May 10, 2026

,”ଠାକୁରେ ମୋ ଠାକୁରେ ” ଭଜନ ସମାରୋହ ଅନୁଷ୍ଠିତ l

IMG-20250209-WA0031
Share

ପବିତ୍ର ଭୈମୀ ଏକାଦଶୀ ତିଥିରେ ପୁରୀ ସଦର ବାଲିପଡା ଗ୍ରାମପଞ୍ଚାୟତ ଅଧୀନସ୍ଥ ଢୋଲ ବିରଞ୍ଚିଦାଶ ପୁର ଗ୍ରାମରେ ଶ୍ରୀ ଗୋପୀନାଥ ଦେବଙ୍କ ମନ୍ଦିର ପ୍ରତିଷ୍ଠାର ଦ୍ବିତୀୟ ବାର୍ଷିକ ଉତ୍ସବ ଉପଲକ୍ଷେ ଭାବମୟ ପରିବେଶରେ ଏକ ବିଶାଳ ଭଜନ ସମାରୋହ “ଠାକୁରେ ମୋ ଠାକୁରେ” ଅନୁଷ୍ଠିତ ହୋଇଯାଇଛି। ଏ କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ବ୍ଲକ ସଭାପତି ଦିବାକର ପାତ୍ର,ସଦର ଥାନା ଭାରପ୍ରାପ୍ତ ଅଧିକାରୀ ସୁନିଲ୍ କୁମାର୍ ପ୍ରଧାନ ଏବଂ ଚନ୍ଦନପୁର ଥାନାର ଭାରପ୍ରାପ୍ତ ଅଧିକାରୀ ଭୂବନାନନ୍ଦ ସାମନ୍ତରାୟ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ। ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ଏବଂ ଏହି କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଶ୍ରୀ ଚରଣ ମହାନ୍ତି, ରବିନ୍ଦ୍ର ମହାପାତ୍ର, ପ୍ରଭୁ ପ୍ରସାଦ ନନ୍ଦ, ଲିପ୍ସା ମିଶ୍ର ଓ ଇପ୍ସିତା ପଣ୍ଡା ,ବାଦ୍ୟଯନ୍ତ୍ରରେ ବିଭୂପ୍ରସାଦ ନନ୍ଦ, ଅମୃତ ରଞ୍ଜନ, ପରମାନନ୍ଦ ସାହୁ,ଶ୍ୟାମା ରାଓ ଏବଂ ଦେବକାନ୍ତ ନନ୍ଦ ସହଯୋଗ କରିଥିଲେ… କାର୍ଯ୍ୟକ୍ରମକୁ ଅଞନ ହୋତା ଏବଂ ଦୀପକ୍ ରଞ୍ଜନ ପରିଚାଳନା କରିଥିଲେ ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ