November 23, 2024

କେନ୍ଦ୍ର ଖାଦ୍ୟପ୍ରକ୍ରୀୟା ମନ୍ତ୍ରଣାଳୟ ର ସ୍ୱୋୟଂ ସହାୟକ୍ ଗୋଷ୍ଠୀକୁ ସହାୟତା

Share


ଅସ୍ତରଙ୍ଗ,,କେନ୍ଦ୍ର ଖାଦ୍ୟ ପ୍ରକ୍ରିୟା କରଣ ମନ୍ତ୍ରଣାଳୟ ଓ ପୁରୀ ଜିଲ୍ଲା ସ୍ଲିପ କେନ୍ଦ୍ର ର ମିଳିତ ସହାୟତାରେ ,ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟ ନେଇ,ଅସ୍ତରଙ୍ଗ ବ୍ଲକ ପାଟଳଦା ଗ୍ରାମପଞ୍ଚାୟତ ର ସୁନ୍ଦର୍ ଗ୍ରାମର ପଡାଗ୍ରାମ ଖଟିଆରି ଗ୍ରାମ ଠାରେ,ସାତ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କାରେ ବଡ଼ି , ପାମ୍ପଡ ଆଦି ମିଶିନି ସ୍ଥାପନ କରାଯାଇ ମହିଳା ମାନଙ୍କୁ କିପରି ରୋଜଗାରକ୍ଷମ କରାଯାଇ ପାରିବ ସେ ବିଷୟରେ ତାଲିମ ପ୍ରଦାନ କରାଯାଇ ଅଛି । ଏହି ଉପଲଖେ, ଅନନ୍ତ ବାସୁଦେବ ମହିଳା ମଣ୍ଡଳ ତରଫରୁ ଆୟୋଜିତ ଉଦ୍ଘାଟନୀ ଉତ୍ସ୍ବବ ରେ ବରିଷ୍ଠ ସାମ୍ବାଦିକ ଦୁଃଶାସନ ନାୟକ ଓ ପାଟଳଦା ଗ୍ରାମପଞ୍ଚାୟତ ର ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ନରେନ୍ଦ୍ର କୁମାର ନାୟକ ପ୍ରଦୀପ ପ୍ରଯୋଳନ୍ ପୂର୍ବକ ଉଦଘାଟନ କରିବା ପରେ ,ଏକ ଆଲୋଚନା ଚକ୍ର ସାମ୍ବାଦିକ ଦୁଃଶାସନ ନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କରାଯାଇ ଥିଲା । ଦୁଇଗୋଟି ଗ୍ରୁପ ର ତିରିଶ ଜଣ ସଦସ୍ୟ ଙ୍କୁ ପୁରୀ ଜିଲ୍ଲା ଶ୍ଳିପ କେନ୍ଦ୍ର ଦ୍ବାରା ନିୟୋଜିତ ଦୁଇଜଣ ଟ୍ରେନର ଯଥା ଭାନୁ ମଲ୍ଲିକ, ଓ ଶାନ୍ତିବାଳା ବେହେରା,ଏହି ପ୍ରୋଜେକ୍ଟ ବିଷୟର ସୂଚନା ଦେବା ସହ,ବଡ଼ି,ପାମ୍ପଦ୍,ଆଦି କିପରି ବିଦୂତ୍ ଚାଳିତ ମିଶିନ ଦ୍ବାରା ପ୍ରସ୍ତୁତ କରାଯାଇ ପାରିବ,କଞ୍ଚା ମାଲ ଆଦି ଆଣି ମିଶିନୀ ଦ୍ବାରା ପ୍ରସ୍ତୁତ କରାଇ,ମହିଳା ମାନଙ୍କୁ ଦେଖାଇ ଥିଲେ । ଏହି ବଡ଼ି, ପାମ୍ପଡ଼ ପ୍ରସ୍ତୁତ ବିଷୟରେ ତାଲିମ ଦେବା ପାଇଁ,ତିନିଦିନ ବ୍ୟବସ୍ଥା ରହିଥିବା ଜଣା ପଡ଼ିଛି ।ଏଥିରେ,ପୁରୀ ଗ୍ରାମ୍ୟ ବ୍ୟାଙ୍କ ଅସ୍ତରଙ୍ଗ ଶାଖା ର କୋଡ଼ି ନେଟର ସୁଜାତା ମଲ୍ଲିକ,ଅନନ୍ତ ବାସୁଦେବ ଏସ, ଏଚ, ଜି( କ) ର ସଭାନେତ୍ରୀ ଗୁରେଇ କଣ୍ଡୀ,ସମ୍ପାଦିକା ସୁଲୋଚନା କାଣ୍ଡୀ (ଖ) ର ଲୋଚନ କାଣ୍ଡି ଓ ସମ୍ପାଦିକା ଦୀପା ଦାସ ସଭ୍ୟ ଗଣେଶ ସେଠୀ,ରମେଶ ଚନ୍ଦ୍ର ସାହୁ, ଆଦି,ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ,ପଦ୍ମା ଦାସ,ସାବିତ୍ରିଦାସ,ରଶ୍ମିତା କଣ୍ଡି,ରୁପାଲି କଣ୍ଡି,ବୀଣାପାଣି କାଣ୍ଡି,ଆଦି ମହିଳା ମେସିନ ଦ୍ବାରା ବଡ଼ି ପାମ୍ପଡ ତିଆରି କରି କିପରି ସ୍ୱାବଲମ୍ବୀ ହେବା,ବା ବିକ୍ରିବଟା କରିବା ସେ ବିଷୟରେ ସୂଚନା ପ୍ରଦାନ କରିଥିଲେ ।ଏହି ସବୁ କାର୍ଯ୍ୟକୁ ପରିଚାଳନା କରିଥିଲେ ଜିଲ୍ଲା ଶ୍ଲିପ କେନ୍ଦ୍ର ପୁରୀ ର ସମ୍ବଳ ଅଧିକାରୀ ସଞ୍ଜୀବ ମହାନ୍ତି ।
ଅସ୍ତରଙ୍ଗ ରୁ ଦୁଃଶାସନ ନାୟକ ଙ୍କ ରିପୋର୍ଟ ।