କଥାଦେଇ କଥା ରଖିଲେନି ସରକାର, ଆମକୁ ଉଚିତ ନ୍ୟାୟ ନମିଳିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବୁ

ଆଜି ମା ବାଟମଙ୍ଗଳା ମହାସଙ୍ଘ ର ( ସିରେଇକୋଣା, ସମଙ୍ଗ, କଣ୍ଠପୁର, ଉତ୍ତରକୋଣା, ତଳଜଙ୍ଘ, ନୂଆଗାଁ ଓ ପୁରୀ ସହରର ସ୍ଥାୟୀ ବାସିନ୍ଦା ) ସଦସ୍ୟ ସଦସ୍ୟାମାନେ ଆଜି ତଳଜଙ୍ଘ ଢିଅସାହି ଠାରେ ନିଜ ଜମି ଫେରି ପାଇବା ପାଇଁ ଏକ ସଭା କରିଥିଲେ l ଯାହାର ମୁଖ୍ୟ ଉଦେଶ୍ୟ ଥିଲା କି ଆଗରୁ ଜଳଭଣ୍ଡାର, ବାଇପାସ ରାସ୍ତା ପାଇଁ ସରକାର ଭୂମି ନେଲାପରେ ଯାହାର ସ୍ଥିତିବାନ ପ୍ଲଟ ସେଇ ପଇସା ଦେବା ସହିତ ଅନାବାଦୀ ଜାଗା ରେ ଯିଏ ତିରିଶ ବର୍ଷରୁ ଉର୍ଦ୍ଧ ଚାଷ କରିଥିବ ତା ନାମରେ ସେହିଜମି କରାଯିବା ସହିତ ସେହି ଜମିରେ ସେହି ଚାଷ କରିପାରିବେ ବୋଲି କଟକ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ନିଷ୍ପତି ନିଆଯାଇଥିଲା l କିନ୍ତୁ ଦୁଃଖ ଓ ପରୀତାପର ବିଷୟ ଏହିକିଯେ ୩ଡିସେମ୍ବର ୨୦୨୫ରିଖ ଦିନ ୧୨ସମୟରେ ଅଟୋ ମାଧ୍ୟମରେ ଏହି ଗ୍ରାମରେ ସରକାରଙ୍କ ପକ୍ଷରୁ ସୂଚେଇ ଦିଆଯାଇଛି ଯେ ଏହି ଜମିକୁ କୌଣସି ଚାଷୀ ଯାଇପାରିବେନି କି ଚାଷ କରି ପାରିବେନି l ଏହା ଫଳରେ ଚାଷକୁ ନେଇ ବଞ୍ଚୁଥିବା ଚାଷୀମାନଙ୍କ ମୁଣ୍ଡରେ ଚଡକ ପଡିଯାଇଛି l ଚାଷକୁ ନେଇ ଚଳୁଥିବା ପରିବାର ଏବେ କିପରି ଚଳିବେ l ତେଣୁ ଆଜି ତଳଜଙ୍ଘ ଠାରେ ଏକ ସଭାକରି ସେମାନେ ଅତ୍ୟନ୍ତ ଗରିବ କୃଷିଯିବି, ସେମାନଙ୍କ ନିକଟରେ କୃଷିବିନା ଅନ୍ୟ କୌଣସି ରୋଜଗାର ପନ୍ଥାନାହିଁ ତେଣୁ ଗଣମାଧ୍ୟମ ମାଧ୍ୟମରେ ପୁରୀଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଏବଂ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି ଓଡିଶାଙ୍କୁ ଶାନ୍ତିପୂର୍ଣ ନ୍ୟାୟଭିକ୍ଷା କରିଛନ୍ତି ଉଚିତ ନ୍ୟାୟ ନମିଳିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିବେ ବୋଲି ସୂଚନା ଦେଇଛନ୍ତି l ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସଭାପତି ଚକ୍ରଧର ରାଉତ, ଉପସଭାପତି ବଂଶୀଧର ପ୍ରଧାନ, ସମ୍ପାଦକ ସୁରେନ୍ଦ୍ରନାଥଙ୍କ ସହିତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା ଏବଂ ବାଇଶି ମୌଜା ର ତିନିଶହ ରୁ ଉର୍ଦ୍ଧ କୃଷକ ଅଂଶଗ୍ରହଣ କରି ଆନ୍ଦୋଳନ କୁ ସୁଦୃଢ କରିବାପାଇଁ ନିଷ୍ପତି ନେଇଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
