେରାଇନ ଥାନା ର ସମସ୍ତ ଥାନାଧିକାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ଉଦଘୋଷକ ଲଲାଟେନ୍ଦୁ ମିଶ୍ର ମଞ୍ଜ ସଂଚାଳନ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l