ଆଜିର ଖବର..
୧-ଆଜି ବରଗଡ଼ ଯିବେ ମୁଖ୍ୟମନ୍ତ୍ରୀ, ଚାଷୀଙ୍କୁ ୮ ଶହ ଟଙ୍କା ସହାୟତା ଦେବେ ସହାୟତା।
୨-ଏଣିକି ରାଜପଥରୁ ସିଧା ରେଳ ଷ୍ଟେସନ,କଟକ ଷ୍ଟେସନ ପୂର୍ବ ଭବନ ଲୋକାର୍ପିତ କଲେ ଅଶ୍ବିନୀ ବୈଷ୍ଣବ।
୩-ରାଇରଙ୍ଗପୁରଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି।
୪-ବହୁତ ବାଧୁଛି : କଞ୍ଚା ପରିବା ସାଙ୍ଗକୁ ଆଳୁ ଓ ପିଆଜ ଦର ହେଲାଣି ଆକାଶଛୁଆଁ ।
୫-ଆଳୁ ପରେ ଅଣ୍ଡା ଚିନ୍ତା,ପାଇକାରୀ ବଜାରରେ ୬ଟଙ୍କା ୪୨ପଇସାରେ ବିକ୍ରି ହେଉଥିବାବେଳେ ଖୁଚୁରା ଦର ରହିଛି ୯ଟଙ୍କା ।
୬-ବିଧାନସଭାରେ ଉଠିଲା ସୁଭଦ୍ରା ଯୋଜନା କଥା । ଏଯାଏଁ ଟଙ୍କା ପାଇଛନ୍ତି ୮୦ ଲକ୍ଷ ଲୋକ । ଅଯୋଗ୍ୟ ହେଇଛନ୍ତି ୨ ଲକ୍ଷ ୨୦ ହଜାର ।
୭-ଟିଟିଲାଗଡ଼,ଡେଙ୍ଗପଦର ଉପ୍ରା ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୧୦ ଛାତ୍ରଛାତ୍ରୀ ଅସୁସ୍ଥ,ମେଡିକାଲରେ ହେଲେ ଭର୍ତ୍ତି।
୮-ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ:ମଧ୍ୟାହ୍ନ ଭୋଜନ ଖାଇ ୫ ଛାତ୍ରଛାତ୍ରୀ ଗୁରୁତର, ଅସୁସ୍ଥ ସଂଖ୍ୟା ୩୬ରେ ପହଞ୍ଚିଲା।
୯-ରାଜସ୍ଥାନର ପୂର୍ଣ୍ଣିମା ବିଶ୍ୱବିଦ୍ୟାଳୟ ପକ୍ଷରୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ୬୨ତମ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ।
୧୦-ଖୁବ୍ ଶୀଘ୍ର ଦୂରଦର୍ଶନରେ ’ସାନ୍ତାଳି’ ଭାଷାରେ ନ୍ୟୁଜ୍ ପଢାଯିବ, ୬ ରୁ ୭ ଦିନରେ ଏହା କରାଯିବ: ମନ୍ତ୍ରୀ
୧୧-ମେ’ ଫେୟାର ହୋଟେଲ୍ ସମ୍ମୁଖରେ ସିବିଆଇ ପକ୍ଷରୁ ରେଡ୍,ଦାମୀଗାଡ଼ିରୁ ମିଳିଲା ପ୍ରାୟ ୧ କୋଟି ଟଙ୍କା !ଗାଡ଼ିରେ ଥିବା ୪ ଜଣଙ୍କୁ ସିବିଆଇ ହେପାଜତକୁ ନେଇ ତଦନ୍ତ ଜାରି ରଖିଛି ।
୧୨-ସମ୍ବଲପୁର:ଗିରଫ ହେଲେ ବନ୍ୟପ୍ରାଣୀ ଡିଭିଜନର ACF, ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଆଖି ଟେରା।
୧୩-ଓଡ଼ିଶା ସିଟିଜେନ୍ସ ଆୱାର୍ଡ:ବିଭିନ୍ନ କ୍ଷେତ୍ରର ୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ କରାଗଲା ସମ୍ମାନିତ।
୧୪-ମାଲକାନଗିରି:BSF ଏବଂ DRG ଯବାନଙ୍କ ମିଳିତ ଅପରେସନ, ମାଓ ବନ୍ଧୁକ କାରଖାନା ଠାବ ସହ ବିସ୍ଫୋରକ ସାମଗ୍ରୀ ଜବତ।
୧୫-ମଦରେ ଭାସୁଛି ଓଡ଼ିଶା, ବିଧାନସଭାରୁ ଆସିଲା ଚମକାଇଦେବା ଭଳି ତଥ୍ୟ । ୭ ହଜାର ୨୧୬ କୋଟି ଟଙ୍କାର ହୋଇଛି ମଦ ବିକ୍ରି।
୧୬-ଡେପୁଟେସନରେ ଯିବେ ବିବାଦୀୟ ଓଡ଼ିଶା କ୍ୟାଡର ଆଇପିଏସ୍ ଅଧିକାରୀ ଆଶିଷ ସିଂ । ୫ ବର୍ଷ ପାଇଁ ଆଇଜି ଭାବେ ଆଇଟିବିପିରେ କରିବେ କାର୍ଯ୍ୟ।
୧୭-ଭୁବନେଶ୍ୱର:ଗଠନ ହେଲା ରିଏଲ୍ ଇଷ୍ଟେଟ୍ ବାର୍ ଆସୋସିଏସନ୍, ଓଡିଶା।
୧୮-କୋଣାର୍କ ସୂର୍ଯ୍ୟ ମନ୍ଦିର ଜଗମୋହନରୁ ବାଲି କଢ଼ାଯିବ, ସମୀକ୍ଷା ବୈଠକରେ ନିଆଗଲା ନିଷ୍ପତ୍ତି।
୧୯-ଦୁଇ ଦିନରେ ୪୧୫ କୋଟି ଟଙ୍କା ବ୍ୟବସାୟ କଲା ପୁଷ୍ପା ୨।
୨୦-ବାଃ.. ବାଃ..ରେ ଗୁଗୁଲ ମ୍ୟାପ୍, ଆଉ କେତେ ଧୋକା ଦେବ..!ବିହାରରୁ ଗୋଆ ଯାଉଥିଲେ ଏକ ପରିବାର,ନେଇଥିଲେ ଗୁଗଲ୍ ମ୍ୟାପ୍ର ସାହାଯ୍ୟ,ପହଞ୍ଚିଲେ ଜଙ୍ଗଲରେ ।
୨୧-ପାୟଲ କପାଡିଆଙ୍କ ‘ଅଲ୍ ୱି ଇମାଜିନ୍ ଆଜ୍ ଲାଇଟ୍’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ।
୨୨-ଯକ୍ଷ୍ମା ମୁକ୍ତ ଭାରତ ନିମନ୍ତେ ସ୍ୱତନ୍ତ୍ର ୧୦୦ ଦିନିଆ ଅଭିଯାନ ଆରମ୍ଭ ଘୋଷଣା କଲେ ପ୍ରଧାନମନ୍ତ୍ରୀ।
୨୩-ପାଞ୍ଚଦିନିଆ ଗସ୍ତ ସାରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
୨୪-ସିରିଆକୁ କବଜା କଲେ ବିଦ୍ରୋହୀ: ଦେଶ ଛାଡ଼ି ଋଷ ପଳାଇଲେ ରାଷ୍ଟ୍ରପତି !
*🙏 ସୁପ୍ରଭାତ 🙏*