January 10, 2025

ପ୍ରବାସୀ ଭାରତୀୟ ଦିବସ ଅବସରରେ ହିଲ୍ ଟପ୍ ସ୍ନାତକ ମହାବିଦ୍ୟାଳୟ ରେ ଆଲୋଚନା ଚକ୍ର —-

Share

 

ମୋହନା(ସନ୍ତୋଷ ଗୌଡ଼)ସ୍ଥାନୀୟ ହିଲ୍ ଟପ୍ ସ୍ନାତକ ମହାବିଦ୍ୟାଳୟ ପରିସରରେ ପ୍ରବାସୀ ଭାରତୀୟ ଦିବସ ଅବସର ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଏହି ଦିବସରେ

ବିଶିଷ୍ଟ ଶିକ୍ଷାବିତ ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଲୟ ର ରାଜନୀତି ବିଜ୍ଞାନ ବିଭାଗ ର ଅବସରପ୍ରାପ୍ତ ପ୍ରଫେସର ଡ଼କ୍ଟର ବିଷ୍ଣୁ ଚରଣ ଚୌଧୁରୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଲନ ପୂର୍ବକ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ଦେଶ ର ବିକାଶ ରେ ପ୍ରବାସୀ ଭାରତୀୟ ଙ୍କ କଣ କଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ସେ ସମ୍ପର୍କ ରେ ଛାତ୍ର, ଛାତ୍ରୀ ଙ୍କୁ ଅବଗତ କରାଇଥିଲେ।ମୁଖ୍ୟ ବକ୍ତା ରୂପେ ବିନାୟକ ଆଚାର୍ଯ୍ୟ ସରକାରୀ ସ୍ନାତକ ମହାବିଦ୍ୟାଳୟ ର ଇଂଲିଶ ବିଭାଗ ର ମୁଖ୍ୟ ଯୋଗ ଦେଇ ୨୦୩୬ ମସିହା ରେ ଓଡ଼ିଆ ର ସ୍ଥିତି ସମ୍ପର୍କ ରେ ଆଲୋଚନା କରିଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶୁଭ୍ର କାନ୍ତ ମହାନ୍ତି ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଡ଼କ୍ଟର ପ୍ରଣବ ପଟ୍ଟଯୋଶୀ ସ୍ୱାଗତ ଭାଷଣ ଓ ଜଗନ୍ନାଥ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଏନ.ଏସ.ଏସ ୟୁନିଟ ସହାୟତା ପ୍ରଦାନ କରିବା ସହ, ଏନ ଏସ ଏସ ୟୁନିଟ ର କାର୍ଯ୍ୟକ୍ରମ ଅଧିକାରିଣୀ ରିତା କୁମାରୀ ଶତପଥି ଙ୍କ ସହ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଙ୍କ ସମେତ ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇ ଦିବସ ଟିକୁ ପାଳନ କରିଥିଲେ।