March 7, 2026

ସଅଁରା ହାଇସ୍କୁଲ 1976 ମସିହା ବ୍ୟାଚ ର ବନ୍ଧୁମିଳନ …

IMG-20251208-WA0129
Share

        ତିର୍ତୋଲ ତା 8/12/2025 ତିର୍ତ୍ତୋଲ ଅଞ୍ଚଳର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ସଅଁରା ଉଚ୍ଚବିଦ୍ୟାଳୟ ର 1976 ମସିହା ବ୍ୟାଚ ର ବନ୍ଧୁତ୍ୱର ଅର୍ଦ୍ଧଶତାବ୍ଦୀ ଉତ୍ସବ, ଧୂଆଁପାରି ଗ୍ରାମର ପ୍ରସିଦ୍ଧ ଶୈବପୀଠ ବାବା ମାଳତୀଲିଙ୍ଗ ଙ୍କ ନିକଟରେ ଅନୁଷ୍ଠିତ ହୋଇଯାଇଛି l ଗତ ରବିବାର ଦିନ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ପ୍ରାକ୍ତନ ଛାତ୍ର ତଥା ଏହି ପଞ୍ଚାୟତ ର ପୂର୍ବତନ ସରପଞ୍ଚ ବିଭୁତି ଦାସ ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିବା ବେଳେ, ସଭାର ପ୍ରାରମ୍ଭରେ ଦିବଂଗତ ଶିକ୍ଷକ ଓ ସହପାଠୀ ମାନଙ୍କ ଉଦ୍ଦେଶ୍ୟ ରେ ଦୁଇମିନିଟ ନିରବପ୍ରାର୍ଥନା କରାଯାଇଥିଲା l ଏହି ଅବସରରେ ପୂବତନ ସରପଞ୍ଚ ଙ୍କ ସମେତ ତତ୍କାଳୀନ ଶିକ୍ଷକ ଶିକ୍ଷୟତ୍ରୀ ନରୋତ୍ତମ ଭୂୟାଁ, ଶାରଦା ସ୍ୱାଇଁ, ନରେନ୍ଦ୍ର ବେହେରା, ସ୍ନିଗ୍ଧା ଗୋସ୍ୱାମୀ, ଓ କୁନ୍ତଳା ଦାସ ପ୍ରମୁଖ ଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l ସମସ୍ତ ଶିକ୍ଷାଗୁରୁ ଓ ପୁରାତନ ଛାତ୍ରଛାତ୍ରୀ ମାନେ ବିଗତଦିନର ଅନୁଭବ ଓ ଅନୁଭୂତି ବର୍ଣନା କଲାବେଳେ ଭାବବିହ୍ଵଳ ହୋଇ ଉଠିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଣବ ବଳ, ଶଶୀଭୂଷଣ ଷଡ଼ଙ୍ଗୀ, ଅଜୟ ସ୍ୱାଇଁ, ବିଜୟ ମହାନ୍ତି, ଦିଲ୍ଲୀପ ସ୍ୱାଇଁ, ଆର୍ତ୍ତ ସ୍ୱାଇଁ, ଆଶାଲତା ମିଶ୍ର, ପ୍ରତିଭା ବାରିକ, ନିରୁପମା ସ୍ୱାଇଁ ଓ ପ୍ରମିଳା ସ୍ୱାଇଁ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ l ଶେଷରେ ଅଜୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର