March 11, 2026

ଚାନ୍ଦିପୁଟ ଆଦିବାସୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ —-

IMG-20231208-WA0009
Share

ଚାନ୍ଦିପୁଟ ଆଦିବାସୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ —-
ଆଜି ଗଜପତି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ଅଚାନକ ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ଠାରେ ଥିବା ଆଦିବାସୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ କାର୍ଯ୍ୟରତ କର୍ମଚାରୀ ଏବଂ ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ସମୟରେ ଜାଣିବାକୁ ପାଇଲେ ଯେ ସେହି ବିଦ୍ୟାଳୟରେ ବର୍ତ୍ତମାନ ୨୨୫ ଛାତ୍ରୀ ଅଧ୍ୟୟନ କରୁଥିଲେ ମଧ୍ୟ ସରକାରଙ୍କ କୌଣସି ସୁବିଧା ପାଉନାହାନ୍ତି। ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ଯଥାଶୀଘ୍ର ସରକାରୀ ସୁବିଧା ଯେପରି ବିଦ୍ୟାଳୟ ଏବଂ ଛାତ୍ରୀ ମାନେ ପାଇବେ ତାହାର ସୁବିଧା ପାଇଁ କାର୍ଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି।