ଆରଏସଏସ ଫାସିବାଦକୁ ଉତଖାତ କରିବା ପାଇଁ ବ୍ୟାପକ ମିଳିତ ସଂଗ୍ରାମ ଗଠନ କରନ୍ତୁ ! ସର୍ବଭାରତୀୟ ଫାସିବାଦ ବିରୋଧୀ କନଭେନସନ

ଆରଏସଏସ ଫାସିବାଦ ବିରୋଧରେ ସର୍ବଭାରତୀୟ ସମ୍ମିଳନୀ ୬ ଡିସେମ୍ବରରେ ହାଇଦ୍ରାବାଦର ଏଲ.ବି. ନଗରର ସମାହିତା ଫଙ୍କସନ୍ ହଲ୍ (ଅସଫାକ୍ ଉଲ୍ଲା – ରାମ ପ୍ରସାଦ ବିସ୍ମିଲ୍ ହଲ୍) ରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ୩୩ ବର୍ଷ ପୂର୍ବେ ଆଜିର ଦିନରେ ଆରଏସଏସ ସଂଘ ପରିବାର ଗୁଣ୍ଡାମାନେ ବାବ୍ରି ମସଜିଦକୁ ଭାଙ୍ଗି ଦେଇଥିଲେ। ଆରଏସଏସ ର ସବୁଠାରୁ ବଡ଼ ବୈଚାରିକ ଶତ୍ରୁ ବାବା ସାହେବ ଆମ୍ବେଦକରଙ୍କ ପୁଣ୍ୟତିଥି ହେଉଛି ୬ ଡିସେମ୍ବର । ଏହାକୁ ଫାସିବାଦ ଦିବସ ଭାବେ ପାଳନ କରିବା ସହ ଆରଏସଏସ କୁ ପରାସ୍ତ କରିବା ସର୍ବଭାରତୀୟ ଫାସିବାଦ ବିରୋଧୀ କନଭେନସନ ଆୟୋଜନ କରଯାଇଥିଲା। ଏହି ଅବସରରେ ସମ୍ବିଧାନ ପ୍ରଣେତା ଡ. ଆମ୍ବେଦକରଙ୍କ ଉଦେଶ୍ୟରେ ଏକ ମିନିଟର ନୀରବ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ସମ୍ମିଳନୀ ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ତେଲେଙ୍ଗାନା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବି.ଚନ୍ଦ୍ର କୁମାର ଏହି ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ। ଜଷ୍ଟିସ୍ ଚନ୍ଦ୍ର କୁମାର ତାଙ୍କ ଉଦ୍ଘାଟନୀ ଭାଷଣରେ ଆରଏସଏସ ଫାସିବାଦର ଭୟଙ୍କର ରାଜନୈତିକ-ଅର୍ଥନୈତିକ ପ୍ରତିକ୍ରିୟାକୁ ପ୍ରକାଶ କରିଥିଲେ। ଫାସିବାଦ ର ଶିକାର ହେଉଥିବା ସମସ୍ତ ପୀଡିତା ଏବଂ ଗଣତାନ୍ତ୍ରିକ ବର୍ଗଙ୍କୁ ଭାରତୀୟ ଫାସିବାଦ ବିରୋଧି ସଂଗ୍ରାମରେ ଏକଜୁଟ ହେବାକୁ ନିବେଦନ କରିଥିଲେ। ଏହି ସମ୍ମିଳନୀରେ ଆୟୋଜକ କମିଟିର ଅଧ୍ୟକ୍ଷ ସୟଦ କମଲ ଆଥର, ତେଲେଙ୍ଗାନା ୱେଲଫେୟାର ପାର୍ଟି ଅଫ୍ ଇଣ୍ଡିଆ ର ରାଜ୍ୟ ସଭାପତି ଅଧ୍ୟକ୍ଷତା କରିଥିଲେ । ଆୟୋଜକ କମିଟିର ସାଧାରଣ ଆବାହକ ତଥା ସିପିଆଇ (ଏମଏଲ) ରେଡ୍ ଷ୍ଟାରର ପଲିଟ୍ ବ୍ୟୁରୋ ସଦସ୍ୟ ଆର ମାନସାୟା ସ୍ୱାଗତ ଭାଷଣ ଦେଇଥିଲେ। ସିପିଆଇ (ଏମଏଲ) ରେଡ୍ ଷ୍ଟାରର ସାଧାରଣ ସମ୍ପାଦକ ପି ଜେ ଜେମ୍ସ କନଭେନସନ ର ଆଭିମୂଖ୍ୟ ଉପସ୍ଥାପନ କରିଥିଲେ। ଆରଏସଏସ ହେଉଛି ସର୍ବବୃହତ ଏବଂ ଦୀର୍ଘ ବର୍ଷ ଧରି ଚାଲିଥିବା ସଂଗଠନ। ଆଜି ଫାସିବାଦୀ ସଂଗଠନ ଭାବରେ ଉଭା ହୋଇଛି। ଶ୍ରମଜୀବୀ ଜନତା, ଦଳିତ, ଆଦିବାସୀ, ମହିଳା ଏବଂ ସଂଖ୍ୟାଲଘୁ, ବିଶେଷକରି ମୁସଲମାନମାନଙ୍କ ଉପରେ ଏହାର ଭୟଙ୍କର ଆକ୍ରମଣ ବିଷୟରେ ବର୍ଣ୍ଣନା କରିଥିଲେ। ଜେମ୍ସ ତାଙ୍କ ବକ୍ତବ୍ୟରେ ଫାସିବାଦ ବିରୋଧରେ ବ୍ୟାପକ ଏବଂ ସର୍ବ ଭାରତୀୟ ଆନ୍ଦୋଳନ ଗଠନ କରିବାର ଜରୁରୀ ଆବଶ୍ୟକତା ସମ୍ପର୍କରେ ସୂଚାଇଥିଲେ। ରାଜ୍ୟସ୍ତରୀୟ ଫାସିବାଦ ବିରୋଧୀ ସମନ୍ୱୟ କମିଟିର ନେତାଙ୍କ ସମେତ ୧୩ ଟି ରାଜ୍ୟର ୨୯ ଟି ଜନ ସଂଗଠନର ପ୍ରତିନିଧି ଏହି ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ସେମାନଙ୍କ ମଧ୍ୟରେ ୱେଲଫେୟାର ପାର୍ଟି ଅଫ୍ ଇଣ୍ଡିଆ ର ଜାତୀୟ ସମ୍ପାଦକ ସୁବ୍ରମଣି ଅରୁମୁଗମ୍, ଏମସିପିଆଇ(ୟୁ) ରସାଧାରଣ ସମ୍ପାଦକ ଅଶୋକ ଓମକାର, ଜାତିପ୍ରଥା ବିଲୋପ ଆନ୍ଦୋଳନର ନେତା ଶଙ୍କର,ସିପିଆଇ (ଏମ୍ ଏଲ୍ ନ୍ୟୁ ଡେମୋକ୍ରାସି) କେନ୍ଦ୍ରୀୟ କମିଟି ସଦସ୍ୟ ଏସ୍ ଭେଙ୍କଟେଶ୍ୱର ରାଓ, ବିପ୍ଳବୀ ସାଂସ୍କୃତିକ ମଞ୍ଚ -ଆରସିଏଫ ଜାତୀୟ ସଂଯୋଜକ ତୁହିନ୍, ଅଖିଳ ଭାରତୀୟ ବିପ୍ଳବୀ ମହିଳା ସଂଗଠନ (ଏଆଇଆରଡବ୍ଲ୍ୟୁଓ) ସାଧାରଣ ସମ୍ପାଦକ ସେଲଭି, ଜମାତ-ଏ-ଇସଲାମୀ ହିନ୍ଦ ତେଲେଙ୍ଗାନା ରାଜ୍ୟ ଉପସଭାପତି ଏ ବି ସାଦିକ, ଫାସିବାଦ ବିରୋଧୀ ଗଣତାନ୍ତ୍ରିକ ମେଣ୍ଟ – ଆଣ୍ଟିଫାଡା, କେରଳ ର ଡ. ସ୍ମିତା ପି କୁମାର, ମଧ୍ୟପ୍ରଦେଶ ଫାସିବାଦ ବିରୋଧୀ ମେଣ୍ଟ ର ସଂଯୋଜକ ବିଜୟ କୁମାର, ଜନସଂଘର୍ଷ ମୋର୍ଚ୍ଚା, ଛତିଶଗଡ଼ ର ପ୍ରସାଦ ରାଓ ଓ ଆଡଭୋକେଟ୍ ଶାକିର କୁରେଶୀ, ବସ୍ତି ସୁରକ୍ଷା ମଞ୍ଚ, ଓଡ଼ିଶା ର ପ୍ରମିଳା, ସାମାଜିକ ନ୍ୟାୟ ମୋର୍ଚ୍ଚା ଉତ୍ତର ପ୍ରଦେଶ ର ଅଞ୍ଜୁ, ଆମ୍ବେଦକର ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ- ପ୍ରଫେସର ଗଲି ବିନୋଦ କୁମାର, ଦଳିତ ବହୁଜନ ଫ୍ରଣ୍ଟ ପି.ଶଙ୍କର, ଷ୍ଟୁଡେଣ୍ଟ ଇସଲାମିକ ଅର୍ଗାନାଇଜେସନ – ଏସଆଇଓ, ତେଲେଙ୍ଗାନା ରାଜ୍ୟ ସମ୍ପାଦକ ମହମ୍ମଦ ଫୈଜଲ ଖାନ, , ଅଖିଳ ଭାରତୀୟ ବିପ୍ଳବୀ ଛାତ୍ର ସଂଗଠନ – ଏଆଇଆରଏସଓ ର ଜାତୀୟ ଆବାହକ ନିରଞ୍ଜନ, ଆଦିବାସୀ ଭାରତ ମହାସଭା (ଏବିଏମ୍)ର ଜାତୀୟ ସଂଯୋଜକ ସୌରା, ଅଲ୍ ଇଣ୍ଡିଆ କ୍ରାନ୍ତିକାରୀ କିଷାନ ସଭା(ଏ.ଆଇ.କେ.କେ.ଏସ୍) ନେତା ବି.ରୁଦ୍ରାୟା, ଜାତିଗତ ଅସମାନତା ଦୂରୀକରଣ ସଂଗ୍ରାମ କମିଟି ତେଲେଙ୍ଗାନା ରାଜ୍ୟ ସଭାପତି ସରୋଜିନୀ, ଟ୍ରେଡ୍ ୟୁନିୟନ ସେଣ୍ଟର ଅଫ୍ ଇଣ୍ଡିଆ ର କେନ୍ଦ୍ରୀୟ କମିଟି ସଦସ୍ୟ ଅମୀର ଅଲି, ମହାରାଷ୍ଟ୍ର ଫାତିମା ଶେଖ୍ ଷ୍ଟଡି ସର୍କଲ ର ଓସାମା, ମୁସଲିମ୍ ସମାଇକ୍ୟ ବେଦିକା, ତେଲେଙ୍ଗାନା ଏମ୍ ଏ ଅନୱାର ଯୋଗ ଦେଇଥିଲେ। ବିମାନ ଉଡ଼ାଣ ବାତିଲ ହେବା କାରଣରୁ କେତେକ ବିଶିଷ୍ଟ ଅତିଥି ଏହି ସମ୍ମିଳନୀରେ ଯୋଗ ଦେଇପାରିନଥିଲେ ।
ଫାସିବାଦ ବିରୋଧୀ ସମ୍ମିଳନୀ ଦ୍ୱାରା ସର୍ବସମ୍ମତି ଗୃହୀତ ସଂକଳ୍ପ କ୍ରମେ ଫାସିବାଦ ବିରୋଧରେ ଭାରତର ପରିଶ୍ରମୀ ତଥା ନିଷ୍ପେଷିତ ଲୋକଙ୍କ ଦ୍ଵାରା ପ୍ରତିରୋଧ କରିବା ତାତ୍କାଳ ଏବଂ ନିରନ୍ତର କାର୍ଯ୍ୟ ଭାବରେ ସ୍ୱୀକୃତି ଦେଇଥିଲା। ଆଗାମୀ ଦିନରେ ସର୍ବ ଭାରତୀୟ ସ୍ତରରେ ଫାସିବାଦ ବିରୋଧୀ କାର୍ଯ୍ୟକୁ ସଠିକ ଭାବରେ ଗ୍ରହଣ କରିବା ପାଇଁ ସମସ୍ତ ଗଣତାନ୍ତ୍ରିକ ଶକ୍ତି ସହିତ ମିଶି ଆରଏସଏସ ଫାସିବାଦର ଶିକାର ହୋଇଥିବା ଲୋକଙ୍କୁ ନେଇ ଏକ ସର୍ବ-ଭାରତୀୟ ସମନ୍ୱୟ ଗଠନ କରିବାକୁ ମଧ୍ୟ ଏଥିରେ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ରାଜ୍ୟର ସାଂସ୍କୃତିକ ଦଳ ସଗୀତ ଏବଂ ନୃତ୍ୟ ପରିବେଷଣ କରିଥିଲେ | ଶେଷରେ ଆୟୋଜକ କମିଟି ତରଫରୁ ଏମ୍ ସୈଦୟା ଧନ୍ୟବାଦ ଅର୍ପଣ କରିଥିଲେ।
ହାଇଦ୍ରାବାଦ
7 ଡିସେମ୍ବର 2025
