ପୁରୀରେ ବିଶ୍ୱ ମାନବାଧିକାର ଦିବସ ପାଳନ କରାଯାଇଛି ..
ମାନବ ଉଲଂଘନ ଦେଶରେ ବୃଦ୍ଧି ପାଉଛି l ଏହାକୁ ରୋକିବା ପାଇଁ କଠୋର ଦଣ୍ଡବିଧାନ ଆବଶ୍ୟକ l ଏଠିଯୋଗୁ ପୁରୀ ୟୁଥ ହଷ୍ଟେଲ ସମ୍ମିଳନୀ କକ୍ଷରେ ତିନିଦିନ ଧରି ଚାଲିଥିବା ଜାତୀୟ ସମ୍ମିଳନୀ ରେ ଉଦବେଗ ପ୍ରକାଶ ପାଇଛି l ସାଧାରଣ ଜନତା ନିଜ ଅଧିକାର ସମ୍ପର୍କରେ ସଚେତନ ହେଲେ ମାନବାଧିକାର ଉଲଂଘନ ହ୍ରାସ ପାଇବ ବୋଲି ଅତିଥିମାନେ ମତପ୍ରକାଶ କରିଛନ୍ତି l ମାନବାଧିକାର ସଂଗଠନ ର ଅଧକ୍ଷ ମନୋଜ କୁମାର ଜେନାଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଯୁବ ସମାଜ ସାଧାରଣ ଜନତାଙ୍କୁ ସଚେତନତା ପାଇଁ ଆଗେଇ ଆସିବା ପାଇଁ ଅତିଥିମାନେ ଆହ୍ୱାନ କରିଛନ୍ତି l ଯୁବକ ଯୁବତୀମାନେ ସାଧାରଣ ଜନତାଙ୍କୁ ମାନବାଧିକାର ବିଷୟରେ ସଚେତନ କରାଇଲେ ଦେଶରୁ ଦୁର୍ନୀତି ହଟିବ ବୋଲି କହିଥିଲେ ସାମ୍ବାଦିକ ଅକ୍ଷୟ କୁମାର l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଂଯୋଜିକା ପ୍ରାଣ୍ଟଶିନୀ ଜେନା ଏବଂ ଡ଼କ୍ଟର ରାଧାଶ୍ୟାମ ରଥ ସଂଯୋଜନା କରିଥିଲେ l ଏହି କାର୍ଯ୍ୟକ୍ରମ ତିନିଦିନ ଧରି ଚାଲିବ l ଏହି କାର୍ଯ୍ୟକ୍ରମ ରେ ଭାରତର ବିଭିନ୍ନ ରାଜ୍ୟର ମାନବାଧିକାର ପଦସ୍ଥ କର୍ମୀମାନେ ଯୋଗଦେଇ ଅନେକ ସୂଚନା ପାଇଥିବାର ଦେଖିବାକୁ ମିଳିଛି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l