ବ୍ଲକ ସ୍ତରୀୟ କନିଷ୍ଠ ଶିକ୍ଷକ ସଂଘ କର୍ମ କର୍ତ୍ତା ନିର୍ବାଚନ..
ବୋଲଗଡ,(ଉପାନ୍ତ ଖବର):ବୋଲଗଡ ବ୍ଲକ କନିଷ୍ଠ ଶିକ୍ଷକ ସଂଘର ପୂର୍ବତନ ସଭାପତି ପ୍ରତାପ କୁମାର ରାଉତରାୟଙ୍କ ସଭାପତିତ୍ୱରେ ଓ ସମ୍ପାଦକ କିଶୋର କୁମାର ବେହେରାଙ୍କ ଆବାହକତ୍ୱରେ ଏକ ଜରୁରୀ ବୈଠକ ବୋଲଗଡ ସ୍ଥିତ ମା’ ଭୂଇଆଁଣି ଶକ୍ତି ପୀଠ ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ସଭାପତି ପ୍ରତାପ କୁମାର ରାଉତରାୟ ସ୍ୱାଗତ ଭାଷଣ ଦେଇଥିଲେ ଓ ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ୧୯ଟି ଗ୍ରାମ ପଞ୍ଚାୟତର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରୁ ବହୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗଦେଇଥିଲେ l ଏହି ବୈଠକରେ ଶିକ୍ଷାର ବିକାଶ ଓ ଶିକ୍ଷକ ତଥା ଶିକ୍ଷୟିତ୍ରୀ ମାନଙ୍କର ବିଭିନ୍ନ ସମସ୍ୟା ଏବଂ କନିଷ୍ଠ ଶିକ୍ଷକ ସଂଘର ସଂଗଠନ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା l ଆଗାମୀ ଦିନରେ ଶିକ୍ଷକ ତଥା ଶିକ୍ଷୟିତ୍ରୀ ମାନଙ୍କର ଦରମା ବୃଦ୍ଧି, ଚାକେରୀକୁ ନିୟମିତ କରିବା, ପୁରାତନ ପେନସନ ଲାଗୁ କରିବା ଓ ଶିକ୍ଷକ ମାନଙ୍କୁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ କନିଷ୍ଠ ଶିକ୍ଷକ ସଂଘ ତରଫରୁ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଦାବୀ ପତ୍ର ଦିଆଯିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆ ଗଲା l ସର୍ବସମ୍ମତି କ୍ରମେ ବ୍ଲକ ସ୍ତରୀୟ କନିଷ୍ଠ ଶିକ୍ଷକ ସଂଘର ନୂତନ କର୍ମ କର୍ତ୍ତା ଗଠନ କରାଗଲା l ସଂଘର ନୂତନ ସଭାପତିଭାବେ ପ୍ରବୀର ମୋହନ ପଟ୍ଟନାୟକ, ସମ୍ପାଦକ ଭାବେ କୃଷ୍ଣ ଚନ୍ଦ୍ର ମହାପାତ୍ର, କୋଷାଧ୍ୟକ ଭାବେ ରାକେଶ ସୁବୁଦ୍ଧି, ଉପଦେଷ୍ଟା ଭାବେ ଜନ୍ମେଜୟ ମାଝୀ, ଗଣମାଧ୍ୟମ ସଂଯୋଜକ ଭାବେ ସନ୍ତୋଷ କୁମାର ଦାସ ଓ କାର୍ଯ୍ୟକାରୀ ବରିଷ୍ଠ ସଦସ୍ୟ ଭାବେ ପ୍ରତାପ ରାଉତରାୟ, କିଶୋର କୁମାର ବେହେରା ପ୍ରମୁଖ ନିର୍ବାଚିତ ହୋଇଅଛନ୍ତି l ସମସ୍ତ ନବ ନିର୍ବାଚିତ ଶିକ୍ଷକ ନେତାମାନେ କନିଷ୍ଠ ଶିକ୍ଷକ ସଂଘର ସ୍ଥାୟିତ୍ୱ ଓ ଶିକ୍ଷକ ତଥା ଶିକ୍ଷୟିତ୍ରୀ ମାନଙ୍କର ଉନ୍ନତି ପାଇଁ ୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ବୋଲି ଘୋଷଣା କରିଅଛନ୍ତି l ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ବିଶ୍ୱଜିତା ପ୍ରିୟଦର୍ଶିନୀ ଓ ଶିକ୍ଷକ ପ୍ରଭାତ କୁମାର ସାହୁ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ lପରିଶେଷରେ ଶିକ୍ଷୟିତ୍ରୀ ଶୁଭ୍ରା ଜ୍ୟୋତି ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।