September 21, 2024

ଉଲୁଣ୍ଡା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଉଦଘାଟିତ

Share

ଉଲୁଣ୍ଡା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଉଦଘାଟିତ

ଉଲୁଣ୍ଡା – ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଧନୁଯାତ୍ରା ପଡିଆ ଠାରେ ଗୁରୁବାର ସନ୍ଧ୍ୟାରେ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଛି l ଏହି ଅବସରରେ କମିଟି ସଭାପତି ଗୋବିନ୍ଦ ଦାସ ତରାଇ ଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ସଭାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ମହୋତ୍ସବକୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସୋନପୁର ମହିଳା ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ମଦନ ସୁନ୍ଦର ଖେତୀ ମୁଖ୍ୟବକ୍ତା ଏବଂ ଉଲୁଣ୍ଡା ବ୍ଳକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ଉଲୁଣ୍ଡା ବିଡ଼ିଓ କରିସ୍ମା ବେସ୍ରା, ଉଲୁଣ୍ଡା ତହସିଲଦାର ଦିଲ୍ଲୀପ କୁମାର ମାଝୀ,ବୀରମହାରାଜପୁର ଏସଡିପିଓ ବାସୁଦେବ ଛତ୍ରିଆ, ଆଞ୍ଚଳିକ ଧନୁଯାତ୍ରା କମିଟି ଉପଦେଷ୍ଟା ହିମାଂଶୁ ଶେଖର ତ୍ରିପାଠୀ, ଆଇଆଇସି ପଞ୍ଚାନନ ନାଏକ, ଜିଲ୍ଲା ପରିଷଦ ସଭ୍ୟ ଜୋନ-୧ ବିଜୟାଲକ୍ଷ୍ମୀ ତରାଇ, ଉଲୁଣ୍ଡା ସରପଞ୍ଚ ରଶ୍ମୀତା ଭୋଇ, ସମାଜସେବୀ କୃର୍ତିବାସ ମିଶ୍ର, ମଞ୍ଚ ଅଭିନେତା ତଥା କଂସ ଭୂମିକାରେ ଅଭିନୟ କରୁଥିବା ମହାରାଜ ଗୋପାଳ ଚନ୍ଦ୍ର ପଣ୍ଡା, କଣ୍ଠଶିଳ୍ପୀ ଶତ୍ରୁଘ୍ନ ଲୁହା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସାଂସ୍କୃତିକ ବାର୍ତା ପ୍ରଦାନ କରିଥିଲେ । ବିଶ୍ୱଜିତ ପାତ୍ର ମଞ୍ଚ ପରିଚାଳନା କରିଥିବାବେଳେ ହରିଶଙ୍କର ତରାଇ ଅତିଥି ପରିଚୟ ଓ ଧର୍ମ ନିରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l ଏହି ମହୋତ୍ସବ ୭ରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ୧୧ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହେବ । ଏହି ଅବସରରେ ଲୋକ ନୃତ୍ୟ, ସଂଗୀତ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ମିନାବଜାର, ଗୋପଲୀଳା ଓ ପ୍ରତ୍ୟେକ ଦିନ ସଞ୍ଚାର ପରିବେଷଣ ଓ ନାମୀଦାମୀ କଳାକାରଙ୍କ ଦ୍ଵାରା କଳା ପରିବେଷଣ ହେବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।