ପୁରୀ ସରକାରୀ ମହିଳା ମହାବିଦ୍ୟାଳୟ ର ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ଏକଦିବସୀୟ ପାଠ୍ୟ ଚକ୍ର ଅନୁଷ୍ଠିତ ହୋଇଯାଇଛି

ପୁରୀ ସରକାରୀ ମହିଳା ମହାବିଦ୍ୟାଳୟ ର ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ଏକଦିବସୀୟ ପାଠ୍ୟ ଚକ୍ର ଅନୁଷ୍ଠିତ ହୋଇଯାଇଛି ।ଏହି ପାଠ୍ୟ ଚକ୍ରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ପ୍ରଦିପ୍ତ କୁମାର ବେହେରା ଯୋଗଦାନ କରି ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଯୋଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ।ମୁଖ୍ୟ ବକ୍ତା ଭାବରେ ରେଭେନ୍ସା ମହାବିଦ୍ୟାଳୟ ର ପ୍ରାକ୍ତନ ପ୍ରଫେସର ଡ଼ ବାଉରୀବନ୍ଧୁ ସାହୁ ରୀତି କାବ୍ୟରେ ରସ ଚର୍ଚା ସମ୍ପର୍କରେ ଆଲୋଚନା କରି ଉପେନ୍ଦ୍ର ଭଞ୍ଜ ଙ୍କ ଲାବଣ୍ୟବତୀ ର ଉଦାହରଣ ଦେଇ ବିଭିନ୍ନ ରସର ଅବତାରଣା କରିଥିଲେ ।ସେହିପରି ଅନ୍ୟତମ ବକ୍ତା ଭାବରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡ଼ କୃଷ୍ଣଚନ୍ଦ୍ର ପ୍ରଧାନ ଲୋକ ସାହିତ୍ୟ ର ତାତ୍ୱିକ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।ଏହି ସଭାରେ ବିଭାଗ ମୁଖ୍ୟ ପ୍ରମୋଦ କୁମାର ଷଡ଼ଙ୍ଗୀ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକା,ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।ବିଭାଗର ଅଧ୍ୟାପିକା ସୁକାନ୍ତି ମହାନ୍ତି,ରଶ୍ମି ରେଖା ବିଶ୍ଵାଳ,ସୁଶ୍ରୀ ଲକ୍ଷ୍ମୀପ୍ରିୟା ଲେଙ୍କା,ପ୍ରଜ୍ଞା ପ୍ରିୟଦର୍ଶିନୀ ଜେନା,ରାଜଲକ୍ଷ୍ମୀ ଦାସ ଉପସ୍ଥିତ ରହି ସଭା ପରିଚାଳନାରେ ସହଯୋଗ କରିଥିଲେ ।ଶେଷରେ ବିଭାଗର ଅଧ୍ୟାପକ ଡ଼ ବିଭୁପ୍ରସାଦ ଶତପଥୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ