ବନ୍ଧୁମିଳନ ଟ୍ରେଣ୍ଡ ରେ ସାରଦା ଏକାଡେମୀର ୧୯୮୯ ବ୍ୟାଚ ବିଦ୍ୟାର୍ଥୀ ..
ତିର୍ତ୍ତୋଲ , କଣ୍ଠଶିଳ୍ପୀ ପ୍ରଭାତ କୁମାର ସାହୁ ଓ ଲକ୍ଷ୍ମୀପ୍ରିୟା ସାହୁଙ୍କ ସୁରିଲା ସଂଗୀତରେ ଝୁମିଲେ ବନ୍ଧୁ ଓ ବାନ୍ଧବୀ l ଦୀର୍ଘ ଦିନର ଦେଖାରେ ଆତ୍ମବିଭୋର ହୋଇ କୋଳାଗ୍ରତ ହେବାରେ ଲାଗିଗଲେ l ଭଲପାଇବାର ମାହୋଲ ହୋଇଉଠିଲା ସରଗରମ l ଏପରି ଭାବ ବିନିମୟ ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଥିଲା ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁର ସ୍ଥିତ ସାରଦା ଏକାଡେମୀ ୧୯୮୯ ବ୍ୟାଚର ପୂରାତନ ଛାତ୍ର ଛାତ୍ରୀ ମାନଙ୍କର ଏକ ବନ୍ଧୁମିଳନ ଉତ୍ସବରେ । ଏହି ବନ୍ଧୁମିଳନ ଉତ୍ସବରେ, ବିଦ୍ୟାର୍ଥୀ ମାନେ ମାଆ ସାରଳା ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିବା ପରେ , ଦିବଂଗତ ଶିକ୍ଷକ ଶିକ୍ଷୟତ୍ରୀ ଓ ଶିକ୍ଷାକର୍ମି ଙ୍କ ଉଦ୍ଦେଶ୍ୟରେ ସମବେତ ନୀରବ ପ୍ରାର୍ଥନା କରାଯାଇ ଥିଲା ।ଅତୀତର ଅଭୁଲା ସ୍ମୃତି କୁ ରୋମନ୍ଥନ କରୁକରୁ ସାରଦା ଏକାଡେମୀ ର ଗାରିମାମୟ, ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସହିତ ନିଜ ନିଜର ଅନୁଭୂତି ଓ ଅନୁଭବ ସମ୍ପର୍କରେ ବନ୍ଧୁ ଓ ବାନ୍ଧବୀ ମାନେ ବକ୍ତବ୍ୟ ଉପସ୍ଥାପନ କରିଥିଲେ l କର୍ମମୟ ଜୀବନର ବ୍ୟସ୍ତ ବହୁଳତା ମଧ୍ୟରେ ଥାଇ ଦୀର୍ଘଦିନ ଅନ୍ତରରେ ଏକତ୍ରିତ ହୋଇଥିବାରୁ,ପରସ୍ପର ମଧ୍ୟରେ ଭାବବିହ୍ୱଳ ହୋଇ ଉଠିଥିଲେ। ଏହି ଉପଲକ୍ଷେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା l ଗୀତ ସଙ୍ଗୀତର ମୂର୍ଚ୍ଛନାରେ ଚତୁଃର୍ଦିଗ ଗୁଞ୍ଜରିତ ହୋଇ ଉଠିଥିଲା l ମଞ୍ଚ ପରିଚାଳନା କରିଥିଲେ ସିନେ ନିର୍ଦ୍ଦେଶକ ପ୍ରଭାକର ସାହୁ ଏବଂ ସଙ୍ଗୀତ ନିର୍ଦ୍ଦେଶକ ମହେଶ ନାୟକ l ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଭାତ କୁମାର ସାହୁ ଓ ଲକ୍ଷ୍ମୀପ୍ରିୟା ସାହୁଙ୍କ ସୃତି ମଧୁର ସଂଗୀତ ସମସ୍ତ ବନ୍ଧୁ ବାନ୍ଧଵୀ ମାନଙ୍କୁ ବିଭୋର କରି ଦେଇ ଥିଲା ।ହାତରେ ହାତ ଛନ୍ଦି ସାମୁହିକ ନୃତ୍ୟ କରିଥିବାର ନଜରକୁ ଆସିଥିଲା l ତେବେ ଏହି ସମସ୍ତ କାର୍ଯ୍ୟକ୍ରମରେ ନିର୍ମଲେନ୍ଦୁ ସୋମି , ଅରବିନ୍ଦ ଲେଙ୍କା, ନୃସିଂହ ଚରଣ ରାଉଳ , ଯୁଗଳ କିଶୋର ଖୁଣ୍ଟିଆ , ଦୁର୍ଗା ପତି , ସୁଜାତା ରାୟ , ସଙ୍ଗୀତl ପଣ୍ଡା , ଶ୍ରୀୟାରାଣୀ ମହାନ୍ତି , ଅୟସ କାନ୍ତ ଦାସ , ବିଜୟ କୁମାର ଖୁଣ୍ଟିଆ , ଲିଙ୍ଗରାଜ ସାହୁ, ନୟନା ରଣl , ଲାଲା ଅରବିନ୍ଦ ରାୟ , ବନ୍ଦନା ପଣ୍ଡା , ପୁଷ୍ପଲତା ପରିଜା , ନମି ରାଉଳ , ମନୋରମା ଦାସ , ନଗେନ ସିଂହ , କ୍ରୀଷ୍ଣା ପଟ୍ଟନାୟକ , କୁସିବ ଉଦ୍ଦିନ ଅହମଦ, ମନୋଜ କୁମାର ଦାସ, ନରେନ୍ଦ୍ର ବେହେରା, କେଦାର ସିଂହ, କ୍ରିଷ୍ଣା ମହାନ୍ତି, ବିଜୟ ଖୁଣ୍ଟିଆ, ଶସ୍ମିତା ଦାସ,ମନୋରମା ସାହୁ,ଓ ନିହାର ରଞ୍ଜନ ବିଶ୍ବାଳ ଙ୍କ ସମେତ ୫୦ ଜଣରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ସାମିଲ ହୋଇ ଥିବାର ଦେଖିବାକୁ ମିଳିଥିଲା ।
ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର ।