December 12, 2024

ଅସ୍ତରଙ୍ଗରେ ବିଜେପିର ମିଶ୍ରଣ ପର୍ବ ଜାରି ଶିଶୁଅ ପଞ୍ଚାୟତର କେଉଟଜଙ୍ଗାରୁ ୨୨ ପରିବାର ମିଶିଲେ

Share

 

ଅସ୍ତରଙ୍ଗ,୮/୧୨:-ସାଧାରଣ ନିର୍ବାଚନ ପରେ ଅସ୍ତରଙ୍ଗ ବ୍ଲକରେ ବିଜେପିର ମିଶ୍ରଣ ଜାରିରହିଛି |ଦିବାକର ଛାଟୋଇଙ୍କ ବଳିଷ୍ଠ ନେତୃତ୍ୱରେ ଆଜି ପୁଣି ଶିଶୁଅ ପଞ୍ଚାୟତର କେଉଟଜଙ୍ଗାରୁ ୨୨ ପରିବାର ବିଜେଡି ଛାଡି ବିଜେପିରେ ମିଶିଛନ୍ତି |ଅପରାହ୍ନରେ କେଳୁଣୀ ମନ୍ଦିର ନିକଟରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପି ନେତା ତଥା କାକଟପୁର ବିଜେପି ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ,ଅସ୍ତରଙ୍ଗ ମଣ୍ଡଳ ସଭାପତି ପ୍ରଭାକର ନାୟକ,ମାଣ୍ଡୁକି ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଇନ୍ଦ୍ରମଣି ଜେନା,ସ୍ଥାନୀୟ ଅଞ୍ଚଳରୁ କାର୍ତ୍ତିକ ପରିଡା,ପୂର୍ବତ୍ତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ,ରଞ୍ଜିତ ବିଶ୍ୱାଳ,ପପୁ ପ୍ରଧାନ,ପ୍ରମୋଦ ପାତ୍ର,ସଞ୍ଜୟ କାଳିଆ ସମେତ ବିଭିନ୍ନ ଅଞ୍ଚଳରୁ ବିଜେପି କର୍ମୀ ଏଥିରେ ଯୋଗଦେଇଥିଲେ | ମିଶ୍ରଣ ପର୍ବରେ ସ୍ଥାନୀୟ ଅଞ୍ଚଳରୁ ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ,ଧବଳୀ ବିଶ୍ୱାଳ,ରଞ୍ଜୁ ନାୟକ,ଶିବଶଙ୍କର ବିଶ୍ୱାଳ,ଅଶୋକ ବିଶ୍ୱାଳ,ଅମରେଶ୍ବର ନାୟକ,ଶାନ୍ତନୁ ନାୟକ,ତପନ ନାୟକ,ତପୁ ମୁରୁଣୀ ପ୍ରମୁଖ ୨୨ଟି ପରିବାର ବିଜେଡି ଛାଡି ବିଜେପିରେ ମିଶିଛନ୍ତି |ସୂଚନା ମୁତାବକ ସେଠାରେ ୩୭ଟି ପରିବାର ପୂର୍ବରୁ ବିଜେଡିରେ ଥିଲା ବେଳେ ଏବେ ୨୨ଟି ପରିବାର ବିଜେଡି ହାତରୁ ଖସି ବିଜେପି ହାତକୁ ଯାଇଛି |ଗତ ମାସ ୧୩ ତାରିଖରେ କୋରଣା ପଞ୍ଚାୟତର ରତନପୁର ଓ ସ୍ଥାନୀୟ ଅଞ୍ଚଳରୁ ୫୦ରୁ ଅଧିକ ପରିବାର, ୨୭ ତାରିଖରେ ଶିଶୁଅ ପଞ୍ଚାୟତର ନଟରା,କରାଳ ଓ ବନ୍ଦାରୀରୁ ପ୍ରାୟ ୭୦ରୁ ଅଧିକ ପରିବାର ବିଜେପିରେ ମିଶିଥିଲେ |ଏହା ପୂର୍ବରୁ ମଧ୍ୟ ବିଭିନ୍ନ ପଞ୍ଚାୟତରେ ଭିନ୍ନ ଭିନ୍ନ ଦଳରୁ ଆସି ବିଜେପିରେ ମିଶିବା ନଜିର ରହିଛି |ବିଭିନ୍ନ ଦଳରୁ ଯାଇ ବିଜେଡି ମିଶିଥିବା କର୍ମୀଙ୍କ ମଧ୍ୟରେ କୌଣସି କାରଣରୁ ସ୍ପୃହା କମିବା ଓ ବିଜେପି ପ୍ରତି ଆକୃଷ୍ଟ ହେବାରେ ଲାଗିଛି |ବିଭିନ୍ନ ସ୍ଥାନରେ ରାଜନୈତିକ ଆକ୍ରୋଶ,ପୁରୁଣା କର୍ମୀଙ୍କୁ ଅଣଦେଖା ଓ ଦୃଢ଼ ନେତୃତ୍ୱ ନଥିବା ସ୍ଥଳେ ବିଜେଡି ଛିଡ଼ୁଛି ଓ ବିଜେପି ବଢୁଛି ବୋଲି କୁହାଯାଉଛି | ଅନ୍ୟପକ୍ଷରେ ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପିର ଶାସନ ଚାଲିଥିବାରୁ ଗାଁରେ ଗାଁରେ ହାୱା ବହିବାରୁ ବର୍ଷା ଯୁଆଡେ ଛତା ସେଇଆଡ଼େ ନାରାରେ ଲୋକେ ଏବେ ବିଜେପି ମୁହାଁ ବୋଲି ଶୁଣିବାକୁ ମିଳୁଛି |